ETV Bharat / bharat

ବୃଷ ରାଶିକୁ ଚଳନ କଲେ ରବି, ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ

author img

By

Published : May 15, 2023, 6:41 AM IST

ଆଜି ବୃଷ ରାଶିକୁ ଚଳନ କଲେ ରବି । ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ ।

Taurus sankranti
Taurus sankranti

ମେଷ: ଆଜି ରବି ବୃଷ ରାଶିରେ ପ୍ରବେଶ କରିବେ । ଏହି ସମୟରେ ନିଜ କଥା ଉପରେ ଆପଣ ନିୟନ୍ତ୍ରଣ ରଖନ୍ତୁ । ପରିବାରର ସଦସ୍ୟମାନଙ୍କ ସହିତ ବ୍ୟବଧାନକୁ ବଢ଼ିବାକୁ ଦିଅନ୍ତୁ ନାହିଁ । ହେଲେ ଆର୍ଥିକ ଦୃଷ୍ଟିକୋଣରୁ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ ।

ଉପଚାର - ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ ।

ବୃଷ: ବୃଷ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ମଧ୍ୟରେ ଆପଣଙ୍କର ଅନେକ ସମସ୍ୟାର ସମାଧାନ ହୋ‍ଇଯିବ । ଆପଣ କିଛି ମାତ୍ରାରେ ଅହଂକାରୀ ହେବାର ସମ୍ଭାବନା ଅଛି । ଏହି ସମୟରେ ବ୍ୟବସାୟ ସହଭାଗୀ ଓ ଜୀବନସାଥୀଙ୍କ ସହିତ କଥାବାର୍ତ୍ତା କରିବା ବେଳେ ସତର୍କ ରୁହନ୍ତୁ ।

ଉପଚାର - ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ମିଥୁନ: ବୃଷ ରାଶିରେ ରବିଙ୍କର ପ୍ରବେଶ ହେବା ଦ୍ଵାରା ମିଥୁନ ରାଶି ଥିବା ବ୍ୟକ୍ତିମାନଙ୍କର ଅନେକ କାମ ସହଜରେ ସମ୍ପାଦନ ହୋ‍ଇଯିବ । ପୁରୁଣା ରୋଗ ଭଲ ହୋ‍ଇଯିବ ଏବଂ ଆପଣ କାମ ପାଇଁ ଗୋଟିଏ ନୂଆ ସୁଯୋଗ ମଧ୍ୟ ପାଇବାର ସମ୍ଭାବନା ଅଛି । ସମ୍ପର୍କକୁ ଉନ୍ନତ କରିବା ପାଇଁ ଗୋଟିଏ ସୁଯୋଗ ମିଳିବ । ଶତୃମାନେ ପରାଜିତ ହେବେ ।

ଉପଚାର - ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।

କର୍କଟ: ବୃଷ ରାଶିରେ ରବି ରହିଥିବା ପର୍ଯ୍ୟନ୍ତ ଆପଣ ପ୍ରଚୁର ସମ୍ମାନ ପାଇବେ । ଆପଣ ନୂଆ ଲୋକମାନଙ୍କ ସମ୍ପର୍କରେ ଆସିବେ । ଏହି ସମୟରେ ଆପଣ ଆୟର ପନ୍ଥାଗୁଡ଼ିକୁ ବୃଦ୍ଧି କରିବା ପାଇଁ ମଧ୍ୟ ଚେଷ୍ଟା କରିବେ । ଆପଣ ସରକାରୀ କାମରୁ ଲାଭବାନ ହେବାର ସମ୍ଭାବନା ଅଛି । ଆପଣ ବନ୍ଧୁମାନଙ୍କର ସହଯୋଗ ପାଇବେ ।

ଉପଚାର - ଭଗବାନ ଶିବଙ୍କର ଉପାସନା କରନ୍ତୁ ।

ସିଂହ: ଏହି ରାଶିର ବ୍ୟକ୍ତିମାନେ ବୃଷ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ସେମାନଙ୍କ ବ୍ୟବସାୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଏହି ସମୟରେ ଆପଣ ବାପାଙ୍କ ଠାରୁ ସ୍ଵତନ୍ତ୍ର ଭାବେ ଆଶୀର୍ବାଦ ପାଇବେ ।

ଉପଚାର - ସୂର୍ଯ୍ୟ ଦେବତାଙ୍କର ଯେକୌଣସି ମନ୍ତ୍ର ଜପ କରନ୍ତୁ ।

କନ୍ୟା: ବୃଷ ସଂକ୍ରାନ୍ତି ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତି ସେମାନଙ୍କ ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି ଅଯଥା ଚିନ୍ତା ଦ୍ଵାରା ଆପଣ ଚାପଗ୍ରସ୍ତ ହେବାର ସମ୍ଭାବନା ଅଛି । ଭାଇଭ‍ଉଣୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ମଧୁର ହେବ ।

