ETV Bharat / bharat

Gyanvapi Mosque Case: 11ରେ ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ

author img

By

Published : Nov 10, 2022, 4:42 PM IST

ଆସନ୍ତାକାଲି ଜ୍ଞାନବ୍ୟାପୀ ମସଜିଦ ଓ ଶୃଙ୍ଗାରଗୌରୀ ମନ୍ଦିର ମାମଲାର ଶୁଣାଣି କରିବେ ସର୍ବୋଚ୍ଚକୋର୍ଟ । ଅଧିକ ପଢନ୍ତୁ

Gyanvapi mosque case: 11 ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି (ନଭେମ୍ବର 11) ବହୁଚର୍ଚ୍ଚିତ ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ ଓ ଶୃଙ୍ଗାରଗୌରୀ ମନ୍ଦିର ମାମଲାର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଆସନ୍ତାକାଲି ଅପରାହ୍ନରେ ଏହି ମାମଲାର ଶୁଣାଣି କରିବା ପାଇଁ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି । ଭିଡିଓଗ୍ରାଫି ସର୍ଭେ ସମୟରେ ମସଜିଦ ପରିସରରେ ଏକ ବିଶାଳ ଶିବଲିଙ୍ଗ ମିଳିଥିବା ନେଇ ହିନ୍ଦୁପକ୍ଷ ଦାବି କରିଥିଲେ । ସେହିପରି ମିଳିଥିବା ଶିବଲିଙ୍ଗର ସୁରକ୍ଷା ସହ ସେଠାରେ ହିନ୍ଦୁମାନଙ୍କୁ ପୂଜା କରିବା ପାଇଁ ଅନୁମତି ଦେବା ପାଇଁ ମାମଲା ଦାଏର ହୋଇଥିଲା ।

ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ହିମା କୋହଲି ଓ ଜେବି ପର୍ଦ୍ଦିଓ୍ବାଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହି ମାମଲାର ଶୁଣାଣି ପାଇଁ ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରାଯିବା ନେଇ ସୂଚନା ମିଳିଛି । ଆସନ୍ତାକାଲି (ଶୁକ୍ରବାର) ଅପରାହ୍ନ ପ୍ରାୟ 3ଟାରେ ଏହି ମାମଲାର ଶୁଣାଣି ହେବା ନେଇ ସୂଚନା ମିଳିଛି । ମେ’ 17 ତାରିଖରେ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ । ମସଜିଦ ପରିସରରେ ମିଳିଥିବା ଶିବଲିଙ୍ଗ ଓ ତାହା ଠାବ ହୋଇଥିବା ସମଗ୍ର ଅଞ୍ଚଳର ସୁରକ୍ଷା ପାଇଁ ସର୍ବୋଚ୍ଚ କୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ ।

ହିନ୍ଦୁପକ୍ଷରୁ ବିଶିଷ୍ଟ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ପକ୍ଷ ରଖୁଛନ୍ତି । ପୂର୍ବର ଏହି ମାମଲାରେ ବାରାଣାସୀ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ମସଜିଦ କ୍ୟାମ୍ପସରେ ଭିଡିଓଗ୍ରାଫି ସର୍ଭେ ମଧ୍ୟ କାରଯାଇଥିଲା । ଏହି ସର୍ଭେରେ ମସଜିଦ ପରିସରରେ ଏକ ବିଶାଳ ଶିବଲିଙ୍ଗ ମିଳିଥିବା କଥା ସାମ୍ନାକୁ ଆସିଥିଲା । ହିନ୍ଦୁ ପକ୍ଷ ସେଠାରେ ପୂଜାପାଠ କରିବା ପାଇଁ ଅନୁମତି ମାଗିଥିବା ବେଳେ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଏହାରି ମଧ୍ୟରେ ଆସନ୍ତାକାଲି (ନଭେମ୍ବର 11) ରେ ଏହି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଆସନ୍ତାକାଲି ସର୍ବୋଚ୍ଚ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.