ETV Bharat / bharat

ଗଙ୍ଗା ପାଣିରେ ନାହିଁ କୋରୋନା

author img

By

Published : Jul 8, 2021, 10:30 AM IST

ଦ୍ବିତୀୟ ଲହର ସମୟରେ ଉତ୍ତରପ୍ରଦେଶ ଏବଂ ବିହାରର କିଛି ଜିଲ୍ଲାରୁ ମୃତଦେହ ନଦୀରୁ ଉଦ୍ଧାର କରାଯାଇଥିଲା । ଏହାପରେ ଗଙ୍ଗା ନଦୀର ପାଣିକୁ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଗଙ୍ଗା ନଦୀରେ କୋରୋନା ଭାଇରସ ଚିହ୍ନଟ ହୋଇନଥିବା ବୁଧବାର ସୂଚନା ମିଳିଛି । ଅଧିକ ପଢନ୍ତୁ...

ଗଙ୍ଗା ପାଣିରେ ନାହିଁ କୋରୋନା
ଗଙ୍ଗା ପାଣିରେ ନାହିଁ କୋରୋନା

ନୂଆଦିଲ୍ଲୀ: ଗଙ୍ଗା ନଦୀରେ ନାହିଁ କୋରୋନା ଭାଇରସ । ଦ୍ବିତୀୟ ଲହର ସମୟରେ ଉତ୍ତରପ୍ରଦେଶ ଏବଂ ବିହାରର କିଛି ଜିଲ୍ଲାରୁ ମୃତଦେହ ନଦୀରୁ ଉଦ୍ଧାର କରାଯାଇଥିଲା । ଏହାପରେ ଗଙ୍ଗା ନଦୀର ପାଣିକୁ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଗଙ୍ଗା ନଦୀରେ କୋରୋନା ଭାଇରସ ଚିହ୍ନଟ ହୋଇନଥିବା ବୁଧବାର ସୂଚନା ମିଳିଛି ।

ଏହି ପରୀକ୍ଷା ଜଳଶକ୍ତି ମନ୍ତ୍ରଣାଳୟ ଅଧିନ ରାଷ୍ଟ୍ରୀୟ ସ୍ବଚ୍ଛ ଗଙ୍ଗା ମିଶନ ଦ୍ବାରା କାଉନସିଲ ଫର ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସଆଇଆର)ର ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍ ଟକ୍ସିକୋଲୋଜୀ ରିସର୍ଚ୍ଚ(ଆଇଆଇଟିଆର), ଲକ୍ଷ୍ନୌ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଏବଂ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଦ୍ବାରା କରାଯାଇଥିଲା ।

ସୂତ୍ରରୁ ପ୍ରକାଶ ଯେ, କନ୍ନୁଜ, ଉନ୍ନାଓ, କାନପୁର, ହମିରପୁର, ଆହ୍ଲାବାଦ, ବାରାଣାସୀ, ବାଲିଆ, ବକ୍ସାର, ଘାଜିପୁର, ପାଟନା ଏବଂ ଛପ୍ରାରୁ ନମୁନା ନିଆଯାଇ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯାଇଥିଲା । କୌଣସି ନମୂନାରେ SARS-CoV2 ର ଚିହ୍ନଟ ହୋଇନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.