ETV Bharat / bharat

Success Story: ପର କ୍ଷେତରେ ମୂଲ ଲାଗୁଥିଲେ, ଏବେ ଜଗିବେ ନେପାଳ-ଭୁଟାନ ସୀମା - madhyapradesh news

ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲା ପିପଲ୍ୟା ରସୋଡା ଗାଁର ଝିଅ ସନ୍ଧ୍ୟା ଭିଲାଲା । ଆର୍ଥିକ ଅନଟନରେ ଚଳେ ପରିବାର । ସେନାବାହିନୀରେ ଯୋଗ ଦେବା ନେଇ ମନରେ ଦୃଢ ଓ ଆଶା ବିଶ୍ବାସ । ସେଥିପାଇଁ ପର କ୍ଷେତରେ ଲାଗିଥିଲେ ମୂଲ । ସେହି ଟଙ୍କାରେ ପାଠ ପଢି MA ଡିଗ୍ରୀ ହାସଲ କଲେ । ପରେ ୭ ବର୍ଷ ଚେଷ୍ଟା କରି BSFରେ ଯୋଗ ଦେଲେ । ଏବେ ସେ ନେପାଳ-ଭୁଟାନ ସୀମା ସୁରକ୍ଷାରେ ନିୟୋଜିତ ହେବେ । ଗର୍ବରେ ଗାଁ ଲୋକଙ୍କ ଛାତି ଫୁଲି ଉଠୁଛି । ଗ୍ରାମବାସୀ ସନ୍ଧ୍ୟାଙ୍କୁ ଘୋଡାରେ ବସାଇ ଗାଁ ସାରା ବୁଲାଉଛନ୍ତି । ନଜର ପକାନ୍ତୁ କେମିତି ଥିଲା ତାଙ୍କ ସେନାର ଯୋଗଦାନ ଦେବା ଯାତ୍ରା

Success Story: ପର କ୍ଷେତରେ ମୂଲ ଲାଗୁଥିଲେ, ଆଜି ଜଗିବେ ନେପାଳ-ଭୁଟାନ ସୀମା

author img

By

Published : Dec 21, 2021, 6:31 AM IST

Updated : Dec 21, 2021, 6:56 AM IST

ଭୋପାଲ: ସେନାବାହିନୀରେ ସାମିଲ ହେବା କିଛି ଛୋଟ କଥା ନୁହେଁ । ଏହା ଏକ ଗୌରବମୟ ମୂହୁର୍ତ୍ତ । କିନ୍ତୁ ନିପଟ ମଫସଲିଆ ଗାଁର ଗରିବ ପରିବାରର ଝିଅ ଯେତେବେଳେ ସ୍ଥଳସେନାରେ(ARMY) ଭର୍ତ୍ତି ହୋଇ ଗାଁକୁ ଫେରିଥାଏ, ତେବେ ସେଠାକାର ମାହୋଲ ପୁରା ଅଲଗା ପ୍ରକାର ହୋଇଥାଏ । ଏମିତି ଏକ ସୁଖଦମୟ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ । ଏଠାକାର ପିପଲ୍ୟା ରସୋଡା ଗାଁର ଝିଅ ସନ୍ଧ୍ୟା ଭିଲାଲା ୮ ମାସ ଧରି ସେନା ଟ୍ରେନିଂ ନେବା ପରେ ଗାଁକୁ ଫେରିଛନ୍ତି ।

ସନ୍ଧ୍ୟାର ଏହି ଉପଲବ୍ଧିରେ କେବଳ ତାଙ୍କ ପରିବାର କାହିଁକି, ସମ୍ପୂର୍ଣ୍ଣ ଅଞ୍ଚଳ ଖୁସିରେ ନାଚି ଉଠିଛି । ସେନା ବର୍ଦ୍ଦିରେ ଗାଁରେ ପାଦ ଦେବା ମାତ୍ରେ ହିଁ ପରିବାର ସମେତ ସାରା ଗାଁ ଲୋକେ ଢୋଲ, ତୂରୀ ସହ ଶୋଭାଯାତ୍ରା ବାହାର କରିଥିଲେ । ଯେଉଁଥିରେ ସେମାନେ ସନ୍ଧ୍ୟାଙ୍କୁ ଘୋଡାରେ ବସାଇ ଗାଁ ପରିକ୍ରମା କରାଇଥିଲେ । ସମସ୍ତେ ଖୁସିରେ ଝୁମି ଉଠିଥିଲେ । ଗାଁରେ ଥିବା ପ୍ରତି ଘର ପକ୍ଷରୁ ସନ୍ଧ୍ୟାଙ୍କୁ ଫୁଲମାଳ ପିନ୍ଧାଯାଇ ଚନ୍ଦନ ଲଗାଯାଇଥିଲା । ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସନ୍ଧ୍ୟାଙ୍କୁ ଆର୍ଶୀବାଦ ଦେବା ସହ ଅଞ୍ଚଳର ନାଁ ରଖିଥିବାରୁ ଧନ୍ୟବାଦ ଜଣାଇଥିଲେ । ଗାଁ ଲୋକଙ୍କର ଏହି ଭଲପାଇବା ଓ ସ୍ନେହ ଦେଖି ସନ୍ଧ୍ୟାଙ୍କ ଆଖି ଜକେଇ ଆସିଥିଲା । ସେ କେବେ ସ୍ବପ୍ନରେ ମଧ୍ୟ ଭାବି ନଥିଲେ ଯେ, ଟ୍ରେନିଂ ପରେ ଗାଁକୁ ଫେରିଲେ ତାଙ୍କର ଏପରି ଭବ୍ୟ ସ୍ବାଗତ କରାଯିବ । ସନ୍ଧ୍ୟା କହିଲେ ଏଇଟା ହିଁ ମୋ ପାଇଁ ସବୁଠାରୁ ବଡ ଉପହାର । ଆଉ ଏହାକୁ ମୁଁ କେବେ ମଧ୍ୟ ଭୁଲିପାରିବି ନାହିଁ ।

