ETV Bharat / bharat

ସାମ୍ବାଦିକଙ୍କ ବିରୋଧରେ ରାଜଦ୍ରୋହ ମାମଲା, ଉଦବେଗ ଜଣାଇଲେ ସୁପ୍ରିମକୋର୍ଟ

author img

By

Published : Jun 3, 2021, 8:36 PM IST

ଦେଶଦ୍ରୋହ ମାମଲା ରୁଜୁ କରିବା ସମୟରେ ପୋଲିସକୁ ଆଇପିସି ଧାରା 124(A) ଓ 60 ବର୍ଷ ପୂର୍ବରୁ କେଦାରନାଥ ସିଂହ ମାମଲାରେ ଆସିଥିବା ରାୟକୁ ଦୃଷ୍ଟିରେ ରଖିବା ଜରୁରୀ । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କ ବିରୋଧରେ ରାଜଦ୍ରୋହ ମାମଲା, ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲ: ସାରା ଦେଶରେ ଦାଏର ହେଉଥିବା ଦେଶଦ୍ରୋହ ମାମଲାରେ ପୋଲିସକୁ ଅପିଲ କରିଛନ୍ତି ସୁପ୍ରିମକୋର୍ଟ । ଏଭଳି ମାମଲା ରୁଜୁ କରିବା ସମୟରେ ପୋଲିସକୁ ଆଇପିସି ଧାରା 124(A)ରେ ଓ 60 ବର୍ଷ ପୂର୍ବରୁ କେଦାରନାଥ ସିଂହ ମାମଲାରେ ଆସିଥିବା ରାୟକୁ ଦୃଷ୍ଟିରେ ରଖିବା ଜରୁରୀ । କୋର୍ଟ ଏହି ଟିପ୍ପଣୀ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ଦାଏର ଦେଶଦ୍ରୋହ ମାମଲା ରଦ୍ଦ କରି କହିଛନ୍ତି ।

ଜୁନ୍ 2020ରେ ହିମାଚଳ ପ୍ରଦେଶର ଜଣେ ବିଜେପି ନେତା ବିନୋଦ ଦୁଆଙ୍କ ବିରୋଧରେ ଏତଲା ଦାଏର କରିଥିଲେ। ଦୁଆ କହିଛନ୍ତି ଯେ ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ବିନା ପ୍ରସ୍ତୁତିରେ ଲକଡାଉନ ଲଗାଯିବାକୁ ନେଇ ଏକ କାର୍ଯ୍ୟକ୍ରମ କରିଥିଲେ । ତେଣୁ ତାଙ୍କୁ ହଇରାଣ କରାଯାଉଛି । ଏହି ମାମଲାର ଶୁଣାଣି ବେଳେ କୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଦେଇଛନ୍ତି ।

ଜଷ୍ଟିସ ୟୁ ୟୁ ଲଳିତ ଏବଂ ଭିନୀତ ସରଣଙ୍କ ଏକ ବେଞ୍ଚ 1962 ମସିହାରେ କେଦାରନାଥ ସିଂହ ବନାମ ବିହାର ମାମଲାରେ ଆସିଥିବା ରାୟର ଉଦାହରଣ ଦେଇଥିଲେ । ସେହି ରାୟରେ ସୁପ୍ରିମକୋର୍ଟ କୌଣସି ବୈଧ କାରଣ ନଥାଇ ନାଗରିକଙ୍କ ବିରୋଧରେ ଆଇପିସି 124(A) (ଦେଶଦ୍ରୋହ) ମାମଲା ଦାଏର କରିବା ଭୁଲ ବୋଲି କହିଛନ୍ତି ।

କୋର୍ଟ କହିଛନ୍ତି ଯେ ଯେତେବେଳେ କାହାର ବିବୃତ୍ତି ବିରୋଧରେ ଲୋକେ ବିଦ୍ରୋହ କିମ୍ବା ହିଂସା ଘଟାନ୍ତି, ସେତେବେଳେ କେବଳ ବିବୃତ୍ତିକୁ ଦେଶଦ୍ରୋହ ବୋଲି ବିବେଚନା କରାଯିବା ଉଚିତ । ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ସାମ୍ବାଦିକମାନେ ସେମାନଙ୍କ କାର୍ଯ୍ୟ ସମୟରେ ଦେଇଥିବା ମନ୍ତବ୍ୟ କେଦାରନାଥ ରାୟ ଅଧୀନରେ ସୁରକ୍ଷିତ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.