ETV Bharat / bharat

Fodder Scam Case: ବଢିଲା ଲାଲୁଙ୍କ ଅଡୁଆ, ଜାମିନ ଖାରଜକୁ ନେଇ ସୁପ୍ରିମକୋର୍ଟଙ୍କ ଜବାବ ତଲବ

author img

By

Published : Mar 27, 2023, 4:52 PM IST

ପୁଣି ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ବଢିଲା ଅଡୁଆ । ଚାରା ଘୋଟାଲା ମାମଲାରେ ଜାମିନ ଖାରଜକୁ ନେଇ ସୁପ୍ରିମକୋର୍ଟଙ୍କ ଜବାବ ତଲବ । ଅଧିକ ପଢନ୍ତୁ

lalu yadav
lalu yadav

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ବଢିଲା ଅଡୁଆ । ଚାରା ଘୋଟାଲାର ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରି ଲାଲୁଙ୍କୁ ଜବାବ ମାଗିଛନ୍ତି । ଏହି ୨ଟି ମାମଲାରେ ଲାଲୁଙ୍କୁ ଜାମିନ ମିଳିଛି । ଜାମିନକୁ ରଦ୍ଦ କରିବା ଲାଗି ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଛି । ଏହି ମାମଲାରେ ସୁପ୍ରିମକୋର୍ଟ ଲାଲୁଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ସିବିଆଇ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ଯେଉଁଥିରେ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ଜାମିନ ପ୍ରଦାନ କରିଥିଲେ ।

ଲାଲୁଙ୍କୁ ଦୁମକା ଓ ଚାଇବାସା କୋଷାଗାର ଠକେଇ ମାମଲାରେ ଜାମିନ ମିଳିଛି । ୨୦୨୧ ମସିହାରେ ଲାଲୁ ଦୁମକା ଟ୍ରେଜେରୀରୁ ପ୍ରାୟ ୩.୧୩ କୋଟି ଟଙ୍କା ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ସେହିପରି ଚାଇବାସା ସହିତ ଦେଓଘର ଟ୍ରେଜେରୀ ଠକେଇ ମାମଲାରେ ମଧ୍ୟ ତାଙ୍କୁ ପୂର୍ବରୁ ଜାମିନ ମିଳିଥିଲା । ଦୁମକା ଟ୍ରେଜେରୀ ଠକେଇ ମାମଲାରେ ଲାଲୁ ନିଜର ଅଧା ସଜା ଜେଲରେ କାଟି ସାରିଥିଲେ । ଲାଲୁ ପ୍ରାୟ ୪୨ ମାସ ଜେଲରେ ବନ୍ଦୀ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା । ଏହି ୨ଟି ମାମଲାରେ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ତେବେ ସୁପ୍ରିମକୋର୍ଟ ଏ ନେଇ ଲାଲୁଙ୍କୁ ଜବାବ ମାଗିଛନ୍ତି ।

ଏହା ବି ପଢନ୍ତୁ- ଆଦାନୀ ପ୍ରସଙ୍ଗକୁ ନେଇ ପୁଣି ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, କହିଲେ କାହିଁକି ଏତେ ଡର ?

ଦୁମକା ଟ୍ରେଜେରୀ ଠକେଇ ମାମଲାରେ ଲାଲୁଙ୍କୁ ଜାମିନ ମିଳିବା ପରେ ଗତ ୨୦୨୨ ଏପ୍ରିଲ ୨୨ ତାରିଖରେ ଝାଡ଼ଖଣ୍ଡ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାରେ ଫେବୃଆରୀ ୧୫ ତାରିଖରେ ଲାଲୁ ସିବିଆଇ କୋର୍ଟରେ ଦୋଶୀ ସାବ୍ୟସ୍ତ ହୋଇଥିଲେ । ଏହାପରେ ତାଙ୍କୁ ୫ବର୍ଷ ଜେଲଦଣ୍ଡ ସହ ୬୦ ଲକ୍ଷ ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ୨୦୧୯ ଜୁଲାଇ ୧୨ ତାରିଖରେ ଦେଓଗଡ଼ ଟ୍ରେଜେରୀ ଠକେଇ ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ସେ ଦେଓଗଡ଼ ଟ୍ରେଜେରୀରୁ ୮୯.୨୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।

ସୂଚନା ଥାଉ କି ଲାଲୁପ୍ରସାଦ ଯାଦବଙ୍କ ବିରୋଧରେ ଚାରା ଘୋଟାଲାରେ ୪ଟି ମାମଲା ରହିଥିଲା । ପୂର୍ବରୁ ତାଙ୍କୁ ୩ଟି ମାମଲାରେ ଜାମିନ ମିଳିଥିବା ବେଳେ ଶେଷରେ ଦୁମକା ମାମଲାରେ ମଧ୍ୟ ତାଙ୍କୁ ଜାମିନ ମିଳିଥିଲା । ଦୀର୍ଘ ଦିନ ରାଞ୍ଚି ଜେଲରେ ରହିବା ପରେ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା । ଏହାପରେ ନିକଟରେ ଲାଲୁଙ୍କ କିଡନୀ ପ୍ରତିରୋପଣ କରାଯାଇଥିଲା । ଏହାପରେ ସେ ଏବେ ଦିଲ୍ଲୀରେ ରହିଛନ୍ତି । ଏଭଳି ସ୍ଥିତିରେ ସୁପ୍ରିମକୋର୍ଟ ନୋଟିସ ଜାରି କରିବା ପରେ ଲାଲୁଙ୍କ ପାଇଁ ଅଡୁଆ ବଢିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.