ଦିନ ମଜୁରିଆଙ୍କ ଝିଅ ସନ୍ଧ୍ୟା:

ସନ୍ଧ୍ୟାଙ୍କ ବାପା ଦେବଚନ୍ଦ ଭିଲାଲା ଜଣେ ଦିନ ମଜୁରିଆ । ଓଳିଏ ଖାଇଲେ ଓଳିଏ ଉପାସ । ଦେବଚନ୍ଦଙ୍କର ୩ ଝିଅ ଓ ୨ ପୁଅ । ସନ୍ଧ୍ୟା ୩ ଭଉଣୀଙ୍କ ମଧ୍ୟରେ ସବୁଠାରୁ ଛୋଟ । ମଜୁରୀରୁ ଯାହା ଟଙ୍କା ଆସେ । ସେଥିରେ ପୁରା ପରିବାର ଚଳନ୍ତି ।

ପାଠ ପଢିବା ପାଇଁ କ୍ଷେତରେ କରୁଥିଲେ ମଜୁରୀ:

ଗରିବ ପରିବାରେ ଜନ୍ମ ନେଇଥିବା ସନ୍ଧ୍ୟାଙ୍କର ପାଠପଢା ପ୍ରତି ଥିଲା ପ୍ରଚୁର ଆଗ୍ରହ । କିନ୍ତୁ ଆର୍ଥିକ ଅନଟନ ଯୋଗୁଁ ଏହା ସମ୍ଭବ ହୋଇପାରୁ ନଥିଲା । ତେଣୁ ସେ ପର ଲୋକଙ୍କ କ୍ଷେତରେ ଯାଇ ଶ୍ରମିକ ସାଜି କାମ କରୁଥିଲେ । ସେଥିରୁ ଯେଉଁ ଟଙ୍କା ଆସୁଥିଲା, ସେ ସେଥିରେ ତାଙ୍କ ଦ୍ବାଦଶ (୧୨th) ପାଠପଢା ଶେଷ କରିଥିଲେ । ଏହାପରେ ସେ ଘରେ ବସିନଥିଲେ । ସେ ଗାଁରେ ଥିବା ଏକ ପ୍ରାଇଭେଟ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଚାକିରୀ କରିଥିଲେ । ସେଥିରୁ ଯେଉଁ ଟଙ୍କା ଆସୁଥିଲା, ସେ ସେଥିରେ MA ପାଠପଢା ଶେଷ କରିଥିଲେ ।

ଗାଁରେ ଥିବା ସେନାଙ୍କ ଠାରୁ ପ୍ରେରିତ ହୋଇଥିଲେ ସନ୍ଧ୍ୟା:

ଗାଁରେ ପୂର୍ବରୁ ୨ ଜଣ ଲୋକ ସେନାବାହିନୀରେ ଥିଲେ । ସେବେ ଠାରୁ ସନ୍ଧ୍ୟା ସେନାବାହିନୀରେ ଯୋଗ ଦେବା ପାଇଁ ମନସ୍ଥ କରିଥିଲେ । ସେମାନଙ୍କ ସହ କଥା ହୋଇ ପ୍ରଶିକ୍ଷଣ ନେଇଥିଲେ । ସେବେ ଠାରୁ ନିଜର ଚେଷ୍ଟା ବଜାୟ ରଖିଥିଲେ ।

୭ ବର୍ଷ ପ୍ରୟାସ ପରେ ହୋଇଥିଲେ ସଫଳ:

ଏହା ପର ଠାରୁ ସେ ନିଜ ଉଦ୍ୟମରେ ପ୍ରୟାସ କରିବା ଆରମ୍ଭ କରିଦେଇଥିଲେ । କ୍ଷେତରେ କାମ କରିବା ସହ ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ସହ ରାତି ରାତି ପାଠ ପଢୁଥିଲେ । ସକାଳ ୫ଟାରୁ ଉଠି ଦୌଡୁଥିଲେ । ୨-୨ ଥର ଅସଫଳ ହେବା ପରେ ସେ ହାର ମାନି ନଥିଲେ । ୭ ବର୍ଷ ପ୍ରୟାସ କରିବା ପରେ ସେ ଶେଷରେ ସୀମା ସୁରକ୍ଷା ବଳ(BSF)ରେ ଯୋଗ ଦେଲେ । ସେ ଏବେ ନେପାଳ-ଭୁଟାନ ସୀମା ସୁରକ୍ଷାରେ ନିୟୋଜିତ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 21, 2021, 6:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.