ଲେଖକ: ପ୍ରଫେସର ଏନଭିଆର ଜ୍ୟୋତି କୁମାର
ପୂର୍ବତନ ଡିନ୍, ସ୍କୁଲ ଅଫ ଇକୋନୋମିକ୍ସ ଆଣ୍ଡ ମ୍ୟାନେଜମେଣ୍ଟ
ହାଇଦ୍ରାବାଦ: ୭୭ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶ ଦୁର୍ନୀତି କବଳରେ ରହିଥିଲା । ଆଉ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଢିବା ପରେ ଦୁର୍ନୀତି ନିବାରଣ ସହ ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ପ୍ରୟାସ କରିଥିଲେ । ହେଲେ ଅଗଷ୍ଟ 10 ତାରିଖରେ ସଂସଦରେ ଉପସ୍ଥାପିତ ହୋଇଥିବା କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (CAG) ରିପୋର୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଜଣାପଡିଥିଲା । ସେହି ସମୟରେ ବିରୋଧୀ କଂଗ୍ରେସ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଉପରେ ପ୍ରଶ୍ନ ଉଠାଇଥିଲେ ।
ସେଥିମଧ୍ୟରୁ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY), ଦ୍ବାରକା ଏକ୍ସପ୍ରେସ ରେଳ ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ । ବିରୋଧୀଙ୍କ ଅଭିଯୋଗ ଅନୁସାରେ, 'ଭାରତମାଳା' ଯୋଜନା ଅଧୀନରେ 'ଦ୍ବାରକା ଏକ୍ସପ୍ରେସ ୱେ' ନିର୍ମାଣ ପାଇଁ ପ୍ରତି କିଲୋମିଟର ପିଛା ବ୍ୟୟବରାଦ ହୋଇଥିଲା ୧୮ କୋଟି ଟଙ୍କା । ହେଲେ ପ୍ରକଳ୍ପ ପାଇଁ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଥିଲା । ଖାଲି ସେତିକି ନୁହେଁ, ଅଯୋଧ୍ୟା ଡେଭେଲପମେଣ୍ଟ ପ୍ରୋଜେକ୍ଟ ଏଭଂ ପେନସନ୍, ନ୍ୟାସନାଲ ସୋସିଆଲ ଆସିଷ୍ଟାନସ ପ୍ରୋଗ୍ରାମ ଆଦି ସ୍କିମରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ ବିରୋଧୀ ।
ଜନସାଧାରଣଙ୍କ ପାଣ୍ଠିର ସୁରକ୍ଷା କ୍ଷେତ୍ରରେ CAGର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ହେଲେ CAGକୁ ନେଇ ବିରୋଧୀ ବିରୋଧୀ ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ । ବିନୋଦ ରାୟଙ୍କ ଅଡିଟ୍ ରିପୋର୍ଟ କିପରି CAG ଭାବରେ 2014 ସାଧାରଣ ନିର୍ବାଚନରେ ଏହାର ଅବନତି ଘଟାଇଥିଲା । ତେବେ ରିପୋର୍ଟ ଅନୁଯାୟୀ, CAG ର ବର୍ତ୍ତମାନର ନେତୃତ୍ବମାନେ ପ୍ରୋଟୋକଲ୍ ଏବଂ ସମ୍ମିଳନୀ ଅନୁଯାୟୀ ଅଡିଟ୍ ରିପୋର୍ଟକୁ ଚୂଡ଼ାନ୍ତ ତଥା ଦସ୍ତଖତ କରିବାରେ ତତ୍ପରତା ଦେଖାଇବାରେ ବିଫଳ ହୋଇଛନ୍ତି । ଯାହାକି ଏକ ବିଡମ୍ବନାର ବିଷୟ ।
