ETV Bharat / bharat

ଭୋପାଳ ଗ୍ୟାସ୍ ଟ୍ରାଜେଡି: ପୀଡିତଙ୍କୁ ଅଧିକ କ୍ଷତିପୂରଣ ପାଇଁ କେନ୍ଦ୍ରର କ୍ୟୁରେଟିଭ ପିଟିସନ ଖାରଜ

author img

By

Published : Mar 14, 2023, 12:03 PM IST

Updated : Mar 14, 2023, 12:30 PM IST

୧୯୮୪ ଭୋପାଳ ଗ୍ୟାସ୍ ଟ୍ରାଜେଡି ମାମଲା । ପୀଡିତଙ୍କୁ ଅତିରିକ୍ତ କ୍ଷତିପୂରଣ ପାଇଁ କେନ୍ଦ୍ରର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ଭୋପାଳ ଗ୍ୟାସ୍ ଟ୍ରାଜେଡି
ଭୋପାଳ ଗ୍ୟାସ୍ ଟ୍ରାଜେଡି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୧୯୮୪ ଭୋପାଳ ଗ୍ୟାସ୍ ଟ୍ରାଜେଡି ମାମଲାରେ କେନ୍ଦ୍ରକୁ ଝଟକା । ପୀଡିତଙ୍କୁ ଅଧିକ କ୍ଷତିପୂରଣ ପ୍ରସଙ୍ଗରେ କେନ୍ଦ୍ର ସରକାର ଦାଖଲ କରିଥିବା କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏହି ଗ୍ୟାସ୍ ଟ୍ରାଜେଡି ଘଟଣାରେ ୟୁନିଅନ କାର୍ବାଇଡ କର୍ପୋରେସନ(UCC)ଠାରୁ ଅତିରିକ୍ତ କ୍ଷତିପୂରଣ ଦାବି କରି କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । ବିଚାରପତି ଏସ କେ କୌଲଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲା ବିଚାରକୁ ନେଇ କେନ୍ଦ୍ରର ପିଟିସନ ଖାରଜ କରିଛନ୍ତି ।

ସୂଚନାଥାଉ କି, ବହୁଚର୍ଚ୍ଚିତ ୧୯୮୪ ମସିହା ଭୋପାଳ ଗ୍ୟାସ ଟ୍ରାଜେଡିରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାଦ୍ୱାରା ପରିବେଶର ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏହି ମାମଲାରେ ୧୯୮୯ରେ ସେଟେଲମେଣ୍ଟ କରାଯାଇ ଆମେରିକୀୟ କମ୍ପାନୀ ୟୁନିଅନ କାର୍ବାଇଡ କର୍ପୋରେସନ ପକ୍ଷରୁ ୭୧୫ କୋଟି (470 ମିଲିୟନ ଡଲାର) ଟଙ୍କା କ୍ଷତିପୂରଣ ବାବଦରେ କେନ୍ଦ୍ରକୁ ଦିଆଯାଇଥିଲା । ମାତ୍ର ସେହି ସେଟେଲମେଣ୍ଟରେ ସଠିକ୍ ଜନଜୀବନ ଓ ପରିବେଶ କ୍ଷୟକ୍ଷତି ଆକଳନ ହୋଇନଥିବା ଦର୍ଶାଇ କେନ୍ଦ୍ର ସରକାର ଉକ୍ତ କମ୍ପାନୀଠାରୁ ଅତିରିକ୍ତ ୭,୮୪୪ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ଏହି ପରିପ୍ରେକ୍ଷୀରେ ୨୦୧୦ ମସିହା ଜୁନ ୭ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ କ୍ୟୁରେଟିଭ ପିଟିସନ ଦାଖଲ ହୋଇଥିଲା ।

ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ନେତୃତ୍ବାଧୀନ ପାଞ୍ଚ ଜଣିଆ ଖଣ୍ଡପୀଠ ଗତ ଜାନୁଆରୀରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ୟୁନିଅନ କାର୍ବାଇଡ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଷ ସାଲଭେ ମାମଲାର ପରିଚାଳନା କରିଥିଲେ । ତେବେ ସେଟେଲମେଣ୍ଟ ସମୟରେ ସହାୟତା ରାଶି କମ୍ ଥିବା ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନଥିବା କମ୍ପାନୀ ଯୁକ୍ତି କରିଥିଲା । ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ନିଜ ପକେଟରୁ ପୀଡିତଙ୍କୁ ଅଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାସହିତ ୩୦ ବର୍ଷ ତଳେ ହୋଇଥିବା ସେଟେଲମେଣ୍ଟ ପ୍ରସଙ୍ଗରେ କେନ୍ଦ୍ର ସରକାର କାହିଁକି କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି ସେନେଇ ପ୍ରଶ୍ନ କରିଥିଲେ । ଶେଷରେ ଏହି ପିଟିସନ ଖାରଜ କରିଛନ୍ତି କୋର୍ଟ । ବର୍ତ୍ତମାନ ୟୁନିଅନ କାର୍ବାଇଡ କର୍ପୋରେସନ ଡୋ କେମିକାଲ ମାଲିକାନାରେ ରହିଛି । ଯାହାକି ୧୯୮୪ ମସିହା ଗ୍ୟାସ୍ ଟ୍ରାଜେଡି ପରେ ୭୧୫ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିଲା ।

ଉଲ୍ଲେଖଯୋଗ୍ୟ, ୧୯୮୪ ମସିହା ଡିସେମ୍ବର ୨ ଏବଂ ୩ ତାରିଖରେ ଭୋପାଳ ସ୍ଥିତ ୟୁନିଅନ କାର୍ବାଇଡ ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା । ଏଥିରେ ୩୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏକ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଥିଲେ । ଏହି ଘଟଣାରେ UCC ଅଧ୍ୟକ୍ଷ ୱାରେନ ଆଣ୍ଡରସନ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ସେ ଟ୍ରାଏଲ ପାଇଁ କୋର୍ଟରେ ହାଜର ହୋଇନଥିଲେ । ଏହାପରେ ୧୯୯୨ରେ ଭୋପାଳ ସିଜେଏମ୍ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ । ୨୦୧୪ରେ ଆଣ୍ଡରସନଙ୍କ ମୃତ୍ୟୁ ଘଟିଥିଲା । ଏହାପୂର୍ବରୁ ଭୋପାଳ କୋର୍ଟ ତାଙ୍କ ବିରୁଦ୍ଧରେ ଦୁଇଥର ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ।

Last Updated : Mar 14, 2023, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.