ETV Bharat / bharat

ମହାବିଷୁବ ସଂକ୍ରାନ୍ତି: ଏହି ରାଶିକୁ ଚଳନ କଲେ ରବି, ଜାଣନ୍ତୁ କଣ ରହିବ ପ୍ରଭାବ

author img

By

Published : Apr 14, 2022, 7:04 AM IST

ଆଜି ମହାବିଷୁବ ସଂକ୍ରାନ୍ତି । ଜାଣନ୍ତୁ କେଉଁ ରାଶିରେ କଣ ରହିଛି ରବିଙ୍କ ପ୍ରଭାବ ଏବଂ ତା’ର କେମିତି କରାଯିବ ପ୍ରତିକାର, ଜାଣିବା ପାଇଁ ଅଧିକ ପଢନ୍ତୁ

ମହାବିଷୁବ ସଂକ୍ରାନ୍ତି
ମହାବିଷୁବ ସଂକ୍ରାନ୍ତି

ମେଷ: ଏହି ରାଶି ବ୍ୟକ୍ତି ବିଶେଷ ଏହି ମାସରେ ଆପଣଙ୍କ ଠାରେ ଅଯଥା ଅହଂ ଭାବ ଦେଖା ଦେଇପାରେ । ଆପଣଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହେବାର ସମ୍ଭାବନା ଅଛି । ବାପାଙ୍କ ସହିତ ମତାନ୍ତର ଦେଖା ଦେଇପାରେ । ଆଖିରେ କିଛି ସମସ୍ୟା ଦେଖା ଦେଇପାରେ । ଟାଣ ଖରାକୁ ଯାଆନ୍ତୁ ନାହିଁ ।

ଉପଚାର- ସୂର୍ଯ୍ୟାଷ୍ଟକ ପାଠ କରନ୍ତୁ ।

ବୃଷ: ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଆପଣ କାମ ପ୍ରତି ଅନିଚ୍ଛା ପ୍ରକାଶ କରିପାରନ୍ତି । ଯାହା ହେଉ ଆପଣ ନିଜର ଶତ୍ରୁମାନଙ୍କ ଦ୍ଵାରା ଲାଭବାନ ହୋ‍ଇପାରନ୍ତି । ଆପଣ ରୋଗମୁକ୍ତ ହେବାର ସମ୍ଭାବନା ଅଛି । ତଥାପି ବିଦେଶ ସମ୍ପର୍କିତ କାମ ଉପରେ ଧ୍ୟାନ ଦିଅନ୍ତୁ ।

ଉପଚାର- ପ୍ରତି ଦିନ ବାପାଙ୍କର ଆଶୀର୍ବାଦ ନିଅନ୍ତୁ ।

ମିଥୁନ: ମୂଳ ରାଶି ମିଥୁନ ଥିବା ବ୍ୟକ୍ତିମାନଙ୍କ ପାଇଁ ସମୟ ପୂର୍ବାପେକ୍ଷା ଭଲ ରହିବ ବୋଲି ଜଣା ପଡ଼ୁଛି । ଯଦି କିଛି ସରକାରୀ କାମ ପଡ଼ି ରହିଥାଏ, ତେବେ ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ହୋ‍ଇପାରେ । ଆପଣ ସମାଜରେ ସମ୍ମାନିତ ହୋ‍ଇପାରନ୍ତି ।

ଉପଚାର- ପ୍ରତି ଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ।

କର୍କଟ: ମେଷ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ମୂଳ ରାଶି କର୍କଟ ଥିବା ବ୍ୟକ୍ତିମାନେ ବ୍ୟବସାୟରେ ଉନ୍ନତି କରିପାରନ୍ତି କିନ୍ତୁ ଜମି ଓ ଜାଗା ସମ୍ବନ୍ଧୀତ କାର୍ଯ୍ୟରେ କିଛି ସମସ୍ୟା ଦେଖାଦେପାରେ । ଏହି ସମୟରେ ନିଜ ମାଆଙ୍କ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଉପଚାର- ସୂର୍ଯ୍ୟ ଦେବତାଙ୍କର ଜଳାଭିଷେକ କରିବା ସହିତ ସୂର୍ଯ୍ୟ ନମସ୍କାର କରନ୍ତୁ।

ସିଂହ: ମୂଳ ରାଶି ସିଂହ ଥିବା ବ୍ୟକ୍ତିମାନେ ଏହି ମାସରେ ମିଶ୍ରିତ ଫଳ ପାଇପାରନ୍ତି । ଭ୍ରମଣ ସମୟରେ ସତର୍କ ରୁହନ୍ତୁ । ଭାଗ୍ୟ ଉପରେ ଭରସା ନକରିବା ପାଇଁ ପରାମର୍ଶ ଦିଆଯାଉଛି । ଯାହା ହେଉ ଏହି ସମୟରେ ଆପଣଙ୍କର ସାମାଜିକ ମର୍ଯ୍ୟାଦା ବୃଦ୍ଧି ହୋ‍ଇପାରେ।