2014ରେ ପୂର୍ବତନ CAG ବିନୋଦ ରାୟଙ୍କ ଦ୍ବାରା ଅଡିଟ୍ ରିପୋର୍ଟରେ ବଡ଼ ଧରଣର ତ୍ରୁଟି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ସେ ପରବର୍ତ୍ତୀ ସମୟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ୨G ସ୍ପେକ୍ଟ୍ରମ ଆବଣ୍ଟନ ମାମଲାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମ ସାମିଲ ନକରିବା ପାଇଁ ତାଙ୍କୁ ଚାପ ପ୍ରୟୋଗ କରାଯାଇଥିବା ସ୍ବୀକାର କରିଥିଲେ CAG ବିନୋଦ ରାୟ । ତେବେ ୨G ସ୍ପେକ୍ଟ୍ରମ ସ୍କାମ ଏକ ବଡ଼ ଧରଣର ଦୁର୍ନୀତି ଭାବେ ଲୋକଲୋଚନକୁ ଆସିଥିଲା । ଏହି ମାମଲାରେ ସରକାରଙ୍କୁ ୧, ୭୬ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ତତ୍କାଳୀନ ଟେଲିକମ ମନ୍ତ୍ରୀ ଏ ରାଜା ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ସେ ୨୦୧୦ ନଭେମ୍ବରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ୨୦୧୧ରେ ତିହାର ଜେଲ ଯାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଅଦାଲତ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୩ଟି CAGର ଚୟନ କରି ସମ୍ବିଧାନର ପ୍ରକୃତ ସ୍ଥିତକୁ ବଜାୟ ରଖିବାକୁ ଚେଷ୍ଟା କରିଥିଲେ । ନେହେରୁଙ୍କ ଶାସନ କାଳରେ ୩ CAG ରହିଥିବା ବ୍ୟକ୍ତିମାନେ ହେଲେ: ନରହରି ରାଓ (1948-54), ଏକେ ଚନ୍ଦା (1954-60) ଏବଂ ଏକେ ରୟ (1960-66) । CAG ଭାବରେ ନିଯୁକ୍ତ ଚତୁର୍ଥ ବ୍ୟକ୍ତି ଅର୍ଦ୍ଧେନ୍ଦୁ ବକ୍ସି (1972-78) । ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ମନୋନୀତ ହୋଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଏହା ହେଉଛି ଏକମାତ୍ର ସାମ୍ବିଧାନିକ ପଦ ଯାହାକି ପ୍ରଧାନମନ୍ତ୍ରୀ ନିଜ ଇଚ୍ଛାରେ ନିଯୁକ୍ତ କରିପାରିବେ । ତେଣୁ ଏଠାରେ ୨ ଟି ପ୍ରଶ୍ନ ଉଠିବା ସ୍ବାଭାବିକ । "ଭାରତ ସରକାର ଚୟନ ପ୍ରକ୍ରିୟା ଏବଂ ମାନଦଣ୍ଡକୁ କାହିଁକି ସାର୍ବଜନୀନ କରିବା ଉଚିତ୍ ନୁହେଁ? ଏକ ଉଚ୍ଚ ସ୍ତରୀୟ କମିଟ୍ ଦ୍ବାରା ଭୋଟ୍ ପରେ ସରକାର କାହିଁକି CAG ନିଯୁକ୍ତ ହୋଇପାରିବେ ନାହିଁ?"
2012ମସିହାରେ ଲାଲକୃଷ୍ଣ ଆଡଭାନି ପରାମର୍ଶ ଦେଇଥିଲେ ଯେ, CAGର ନିଯୁକ୍ତିକୁ ଏକ କଲେଜିୟମ୍ ମାଧ୍ୟମରେ ଦ୍ବିପାକ୍ଷିକ ଆଲୋଚନା ପ୍ରଣାଳୀରେ କରାଯିବା ଉଚିତ୍ | ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଦ୍ବାରା ଗଠିତ ଜଷ୍ଟିସ ଭେଙ୍କଟାଚାଲିଆଙ୍କ ଖଣ୍ଡପୀଠର 11 ଜଣ ସଦସ୍ୟଙ୍କୁ ସମ୍ବିଧାନର କାର୍ଯ୍ୟକାରିତା (NCRWC) ର ସମୀକ୍ଷା କରିବାକୁ ସୁପାରିଶ କରାଯାଇଥିଲା । ତେବେ ଆମ ଦେଶ ଭାରତରେ, ଅର୍ଥ ବ୍ୟୟବରାଦ ହେବା ପରେ CAG ସେସବୁ ତଥ୍ୟକୁ ଅଡିଟ୍ କରେ ଯାହାକୁ ଏକ୍ସ ପୋଷ୍ଟ ଫ୍ୟାକ୍ଟୋ (Ex Post Facto) ବୋଲି କୁହାଯାଏ । ହେଲେ ବ୍ରିଟେନରେ, CAG ର ଅନୁମୋଦନ ବିନା ଜନସାଧାରଣଙ୍କଠାରୁ କୌଣସି ଅର୍ଥ ଅନୁମୋଦନ ହୋଇପାରିନଥାଏ ।
ଏହା ମଧ୍ୟ ପଢନ୍ତୁ...ସମୟ ମଧ୍ୟରେ ନ୍ୟାୟ ନ ମିଳିବା ଚିନ୍ତାଜନକ, ଆଇନଜୀବୀଙ୍କ ସକରାତ୍ମକ ଭୂମିକା ଆଣିପାରେ ପରିବର୍ତ୍ତନ