ମେଷ: ମିଥୁନ ରାଶିରେ ରବିଙ୍କର ଚଳନ ଦ୍ଵାରା ଆପଣ ଲାଭବାନ ହେବାର ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିପାରେ । ଏହି ସମୟରେ ନିଜର ବାପାଙ୍କ ସହିତ ଆପଣଙ୍କର ସମ୍ପର୍କ ମଧୁର ହୋଇପାରେ। ଆପଣ ଆଜି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି।
ଉପଚାର: ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ
ବୃଷ: ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ଆପଣ ନିଜ ପରିବାର ସହିତ ଅଧିକରୁ ଅଧିକ ସମୟ ଅତିବାହିତ କରିପାରନ୍ତି । ଏହି ସମୟରେ ଆପଣଙ୍କର ଆଖି ସମ୍ବନ୍ଧିତ କିଛି ସମସ୍ୟା ଦେଖାଦେଇପାରେ । ଆପଣ ସାମାନ୍ୟ ଅହଂକାରି ହେବାର ମଧ୍ୟ ସମ୍ଭାବନା ଅଛି ।
ଉପଚାର: ପ୍ରତି ଦିନ କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ
ମିଥୁନ: ମିଥୁନ ସଂକ୍ରାନ୍ତି ଠାରୁ ଏକ ମାସ ପର୍ଯ୍ୟନ୍ତ ଆପଣ ପୂର୍ବ ଭଳି ଆତ୍ମବିଶ୍ଵାସରେ ପରିପୂର୍ଣ୍ଣ ରହିପାରନ୍ତି । ନିଜର ଜୀବନସାଥୀଙ୍କ ସହିତ ଆପଣଙ୍କ ଚିନ୍ତାଧାରା ନମିଶିପାରେ । ନିଜର ବ୍ୟବସାୟ ସହଭାଗୀଙ୍କ ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି । ଗାଡ଼ି ଚଲାଇବା ସମୟରେ ମଧ୍ୟ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି ।
ଉପଚାର: ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ: ମିଥୁନ ରାଶିରେ ରବିଙ୍କର ପ୍ରବେଶ ହେବା ପରେ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣଙ୍କ ଠାରେ ଅର୍ଥ ଠୁଳ କରିବା ପାଇଁ ଆଗ୍ରହ ବୃଦ୍ଧି ହେବ । ପୂର୍ବ ପୁରୁଷଙ୍କ ସମ୍ପତ୍ତି ସମ୍ବନ୍ଧିତ କୌଣସି ପ୍ରକାରର ସମସ୍ୟାର ସମାଧାନ ହେବାର ସମ୍ଭାବନା ଅଛି । ଆଜି ଆପଣ ଉଚ୍ଚାକାଂକ୍ଷୀ ହେବେ ।
ଉପଚାର: ପ୍ରତି ଦିନ ନିଜ ପିତାମାତାଙ୍କର ଆଶୀର୍ବାଦ ନିଅନ୍ତୁ
ସିଂହ: ମିଥୁନ ରାଶିରେ ରବିଙ୍କର ଚଳନ ସମୟ ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ହେବ । ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହିତ ଯୋଗାଯୋଗ କରିବେ । ଏହି ସମୟରେ ସେମାନେ ସମାଜରେ ପ୍ରଚୁର ସମ୍ମାନ ଲାଭ କରିବେ । ନୂତନ ବନ୍ଧୁ ପାଇପାରନ୍ତି ।
ଉପଚାର: ତମ୍ବା ନିର୍ମିତ ସୂର୍ଯ୍ୟ ଯନ୍ତ୍ରକୁ ପୂଜା କରନ୍ତୁ
କନ୍ୟା: ମିଥୁନ ସଂକ୍ରାନ୍ତି ଠାରୁ ଏକ ମାସ ପର୍ଯ୍ୟନ୍ତ ଆପଣ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି । ବେରୋଜଗାର ଥିବା ବ୍ୟକ୍ତିମାନେ ରୋଜଗାର ପାଇରାରନ୍ତି । ବିଦ୍ୟାର୍ଥୀମାନେ ଏହି ସମୟରେ ଲାଭବାନ ହେବାର ସମ୍ଭାବନା ଅଛି।
ଉପଚାର: ରବିବାର ଦିନ ଭଗବାନ ଶିବଙ୍କର ଜଳାଭିଷେକ କରିବା ସହିତ ଗୁଡ଼ ଦାନ କରନ୍ତୁ
