ETV Bharat / bharat

ପୋଲିସ ବାବୁଙ୍କ କାରନାମା: ନିୟମ ଭାଙ୍ଗିଲେ, ଏୟାରପୋର୍ଟ କର୍ମଚାରୀଙ୍କୁ ଚାପୁଡା ମାରିଲେ

ବୋଡିଂପାସ ନମିଳିବାରୁ ପୋଲିସ ବାବୁଙ୍କ ହଙ୍ଗମା । ଏୟାରଲାଇନ କର୍ମଚାରୀଙ୍କୁ ଚାପୁଡା ମାରିଲେ ଜଣେ ସବ-ଇନସପେକ୍ଟର । ଯାହାକୁ ନେଇ ଅହମ୍ମଦାବାଦ ଏୟାରପୋର୍ଟରେ ଉତ୍ତେଜନା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Nov 18, 2020, 8:59 AM IST

ବୋଡିଂପାସକୁ ନଦେବାରୁ ଏୟାରପୋର୍ଟ କର୍ମଚାରୀଙ୍କୁ ମାରିଲେ ଚାପୁଡା ପୋଲିସବାବୁ

ଅହମ୍ମଦାବାଦ: ପୋଲିସ ବାବୁଙ୍କ ଦବଙ୍ଗଗିରି । ସାମାନ୍ୟ ବୋଡିଂ ପାସକୁ ଏୟାରଲାଇନ କର୍ମଚାରୀଙ୍କୁ ଚାପୁଡା ମାରିଲେ ଥାନାବାବୁ । ଖୋଦ ଆଇନ ରକ୍ଷକ ନିୟମ ଭାଙ୍ଗି ବିମାନବନ୍ଦରରେ କରିଛନ୍ତି ହଟ୍ଟଗୋଳ । ଏଭଳି ଘଟଣା ସାମ୍ନାକୁ ଆସିଛି ଗୁଜୁରାଟରୁ । ଅହମ୍ମଦାବାଦ ଏୟାରପୋର୍ଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାକୁ ବେଶ୍ କିଛି ସମୟ ଏୟାରପୋର୍ଟରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ପୁରା ଘଟଣା ଏମିତି, ଅନ୍ୟ ଯାତ୍ରୀଙ୍କ ଭଳି ଗୁଜୁରାଟର ଜଣେ ସବ-ଇନସପେକ୍ଟର ପହଞ୍ଚିଥିଲେ ବିମାନବନ୍ଦରରେ । ସେ ଦିଲ୍ଲୀ ଯିବା ପାଇଁ ସ୍ପାଇସ ଜେଟ ବିମାନରେ ଟିକେଟ ବୁକ କରିଥିଲେ । ହେଲେ ବୋଡିଂ ଟାଇମ ଶେଷ ହେବା ପରେ ପହଞ୍ଚିଥିଲେ ଥାନାବାବୁ ଜଣକ । ଏୟାରଲାଇନ କର୍ମଚାରୀ ତାଙ୍କୁ ବୋଡିଂ ପାସ ନ ଦେବାରୁ ହୋଇଥିଲା ଯୁକ୍ତିତର୍କ । ଏହି ସାମାନ୍ୟ କଥାକୁ ନେଇ ଉତ୍ତେଜିତ ହୋଇପଡିଥିଲେ ପୋଲିସ ଅଧିକାରୀ ଜଣକ । ଏୟାରଲାଇନ କର୍ମଚାରୀଙ୍କୁ ଚାପୁଡା ମାରିଥିଲେ । ଏହାକୁ ନେଇ ବେଶ କିଛି ସମୟ ଧରି ଉତ୍ତେଜନା ଲାଗିରହିଥିଲା । ସଙ୍ଗେସଙ୍ଗେ ଏୟାରପୋର୍ଟ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବୁଝାସୁଝା କରିଥିଲେ ।

ପରେ ସ୍ଥାନୀୟ ପୋଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । କିନ୍ତୁ ଉକ୍ତ ପୋଲିସ ଅଧିକାରୀଙ୍କୁ ବିମାନରେ ଯାତ୍ରା କରିବାକୁ ଅନୁମତି ମିଳି ନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.