ETV Bharat / bharat

ଯୌନ ଉତ୍ପୀଡନ ମାମଲା, ଅଭିଯୁକ୍ତ ରାକ୍ଷୀ ବାନ୍ଧିବା ଆଦେଶରେ କ୍ଷୁବ୍ଧ ସୁପ୍ରିମକୋର୍ଟ - ଯୌନ ଉତ୍ପୀଡ଼ନ ମାମଲା

ପୀଡିତାଙ୍କ ଘରକୁ ଯାଇ ରାକ୍ଷୀ ବାନ୍ଧିବାକୁ ଅଭିଯୁକ୍ତକୁ ଆଦେଶ ଦେଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ । ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଯୌନ ଉତ୍ପୀଡ଼ନ ମାମଲା, ଅଭିଯୁକ୍ତ ରାକ୍ଷୀ ବାନ୍ଧିବା ଆଦେଶରେ କ୍ଷୁବ୍ଧ ସୁପ୍ରିମ କୋର୍ଟ

author img

By

Published : Mar 18, 2021, 10:18 PM IST

ନୂଆଦିଲ୍ଲୀ: ଯୌନ ଶୋଷଣର ଏକ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ ରଦ୍ଧ କରିଦେଇଛନ୍ତି ସୁପ୍ରିମକୋର୍ଟ । ପୀଡିତାଙ୍କ ଘରକୁ ଯାଇ ରାକ୍ଷୀ ବାନ୍ଧିବାକୁ ଅଭିଯୁକ୍ତକୁ ଆଦେଶ ଦେଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ । ହାଇକୋର୍ଟଙ୍କ ପକ୍ଷରୁ ଅଭିଯୁକ୍ତକୁ ଜାମିନ ଦେବା ସମୟରେ ରଖାଯାଇଥିବା ସର୍ତ୍ତକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ 9 ଜଣ ମହିଳା । ତେବେ ସୁପ୍ରମକୋର୍ଟ ଏହାକୁ ହୃଦୟଙ୍ଗମ କରିବା ସହିତ ଏଭଳି ସର୍ତ୍ତ ରଖିବା ଅନୁଚିତ ବୋଲି କହିଛନ୍ତି । ଏଭଳି ମାମଲାରେ ଆଦେଶ ଦେବା ସମୟରେ ବିଚାରପତିମାନଙ୍କୁ ଅଧିକ ସମ୍ବେନଶୀଳ ହେବାର ଆବଶ୍ୟକତା ରହିଥିବା କହିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟରେ ଦାଖଲ ଯାଚିକାରେ ଉଲ୍ଲେଖ କରାଯାଇଥିଲା, ମଧ୍ୟପ୍ରଦେଶ ହାଇକୋର୍ଟ ଅଭିଯୁକ୍ତକୁ ଜାମିନ ଦେବା ସମୟରେ ନିଜ ସ୍ତ୍ରୀ ସହିତ ପୀଡିତାଙ୍କ ଘରକୁ ଯିବାକୁ କହିଥିଲେ । ଆଦେଶରେ, ଅଭିଯୁକ୍ତ ପୀଡିତା ଘରକୁ ଯାଇ ତା'ଠାରୁ ରାକ୍ଷୀ ବାନ୍ଧୁ ବୋଲି ଆଦେଶରେ କୁହାଯାଇଥିଲା । ଅଭିଯୁକ୍ତ ପୀଡିତାଙ୍କୁ ମିଠା ଦେଇ ସାରା ଜୀବନ ତାଙ୍କ ସୁରକ୍ଷା ବଚନ ଦିଅନ୍ତୁ ବୋଲି କହିଥିଲେ ହାଇକୋର୍ଟ ।

ହାଇକୋର୍ଟଙ୍କ ଏହି ସର୍ତ୍ତକୁ ଆପତ୍ତିଜନକ ବୋଲି କହିଥିଲେ ଅପର୍ଣ୍ଣା ଭଟ୍ଟଙ୍କ ସମେତ 9 ମହିଳା । ଯାଚିକାକର୍ତ୍ତାଙ୍କ କହିବା ଅନୁଯାୟୀ ଯୌନ ଶୋଷଣ ଏକ ଗମ୍ଭୀର ମାମଲା । ଅନେକ ଥର ଏବେବାଦରେ ରିପୋର୍ଟ କରିବାକୁ ମଧ୍ୟ ସାହସ କରୁନାହାନ୍ତି ମହିଳା । ଯଦି ବି ରିପୋର୍ଟ କରୁଛନ୍ତି ପରେ ସେମାନେ ମାନସିକ ଭାରାକ୍ରାନ୍ତ ରହୁଥିବା ଦେଖିବାକୁ ମିଳୁଛି । ଏଭଲି ଅଜବ ସର୍ତ୍ତ ଉପରେ ଅଭିଯୁକ୍ତର ଜାମିନ ଅପରାଧର ଗମ୍ଭୀରତାର ହ୍ରାସ କରିବା ସହ ପୀଡିତାଙ୍କ କଷ୍ଟ ବଢାଇଛି ।

ଏହି ମାମଲାରେ ଆଟୋର୍ଣ୍ଣି ଜେନେରାଲଙ୍କଠାରୁ ପରାମର୍ଶ ମାଗିଥିଲେ ସୁପ୍ରିମକୋର୍ଟ । ଆଟୋର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ କହିଥିଲେ, ହାଇକୋର୍ଟ ବିଚାରପତି ଯେଉଁ ଆଦେଶ ଦେଇଥିଲେ ତାହା ଭାବପ୍ରବଣତା । ଅଭିଯୁକ୍ତକୁ ପୀଡିତାଙ୍କ ଘରକୁ ଯାଇ ରାକ୍ଷୀ ବାନ୍ଧିବାକୁ କହିବା ଏକ ପ୍ରକାରର ଡ୍ରାମା । ଏହାର କଡା ନିନ୍ଦା କରାଯିବା ଉଚିତ । ନିଯୁକ୍ତି ପୂର୍ବରୁ ଜଜଙ୍କୁ ଦିଆଯିବାକୁ ଥିବା ଟ୍ରେନିଂ ସମୟରେ ଏହି କଥା ଶିଖାଯିବା ଦରକାର କି ମହିଳାଙ୍କ ସହିତ ଜଡିତ ମାମଲାରେ ଆଦେଶ ଦେବା ବେଳେ ସେମାନଙ୍କୁ ସମ୍ବେନଶୀଳ ହେବା ଜରୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.