ଉପଚାର - ପ୍ରତିଦିନ ଗୋଟିଏ ମାଳି ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ତୁଳା: ଏହି ରାଶିର ବ୍ୟକ୍ତିମାନେ ବୃଷ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ସମୟ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଆପଣଙ୍କୁ କୌଣସି ସଂକ୍ରାମକ ରୋଗ ହେବାର ସମ୍ଭାବନା ଅଛି । ଶ୍ଵଶୁରଘରକୁ ନେଇ ମଧ୍ୟ କିଛି ମାତ୍ରାରେ ଚିନ୍ତିତ ହୋଇପାରନ୍ତି । ଯାନବାହାନଗୁଡ଼ିକୁ ସାବଧାନତାର ସହ ଚଳାଇବା ଆବଶ୍ୟକ ।

ଉପଚାର - ଗରିବ ଲୋକମାନଙ୍କୁ ଫଳ ଦାନ କରନ୍ତୁ ।

ବିଛା: ବୃଷ ରାଶିରେ ରବିଙ୍କର ପ୍ରବେଶ ଦ୍ୱାରା ବିଛା ରାଶିର ଲୋକମାନେ ସାଧାରଣ ଫଳ ପାଇବେ । ହେଲେ ଆପଣଙ୍କ ଜୀବନସାଥୀ ଏବଂ ବ୍ୟବସାୟ ସହଭାଗୀଙ୍କ ସହିତ ବ୍ୟବଧାନ ସୃଷ୍ଟି ହେବାର ସୁଯୋଗ ଆସିବ । ଆପଣ ନିଜର ଅହଂ ଭାବକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ।

ଧନୁ: ବୃଷ ରାଶିରେ ରବିଙ୍କର ଚଳନ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କର ଶତ୍ରୁମାନେ ପରାଜୟ ହେବେ । ଏହି ସମୟରେ ଆପଣ କିଛି ଜଟିଳ ସ୍ୱାସ୍ଥ୍ୟ ସମସ୍ୟାରୁ ସାମାନ୍ୟ ଆରାମ ପାଇବେ । କାର୍ଯ୍ୟକ୍ଷେତ୍ରରେ ପରସ୍ପରକୁ ସହାୟତା କରିବା ଦେଖିବାକୁ ମିଳିବ ।

ଉପଚାର - ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତୁ ।

ମକର: ଯଦି ବୃଷ ରାଶିରେ ରବି ପ୍ରବେଶ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ହେବ । ବିଦ୍ୟାର୍ଥୀମାନେ ଯେକୌଣସି ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଯୋଜନା କରିବେ । ପ୍ରେମ ଜୀବନକୁ ନେଇ ଆପଣ ସନ୍ତୁଷ୍ଟ ରହିବେ । ଆୟ ବୃଦ୍ଧି କରିବା ପାଇଁ ଆପଣ ନିରନ୍ତର ଉଦ୍ୟମ ଜାରି ରଖିବେ ।

ଉପଚାର - ପ୍ରତିଦିନ ବାପାଙ୍କର ଆଶିର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ ।

କୁମ୍ଭ: ଗୋଟିଏ ମାସ ଆପଣ ଜମିଜମା ଓ ଜାଗାବାଡ଼ି କାମରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ମା’ଙ୍କର ସ୍ଵାସ୍ଥ୍ୟ ଚିନ୍ତାଜନକ ହେବାର ସମ୍ଭାବନା ଅଛି । ବ୍ୟବସାୟରେ ଆପଣ ଗୋଟିଏ ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଯୋଜନା କରିବେ ।

ଉପଚାର - ପ୍ରତିଦିନ ଗାୟତ୍ରୀ ଚାଳିଶା ପାଠ କରନ୍ତୁ ।

ମୀନ: ବୃଷ ରାଶିରେ ରବିଙ୍କର ପ୍ରବେଶ ହେବା ଦ୍ଵାରା ଆପଣଙ୍କର ଶକ୍ତି ବୃଦ୍ଧି ହେବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଏବଂ ସାନ ଭାଇଭ‍ଉଣୀମାନଙ୍କ ସହିତ ଆପଣଙ୍କର ଭଲ ସମ୍ପର୍କ ରହିବ । ଆପଣ ଗୋଟିଏ ସ୍ଥାନକୁ ଭ୍ରମଣରେ ମଧ୍ୟ ଯାଇପାରନ୍ତି କିମ୍ବା କିଛି ଧାର୍ମୀକ କାର୍ଯ୍ୟରେ ଅଂଶଗ୍ରହଣ କରିବେ ।

ଉପଚାର - ପ୍ରତିଦିନ ହନୁମାନଙ୍କ ଦର୍ଶନ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.