ETV Bharat / bharat

କାହିଁକି ଲାଗୁ ହୋଇନି କୋଭିଡ ମୃତକଙ୍କ କ୍ଷତିପୂରଣ ପଲିସି ? କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

କୋଭିଡ ମୃତ୍ୟୁ କ୍ଷତିପୂରଣ ନୀତି ସମେତ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର ସଠିକ କାରଣ ଦର୍ଶାଇବାର ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ ସୁପ୍ରିମକୋର୍ଟ । ଏଯାଏଁ କ୍ଷତିପୂରଣ ନୀତି ନିର୍ଦ୍ଧାରଣ ନହେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

କାହିଁକି ହୋଇନି କୋଭିଡ ମୃତକଙ୍କ କ୍ଷତିପୂରଣ ନୀତି ଲାଗୁ ? କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

author img

By

Published : Sep 3, 2021, 5:20 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଏଯାଏଁ କ୍ଷତିପୂରଣ ନୀତି ନିର୍ଦ୍ଧାରଣ ନହେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ । କ୍ଷତିପୂରଣ ନୀତି ସମେତ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର ସଠିକ କାରଣ ଦର୍ଶାଇବାର ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ ସୁପ୍ରିମକୋର୍ଟ ।

ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ନ ଦିଆଯିବା କାରଣରୁ ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି, ଯେବେ ଏହି ପଦକ୍ଷେପ ନିଆଯିବ ସେବେ କୋରୋନାର ତୃତୀୟ ଲହରୀ ବିତିସାରିଥିବ । ଏହାପୂର୍ବରୁ ଜୁନ ୩୦ରୁ ଦେଶରେ କୋରୋନା ଯୋଗୁଁ ହୋଇଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ କ୍ଷତିପୂରଣ ଅର୍ଥ ଦେବାକୁ କହିଥିଲେ ସୁପ୍ରିମକୋର୍ଟ । 6 ସପ୍ତାହ ମଧ୍ୟରେ କ୍ଷତିପୂରଣ ଅର୍ଥ ନିର୍ଦ୍ଧାରିତ କରି ରାଜ୍ୟକୁ ସୂଚିତ କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏଭଳି ବିପର୍ଯ୍ୟୟ ଯୋଗୁଁ ଅନୁକମ୍ପା ଅର୍ଥ ଦେବା ସରକାରଙ୍କ କର୍ତ୍ତବ୍ୟ ବୋଲି ସୁପ୍ରିମକୋର୍ଟ ମାନିଥିଲେ । ହେଲେ ଅନୁକମ୍ପା ଅର୍ଥ କେତେ ହେବ ଏହି ନିଷ୍ପତ୍ତି ସରକାରଙ୍କ ଉପରେ ଛାଡି ଦେଇଥିଲେ ସର୍ବୋଚ୍ଚ ଅଦାଲତ ।

ଦୁଇ ଆଇନଜୀବୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ପିଟିସନ ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା 12ରେ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ସରକାରୀ କ୍ଷତିପୂରଣ ପ୍ରଦାନର ପ୍ରାବଧାନ ରହିଛି । ଗତ ବର୍ଷ ସମସ୍ତ ରାଜ୍ୟକୁ କୋରୋନାରେ ମୃତ୍ୟୁ ହୋଇଥିବା ସମସ୍ତଙ୍କୁ କ୍ଷତିପୂରଣ ହିସାବରେ 4 ଲକ୍ଷ ଟଙ୍କା ଦେବାକୁ କହିଥିଲେ କେନ୍ଦ୍ର ସରକାର । ଏହି ବର୍ଷ ଏହା ହୋଇନାହିଁ ବୋଲି ଯାଚିକାରେ ଦର୍ଶାଯାଇଥିଲା ।

ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା 12ରେ ଜାତୀୟ ବିପର୍ଯ୍ୟୟ କାରଣରୁ ମୃତ୍ୟୁ ପାଇଁ କ୍ଷତିପୂରଣ ପ୍ରଦାନର ପ୍ରାବଧାନ ଥିବା କହିଥିଲେ କୋର୍ଟ । ଏହି କ୍ଷତିପୂରଣ ସ୍ଥିର କରିବା NDMAର ଆଇନଗତ ଦାୟିତ୍ବ । ଆର୍ଥିକ ସମସ୍ୟା ଦର୍ଶାଇ ଏହାକୁ ଏଡାଯାଇପାରିବ ନାହିଁ । କୋର୍ଟ ଏହା ମଧ୍ୟ ଗ୍ରହଣ କରିଥିଲେ ଯେ ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସେମାନଙ୍କର ସୀମିତ ଉତ୍ସରୁ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବାକୁ ପଡ଼ିବ । ଏଭଳି ପରିସ୍ଥିତିରେ କ୍ଷତିପୂରଣ ରାଶି କୋର୍ଟ ସ୍ଥିର କରିବ ନାହିଁ ବୋଲି କୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ପୂର୍ବ ଶୁଣାଣିକୁ ଦୀର୍ଘ ଦିନ ବିତିଯାଇଥିଲେ ବି କୌଣସି ଉତ୍ତର ନ ଆସିବା କାରଣରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶୁକ୍ରବାର ଏହି ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଏମଆର ଶାହା ଏବଂ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ । ଶୁଣାଣି ଆରମ୍ଭରେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟି କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ଏପର୍ଯ୍ୟନ୍ତ ଏଫିଡେଭିଟ ଦାଖଲ ହୋଇନାହିଁ । ଏଥିପାଇଁ 10 ଦିନ ସମୟ ଆବଶ୍ୟକ କରାଯାଇଛି । କୋର୍ଟରେ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ କହିଛନ୍ତି ଯେ ଏହି ମାମଲା ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ଏହାର ଜବାବରେ ଖଣ୍ଡପୀଠର ନେତୃତ୍ବ ନେଉଥିବା ଜଷ୍ଟିସ୍ ଶାହା କହିଛନ୍ତି କୋର୍ଟଙ୍କ ଆଦେଶକୁ ଅନେକ ଦିନ ବିତିଯାଇଛି । ସରକାର କିଛି କରିବା ବେଳକୁ ତୃତୀୟ ଲହରୀ ସରିଯାଇଥିବ । ସରକାର ପୂର୍ବରୁ ମଧ୍ୟ ସମୟ ମାଗିଥିଲେ । ତେବେ ସେପ୍ଟେମ୍ବର 11 ସୁଦ୍ଧା ନିଜର ଉତ୍ତର ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.