ETV Bharat / bharat

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମୁକେଶ ଅମ୍ବାନୀ ପରିବାରକୁ ମିଳିବ Z+ ସୁରକ୍ଷା

author img

By

Published : Mar 1, 2023, 6:57 AM IST

ମୁକେଶ ଅମ୍ବାନୀ ପରିବାରକୁ ମିଳିବ Z+ ସୁରକ୍ଷା । ଏହି ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ମୁକେଶ ଅମ୍ବାନୀ ପରିବାରକୁ ମିଳିବ Z+ ସୁରକ୍ଷା
ମୁକେଶ ଅମ୍ବାନୀ ପରିବାରକୁ ମିଳିବ Z+ ସୁରକ୍ଷା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ମିଳିବ Z+ ସୁରକ୍ଷା । କେବଳ ମୁମ୍ବାଇରେ ନୁହେଁ, ବରଂ ଦେଶ ତଥା ବିଦେଶରେ ମଧ୍ୟ ପରିବାର ସଦସ୍ୟଙ୍କୁ Z+ ସୁରକ୍ଷା ଯୋଗାଇ ଦିଆଯିବାକୁ ଗତକାଲି(ମଙ୍ଗଳବାର) ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସମସ୍ତ ଖର୍ଚ୍ଚ ଶିଳ୍ପପତି ମୁକେଶ ଅମ୍ବାନୀ ବହନ କରିବେ । ଅମ୍ବାନୀ ପରିବାର ମୁମ୍ବାଇ ଏବଂ ଦେଶରେ ଥିବା ସମୟରେ ମହାରାଷ୍ଟ୍ର ସରକାର ଏବଂ ଗୃହ ମନ୍ତ୍ରଣାଳୟ ତାଙ୍କୁ Z+ ସୁରକ୍ଷା ସୁନିଶ୍ଚିତ କରିବେ । ସେହିପରି ବିଦେଶ ଯାତ୍ରା ସମୟରେ ଗୃହ ମନ୍ତ୍ରଣାଳୟ ସୁରକ୍ଷା ପ୍ରଦାନ କରିବେ ।

ମଙ୍ଗଳବାର ସୁପ୍ରିମକୋର୍ଟ ବିଚାରପତି କ୍ରିଷ୍ଣା ମୂରାରୀ ଏବଂ ଅସନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ Z+ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁମ୍ବାଇରେ ମହାରାଷ୍ଟ୍ର ସରକାର ଏବଂ ବିଦେଶ ଯାତ୍ରା ସମୟରେ ଗୃହ ମନ୍ତ୍ରଣାଳୟ ସେମାନଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଦେବେ । ଅର୍ଥାତ୍ ସାରା ଦେଶ ଓ ବିଦେଶରେ ଅମ୍ବାନୀ ପରିବାର ପାଇଁ Z+ ସୁରକ୍ଷା ବ୍ୟବସ୍ଥା କରାଯିବ । ଏନେଇ ସମସ୍ତ ଖର୍ଚ୍ଚ ଶିଳ୍ପପତି ବହନ କରିବେ ।

ଏହାମଧ୍ୟ ପଢନ୍ତୁ: Elon Musk: ଟ୍ବିଟର CEO ଏଲନଙ୍କୁ ପୂଜା କଲେ NGO ସଦସ୍ୟ, ଭାଇରାଲ ହେଲା ଭିଡିଓ

କହିରଖୁଛୁ କି, ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଲୋକଙ୍କୁ ଅନେକ ସମୟରେ ଧମକପୂର୍ଣ୍ଣ କଲ୍ ଏବଂ ମେସେଜ ମିଳୁଛି । କିଛି ଦିନ ପୂର୍ବରୁ ଅମ୍ବାନୀ ପରିବାରକୁ ଉଡାଇ ଦେବାକୁ ଧମକ ଦେଇ ବିହାର ଜଣେ ୩୦ ବର୍ଷୀୟ ଯୁବକ ଗିରଫ ହୋଇଥିଲେ । ସେହିପରି ଥରେ ରିଲାଏନ୍ସ ଫାଉଣ୍ଡେସନ ଦ୍ବାରା ପରିଚାଳିତ ହସ୍ପିଟାଲ ନମ୍ବରରେ କଲ୍ ଆସିଥିଲା । କେହି ଜଣେ କଲ୍ କରି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଧମକ ଦେଇଥିଲା । ଉକ୍ତ ହସ୍ପିଟାଲକୁ ୩ରୁ ଅଧିକ ଥର ହତ୍ୟା ଧମକ ସମ୍ପର୍କିତ ଫୋନ କଲ୍ ଆସିଲାଣି । ଏହି ଘଟଣାରେ ପୋଲିସ ଟ୍ରେସିଂ କରି ୫୬ ବର୍ଷୀୟ ବିଷ୍ଣୁ ଭୌମିକ ନାମକ ଜଣେ ଗହଣା ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଥିଲା ।ମୁକେଶ ଧିରୁଭାଇ ଅମ୍ବାନୀ ଭାରତୀୟ ବ୍ୟବସାୟୀ ଯିଏକି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ । ରିଲାଏନ୍ସ କମ୍ପାନୀ ଭାରତର ଏକ ବୃହତ ରିଟେଲର ।

ଏହାମଧ୍ୟ ପଢନ୍ତୁ: Women's Day: ରାମୋଜୀ ଫିଲ୍ମ ସିଟିରେ ମହିଳା ଦିବସ ସେଲିବ୍ରେସନ୍, ମାସେ ବ୍ୟାପି ସ୍ପେଶାଲ୍ ଅଫର୍

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.