ETV Bharat / bharat

ଚର୍ଚ୍ଚାରେ ମୂର୍ତ୍ତି କାରିଗର ପରିବାର, ଜୈବିକ ପଦ୍ଧତିରେ ନିର୍ମାଣ କରୁଛନ୍ତି 3 ଲକ୍ଷ ମୂର୍ତ୍ତି

author img

By ETV Bharat Odisha Team

Published : Sep 17, 2023, 7:58 AM IST

ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାରେ କୁମ୍ଭକାର ପରିବାର । ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ଏଠାରେ ମୂର୍ତ୍ତି ନିର୍ମାଣରେ ସାହାଯ୍ୟ କରୁଛନ୍ତି । ଅଧିକ ପଢନ୍ତୁ

Success story of Karnataka potter family
ଚର୍ଚ୍ଚାରେ ମୂର୍ତ୍ତି କାରିଗର ପରିବାର
ଚର୍ଚ୍ଚାରେ ମୂର୍ତ୍ତି କାରିଗର ପରିବାର

ମାଙ୍ଗାଲୁରୁ: ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାରେ କୁମ୍ଭକାର ପରିବାର । କର୍ଣ୍ଣାଟକର କୋନ୍ନୁରୁ ସ୍ଥିତ ଗୋକକ ତାଲୁକ ସହର ଗଣେଶ ମୂର୍ତ୍ତି ପାଇଁ ପ୍ରସିଦ୍ଧି ଲାଭ କରିଛି । ଏଠାରେ ଥିବା ଏକ କୁମ୍ଭକାର ପରିବାରଙ୍କୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ତେବେ ଦୈନକ 40ଟି ମୂର୍ତ୍ତି ନିର୍ମାଣ କରିଥିବା ଏହି ପରିବାର ବର୍ତ୍ତମାନ ନିର୍ମାଣ କରୁଛନ୍ତି ପାଖାପାଖି 3 ଲକ୍ଷ ମୂର୍ତ୍ତି । ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଆଉ କାହା ପାଖରେ ଚାକିରି ନକରି ନିଜ କୌଳିକ ବୃତ୍ତିକୁ ଆପଣାଇ ଆତ୍ମନିର୍ଭରଶୀଳ ହୋଇଛନ୍ତି ଏହି ପରିବାରର ସଦସ୍ୟ ।

ସେମାନେ ପ୍ରଥମେ ମୂର୍ତ୍ତି ନିର୍ମାଣରେ ଆବଶ୍ୟକ ହେଉଥିବା ନାଲି ମାଟି ସଂଗ୍ରହ କରିଥାନ୍ତି । ଗୋକକ ତାଲୁକର ରାମଗାନାଟି, ହାଟି ଆଲୁରା, ଗୁଡକେଟାରା ଏବଂ ପଶ୍ଚାପୁର ଆଦି ଅଞ୍ଚଳରୁ ଏହି ମାଟି ସଂଗ୍ରହ କରିଥାନ୍ତି । ଏହାପରେ ମାଟିକୁ ଗୁଣ୍ଡ କରାଯାଇ ସେଥିରୁ ପଥରଗୁଡିକ ଅଲଗା ହୋଇଯାଏ । ତା' ପରେ ଏହି ମାଟିକୁ ଏକ ପଲଭରାଇଜର ମେସିନରେ ରଖି ପାଉଡର କରାଯାଏ । ସେହି ପାଉଡରକୁ ଏକ ବର୍ଗକାର ବ୍ଲକରେ 24 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଯାଏ ।

ଏହିଭଳି ଭାବରେ ମାଟିକୁ ନରମ କରାଯିବା ପରେ ଛାଇରେ ଶୁଖାଯାଇଥାଏ । ଏହାପରେ ମାଟିକୁ ପାଦରେ ଦଳି ଦିଆଯାଏ । ଏହି ସମୟରେ, ଅଧିକ ନରମ କରିବାକୁ କପା ବା ତୁଳା ମିଶ୍ରିତ ହୋଇଥାଏ । ଗୋଟିଏ ଦିନ ପରେ ମେସିନ ସାହାଯ୍ୟରେ ଏହି ମାଟିକୁ ସମ୍ପୂର୍ଣ୍ଣ ଭାବେ ମିଶ୍ରଣ କରାଯାଇ ଏହାକୁ ଆକାର ଦିଆଯାଇଥାଏ । ଏହାକୁ ସମ୍ପୃକ୍ତ ଆକାରର ଛାଞ୍ଚରେ ରଖାଯାଏ ଏବଂ ଗଣେଶ ମୂର୍ତ୍ତି ତିଆରି ହୁଏ । ଗଢା ହୋଇଥିବା ମୂର୍ତ୍ତିକୁ 15 ଦିନ ପର୍ଯ୍ୟନ୍ତ ଛାଇରେ ରଖାଯାଏ । ଏହାପରେ ପଲିସ କରାଯାଏ । ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ମୂର୍ତ୍ତିରେ ରଙ୍ଗ ଦେଇଥାନ୍ତି କାରିଗର । ଏହି ମୂର୍ତ୍ତି ନିର୍ମାଣ ବେଳେ କୌଣସି ପ୍ରକାରର କେମିକାଲ ରଙ୍ଗ ବ୍ୟବହାର କରାଯାଉଥିବା କହିଛନ୍ତି କାରିଗର ।

ଏହା ବି ପଢନ୍ତୁ...ଆସୁଛନ୍ତି ଗଜାନନ, ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଵ୍ୟସ୍ତ କାରିଗର

ତେବେ ମୂର୍ତ୍ତି କାରିଗର ସୁରେଶ ମଲ୍ଲାପା ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ଜଣେ ବିଜ୍ଞାନରେ ସ୍ନାତକ ହାସଲ କରିଥିବା ଛାତ୍ର। ଜେଜେବାପାଙ୍କ ଇଚ୍ଛା ଅନୁସାରେ, ତାଙ୍କର କୌଳିକ ବୃତ୍ତିକୁ ଆପଣାଇ ଆମେ ଆଗ୍ରହର ସହିତ ଏହି କାମ କରୁଛୁ। ଏପରିକି ମୋର ଭାଇମାନେ ମଧ୍ୟ, B.Ed, B.Com, B.E.M.S ଅଧ୍ୟୟନ କରିଥିଲେ ସୁଦ୍ଧା ସେମାନେ ଚାକିରି ପାଇଁ କେଉଁଆଡ଼େ ଯାଇନାହାନ୍ତି । ବରଂ ଆମେ ମୂର୍ତ୍ତି ନିର୍ମାଣ କରି ଆତ୍ମନିର୍ଭରଶୀଳ ହେବା ସହ 400ଜଣଙ୍କୁ ନିଯୁକ୍ତି ପ୍ରଦାନ କରିପାରିଛୁ।"

ସବୁଠୁ ବଡ଼ କଥା ହେଉଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଠାରେ କାମ କରୁଥିବା ଦେଖିବାକୁ ମିଳିଛି। ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ଏଠାରେ ମୂର୍ତ୍ତି ନିର୍ମାଣରେ ସାହାଯ୍ୟ କରୁଛନ୍ତି। ତେବେ ଏଭଳି ନିଆରା ମୂର୍ତ୍ତି କାରିଗରଙ୍କ ପରିବାରକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.