ETV Bharat / bharat

ବିଲକିସ୍‌ ବାନୋଙ୍କୁ ସୁପ୍ରିମ ଝଟ୍‌କା, ପୁନଃବିଚାର ଆବେଦନ ଖାରଜ

author img

By

Published : Dec 17, 2022, 12:42 PM IST

Updated : Dec 17, 2022, 9:42 PM IST

ସୁପ୍ରିମକୋର୍ଟରେ ବିଲକିସ୍ ବାନୋଙ୍କ ପୁନଃବିଚାର ଆବେଦନ ଖାରଜ । ୧୧ ଜଣ ଦୋଷୀଙ୍କୁ ମୁକ୍ତ କରାଯିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ସେ ଆବେଦନ କରିଥିଲେ । ଅଧିକ ପଢନ୍ତୁ

Supreme Court dismisses the plea of Bilkis Bano
ବିଲକିସ୍‌ ବାନୋଙ୍କୁ ସୁପ୍ରିମ ଝଟ୍‌କା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଗଣଦୁଷ୍କର୍ମ ପୀଡିତା ବିଲକିସ୍ ବାନୋଙ୍କୁ ନିରାଶ ହେବାକୁ ପଡିଛି । ୧୧ ଜଣ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ତାଙ୍କ ଦ୍ବାରା କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି(Supreme Court dismisses the plea of Bilkis Bano) । ଆଜୀବନ କାରାଦଣ୍ଡରେ ଦଣ୍ଡିତ ୧୧ ଜଣ ଦୋଷୀଙ୍କୁ ଗୁଜୁରାଟ ସରକାର ୧୯୯୨ ଦଣ୍ଡ କୋହଳ ନୀତି ଅନୁସାରେ ମୁକ୍ତ କରିଥିଲେ । କାହିଁକି ଦୋଷୀଙ୍କୁ ଛଡାଗଲା ଓ ଏହି ନିଷ୍ପତ୍ତିର ପୁନଃବିଚାର କରିବାକୁ ପୀଡିତା ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ମାତ୍ର ତାଙ୍କୁ ହତାଶ ହେବାକୁ ପଡିଛି । ସୁପ୍ରିମକୋର୍ଟ ତାଙ୍କ ପୁନଃବିଚାର ଆବେଦନ ଖାରଜ କରିଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୦୨ ମାର୍ଚ୍ଚ ୩ରେ ଗୁଜୁରାଟ ଦଙ୍ଗା ସମୟରେ ରାଜ୍ୟର ରାନ୍ଧିକପୁର ଗାଁରେ ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ଦୋଷୀମାନେ ତାଙ୍କ ତିନି ବର୍ଷର ଝିଅ ସମେତ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ । ଏହି ବର୍ବରକାଣ୍ଡ ସମୟରେ ବିଲକିସ୍ ମାତ୍ର ୨୧ ବର୍ଷ ହୋଇଥିବାବେଳେ ୫ ମାସର ଗର୍ଭବତୀ ମଧ୍ୟ ଥିଲେ । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୧ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ୧୫ ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ଜଣେ ଦୋଷୀ ସୁପ୍ରିମକୋର୍ଟରେ କ୍ଷମା ଆବେଦନ କରିଥିଲେ । ଏହାର ବିଚାର କରିବାକୁ କୋର୍ଟ ଗୁଜୁରାଟ ସରକାରଙ୍କୁ ଦାୟିତ୍ବ ଦେଇଥିବା ବେଳେ ସରକାର ୧୯୯୨ ନୀତିରେ ସମସ୍ତଙ୍କୁ ଖଲାସ କରିଥିଲେ । ଅଗଷ୍ଟ ୧୫ ତାରିଖରେ ୧୧ ଜଣ ଦୋଷୀ ଗୋଧ୍ରା ଜେଲରୁ ମୁକୁଳିଥିଲେ ।

ଏହାମଧ୍ୟ ପଢନ୍ତୁ: ଆଶ୍ଚର୍ଯ୍ୟ ! ଗୋଟିଏ ଘରର ୪ଟି ରୁମ୍ ମହାରାଷ୍ଟ୍ରରେ, ରୋଷେଇ ଘର ତେଲେଙ୍ଗାନାରେ

ଏହାକୁ ବିରୋଧ କରି ଗଣଦୁଷ୍କର୍ମ ପୀଡିତା ବିଲକିସ୍ ବାନୋ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଗୁଜୁରାଟ ସରକାରଙ୍କ ନିଷ୍ପତ୍ତିର ପୁନଃବିଚାର କରିବାକୁ ସେ ଆବେଦନ କରିଥିଲେ ।

Last Updated : Dec 17, 2022, 9:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.