ତୁଳା: ମିଥୁନ ରାଶିରେ ରବିଙ୍କର ଚଳନ ହେଉଥିବାରୁ ଆପଣଙ୍କର ଶକ୍ତି ବୃଦ୍ଧି ହେବ । ଏହି ସମୟରେ ଆପଣଙ୍କୁ କିଛି ଅତିରିକ୍ତ ଉଦ୍ୟମ କରିବାକୁ ପଡ଼ିବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଏହି ସମୟରେ ଆପଣ ନିଜ ବାପାଙ୍କ ଉପଦେଶ ଅନୁସାରେ କାର୍ଯ୍ୟ କରନ୍ତୁ ।
ଉପଚାର: ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଦୁର୍ଗା ଚାଳିଶା ପାଠ କରନ୍ତୁ
ବିଛା: ମିଥୁନ ରାଶିରେ ରବିଙ୍କର ଚଳନ ହେବା ଆପଣଙ୍କ ପାଇଁ ସାମାନ୍ୟ ଚିନ୍ତାର ବିଷୟ ହୋଇପାରେ । ଏହି ସମୟରେ ଯାନ କିମ୍ବା ବୈଦ୍ୟୁତିକ ଉପକରଣଗୁଡ଼ିକୁ ଅତି ସତର୍କତାର ସହ ବ୍ୟବହାର କରିବା ଆବଶ୍ୟକ । ନିଜ ଶ୍ଵଶୁର ଘର ଲୋକଙ୍କ ସହିତ ସଂଯତର ସହ କଥାବାର୍ତ୍ତା କରନ୍ତୁ ।
ଉପଚାର: ସୂର୍ଯ୍ୟାଷ୍ଟକ ପାଠ କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ
ଧନୁ: ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ବିବାଦୀୟ ହୋଇପାରେ । ନିଜର ଜୀବନସାଥୀ ଓ ଆପଣଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ହୋଇପାରେ । ଆପଣ ଧୈର୍ଯ୍ୟବାନ ହେବା ଆବଶ୍ୟକ । ନିଜର ସାମାଜିକ ସମ୍ପର୍କକୁ ବୃଦ୍ଧି କରିବା ଉପରେ ଧ୍ୟାନ ଦିଅନ୍ତୁ । ନିଜର ବ୍ୟବସାୟ ସହଭାଗୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ।
ଉପଚାର: ରବିବାର ଦିନ ଉପବାସ ରହି ସୂର୍ଯ୍ୟଙ୍କର ଉପାସନା କରନ୍ତୁ
ମକର: ମିଥୁନ ରାଶିରେ ରବିଙ୍କର ଚଳନ ହେବା କାରଣରୁ ଆପଣ ମାଲିମକଦ୍ଦମାରେ ସଫଳତା ଲାଭ କରିପାରନ୍ତି । ଶତ୍ରୁ ପରାଜୟ ହେବେ । ଏହି ସମୟରେ ଆପଣ ସ୍ଵାସ୍ଥ୍ୟ କ୍ଷେତ୍ରରେ ଲାଭବାନ ହେବେ । ଚାକିରୀ କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଆହୁରି କଠିନ ପରିଶ୍ରମ କରିବାକୁ ହେବ ।
ଉପଚାର: ସୂର୍ଯ୍ୟଙ୍କର ବାରଟି ନାମକୁ ଜପ କରନ୍ତୁ
କୁମ୍ଭ: ମିଥୁନ ରାଶିରେ ରବିଙ୍କର ଚଳନ ସମୟଟି କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ହେବ । ଏହି ସମୟରେ ଶିକ୍ଷା ଓ ସନ୍ତାନମାନଙ୍କ ସମନ୍ଧିତ ସମସ୍ୟା ଦେଖାଦେଇପାରେ । ଏପରିକି ପ୍ରେମ ସମ୍ପର୍କରେ ଅହଂ ଭାବ ମଧ୍ୟ କ୍ଷତି ଆଣିପାରେ ।
ଉପଚାର: ଶିବ ପଞ୍ଚାକ୍ଷର ମନ୍ତ୍ର ଜପ କରିବା ସହିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ
ମୀନ: ମିଥୁନ ରାଶିରେ ରବିଙ୍କର ଚଳନ ଆପଣଙ୍କ ପାଇଁ ସନ୍ତୋଷଜନକ ହେବ । ତଥାପି ଆପଣ ପୂର୍ବ ଭଳି ଚିନ୍ତିତ ରହିବେ । ମାଆଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ହୋଇପାରେ । ଆପଣ ଗୋଟିଏ ନୂଆ ଗାଡ଼ି କିଣିବା ପାଇଁ ଯୋଜନା କରିପାରନ୍ତି ।
ଉପଚାର: ପ୍ରତିଦିନ ସୂର୍ଯ୍ୟଙ୍କୁ କୁଙ୍କୁମ ମିଶ୍ରିତ ଜଳରେ ଅର୍ଘ୍ୟ ଦିଅନ୍ତୁ