ଉପଚାର- ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।

କନ୍ୟା: ମେଷ ରାଶିରେ ରବିଙ୍କର ଚଳନ ହେଉଥିବାରୁ ମୂଳ ରାଶି କନ୍ୟା ଥିବା ବ୍ୟକ୍ତିମାନେ ସତର୍କ ରହିବା ଉଚିତ୍ । କୌଣସି ପ୍ରକାରର ବଡ଼ ଯୋଜନା ବିଷୟରେ ବିଚାର କରନ୍ତୁ ନାହିଁ । ନିଜର ଶ୍ଵଶୁର ଘର ସହିତ ମତାନ୍ତର ହୋ‍ଇପାରେ । ଗାଡ଼ି ଚଲାଇବା ସମୟରେ ମଧ୍ୟ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି ।

ଉପଚାର- ପ୍ରତି ଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ତୁଳା: ମେଷ ରାଶିରେ ରବିଙ୍କର ଚଳନ ହେବା ଦ୍ଵାରା ଆପଣଙ୍କ ଜୀବନରେ ଉତ୍ସାହ ସହିତ ବ୍ୟବସାୟୀ ସହଭାଗୀଙ୍କ ସହିତ ଥିବା ସମ୍ପର୍କ ଓ ଜୀବନରେ ପରିବର୍ତ୍ତନ ଆସିପାରେ । ଅନ୍ୟମାନଙ୍କର ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ ।

ଉପଚାର-କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ ।

ବିଛା: ମେଷ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ମୂଳ ରାଶି ବିଛା ଥିବା ବ୍ୟକ୍ତିମାନେ ସେମାନଙ୍କର ଗୁପ୍ତ ଶତୃମାନଙ୍କ ପ୍ରତି ସତର୍କ ରହିବା ଆବଶ୍ୟକ ହୋ‍ଇପାରେ । ଯାହା ହେଉ ନା କାହିଁକି ଶତୃମାନେ ଆପଣଙ୍କର ଅନିଷ୍ଟ କରିବାରେ ସକ୍ଷମ ହୋ‍ଇପାରିବେ ନାହିଁ। କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ସ୍ଵାସ୍ଥ୍ୟ କ୍ଷେତ୍ରରେ ଆପଣ ଆସ୍ଵସ୍ତି ଲାଭ କରିବାର ସମ୍ଭାବନା ଅଛି ।

ଉପଚାର – ପ୍ରତି ଦିନ ସୂର୍ଯ୍ୟଙ୍କର 12ଟି ନାମ ଜପ କରନ୍ତୁ ।

ଧନୁ: ମେଷ ରାଶିରେ ରବିଙ୍କର ଚଳନ ଦ୍ଵାରା ମୂଳ ରାଶି ଧନୁ ଥିବା ବ୍ୟକ୍ତିମାନଙ୍କ ଜୀବନରେ ଭଲ ସମୟ ଆସିପାରେ । ବିଦ୍ୟାର୍ଥୀମାନେ ଏହି ସମୟରେ ଲାଭବାନ ହେବାର ସମ୍ଭାବନା ଅଛି। ପ୍ରେମୀଯୁଗଳମାନଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ହୋ‍ଇପାରେ |

ଉପଚାର – ଗାୟତ୍ରୀ ଚାଳିଶା ପାଠ କରିବା ଶୁଭ ହେବ ।

ମକର: ସୂର୍ଯ୍ୟ ସଂକ୍ରାନ୍ତି ପରଠାରୁ ଗୋଟିଏ ମାସ ଆପଣଙ୍କ ପାଇଁ ଉତ୍କଣ୍ଠାପୂର୍ଣ୍ଣ ହୋ‍ଇପାରେ । ଯାହା ହେଉ ଆପଣ ଅଧିକ ଚିନ୍ତିତ ହେବା ଦରକାର ନାହିଁ। ଏହି ସମୟରେ ଗୋଟିଏ ନୂଆ ଗାଡ଼ି କିମ୍ବା ଘର କିଣିବା କାର୍ଯ୍ୟକୁ ବାତିଲ କରିବା ଆପଣଙ୍କ ପାଇଁ ଶୁଭ ହୋ‍ଇପାରେ ।

ଉପଚାର- ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ନମସ୍କାର କରନ୍ତୁ ।

କୁମ୍ଭ: ସୂର୍ଯ୍ୟ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ଆପଣଙ୍କ ପାଇଁ ଶୁଭ ହୋ‍ଇପାରେ। ଭାଇ ଓ ଭ‍ଉଣୀମାନେ ପରସ୍ପରର ସହାୟତା ଲାଭ କରିପାରନ୍ତି । ଆପଣଙ୍କର ସାମାଜିକ ମର୍ଯ୍ୟାଦା ବୃଦ୍ଧି ହୋ‍ଇପାରେ | ତଥାପି କାର୍ଯ୍ୟ କ୍ଷେତ୍ରରେ ଅଯଥା ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖିବା, ନିଜ ପାଇଁ ଲାଭଦାୟକ ହେବ ।

ଉପଚାର- ପ୍ରତି ଦିନ 24 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ମୀନ: ମେଷ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ମୀନ ରାଶି ଥିବା ବ୍ୟକ୍ତିମାନଙ୍କର ନିଜର ପରିବାର ସଦସ୍ୟମାନଙ୍କ ସହିତ ମତାନ୍ତର ହୋ‍ଇପାରେ । ଅଯଥା ଯୁକ୍ତିତର୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଉଛି। ସତର୍କତାର ସହ ଗାଡ଼ି ଚଲାନ୍ତୁ ।

ଉପଚାର – ତମ୍ବା ନିର୍ମିତ ସୂର୍ଯ୍ୟ ଯନ୍ତ୍ରକୁ ପୂଜା କରନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.