ETV Bharat / bharat

ପୁଣି ଅଶାନ୍ତ ନୁହ: ପୂଜା ପାଇଁ ଯାଉଥିବା ବେଳେ ମହିଳାଙ୍କ ଉପରକୁ ପଥର ମାଡ, 2 ଗୋଷ୍ଠୀ ମୁହାଁମୁହିଁ

author img

By ETV Bharat Odisha Team

Published : Nov 17, 2023, 8:55 AM IST

Nuh violence: ହରିୟାଣାର ନୁହ ଜିଲ୍ଲାରେ ହିଂସାକାଣ୍ଡ । କୁଆଁ ପୂଜା ପାଇଁ ଯାଉଥିବା ବେଳେ ମହିଳାଙ୍କ ଉପରକୁ ପଥରମାଡ । କିଛି ମହିଳା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି । ପଥରମାଡକୁ ନେଇ 2 ଗୋଷ୍ଠୀ ମୁହାଁମୁହିଁ । ଶାନ୍ତି ବଜାୟ ରଖିବାକୁ ପୋଲିସର ଅପିଲ । ଅଧିକ ପଢନ୍ତୁ

ହରିୟାଣାର ନୁହ ଜିଲ୍ଲାରେ ହିଂସାକାଣ୍ଡ
ହରିୟାଣାର ନୁହ ଜିଲ୍ଲାରେ ହିଂସାକାଣ୍ଡ

ଚଣ୍ଡିଗଡ: ପୁଣି ଅଶାନ୍ତ ହରିୟାଣାର ନୁହ ଜିଲ୍ଲା । କୁଆଁ ପୂଜା ପାଇଁ ଯାଉଥିବା ବେଳେ ମହିଳାମାନଙ୍କ ଉପରକୁ ପଥରମାଡ ହୋଇଥିବା ବେଳେ ଏଥିରେ କିଛି ମହିଳା ଆହତ ହୋଇଥିବା ସୂଚନା ରହିଛି । ସେପଟେ ପଥରମାଡ ପରେ ମୁଣ୍ଡ ଟେକିଲା ସାମ୍ପ୍ରଦାୟିକ ହିଂସା । 2 ଗୋଷ୍ଠୀ ମୁହାଁମୁହିଁ ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି । ଏନେଇ ଥାନାରେ ଏତଲା ଦାୟର ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଶାନ୍ତି ବଜାୟ ରଖିବାକୁ ସାଧାରଣ ଜନତାଙ୍କୁ ଅପିଲ କରିଛି ପୋଲିସ ।

  • #WATCH | After reports of stone-pelting in Haryana's Nuh, SP Nuh, Narendra Singh Bijarniya says, "Some females were going for 'Kuan Poojan' and there has been a complaint that stones were pelted by some children from the madrasa. People from both communities gathered here in this… pic.twitter.com/oM2XtQLq1y

    — ANI (@ANI) November 16, 2023 " class="align-text-top noRightClick twitterSection" data=" ">

କିଛି ଦିନର ବିରତି ପରେ ପୁଣି ହରିୟାଣାର ନୁହ ଜିଲ୍ଲାରେ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ରାତିରେ ନୁହ ଅଞ୍ଚଳର କିଛି ମହିଳା କୁଆଁ ପୂଜା ପାଇଁ ଯାଉଥିବା ବେଳେ ମାଦ୍ରାସାର କିଛି ପିଲା ସେମାନଙ୍କ ଉପରକୁ ପଥର ମାଡ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ 2 ସମୁଦାୟର ଲୋକେ ମୁହାଁମୁହିଁ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପଟେ ପଥରମାଡରେ କିଛି ମହିଳା ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ଲୋକଙ୍କୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..Haryana violence: 2 ପୋଲିସ କର୍ମୀଙ୍କ ସମେତ 6 ମୃତ, ଗିରଫ ହେଲେଣି 116

ପୋଲିସ ସୂଚନା ଅନୁଯାୟୀ, "ହରିୟାଣାର ନୁହ ଜିଲ୍ଲାରେ ପୁଣି ହିଂସାକାଣ୍ଡ ଘଟିଛି । କିଛି ମହିଳା କୁଆଁ ପୂଜା ପାଇଁ ଯାଉଥିବା ବେଳେ କିଛି ପିଲାମାନେ ତାଙ୍କ ଉପରକୁ ପଥରମାଡ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ପରେ ପୁଣି ସାମ୍ପ୍ରଦାୟିକ ହିଂସା ମୁଣ୍ଡ ଟେକିଥିଲା । ଏହି ଘଟଣାକୁ ନେଇ 2 ଗୋଷ୍ଠୀର ଲୋକମାନେ ଏକାଠି ହୋଇ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଏହି ପଥରମାଡରେ କିଛି ଗୁରୁତର ଆହତ ଭଳି ଖବର ସାମ୍ନାକୁ ଆସିନାହିଁ । ତେବେ ଘଟଣାର ତଦନ୍ତ କରିବା ସହ ଶାନ୍ତି ବଜାୟ ରଖିବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି ।"

ତେବେ ହରିୟାଣା ନୁହରେ ଚଳିତ ବର୍ଷ ଜୁଲାଇ 31 ତାରିଖରେ ବଡ଼ ଧରଣର ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟଣା ଦେଖିବାକୁ ମିଳିଥିଲା । ଏକ ଧାର୍ମିକ ଶୋଭାଯାତ୍ରା ବେଳେ 2 ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ହିଂସାକାଣ୍ଡରେ 6 ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ 2 ଜଣ ପୋଲିସ କର୍ମୀ ଓ ଅବଶିଷ୍ଟ 4 ଜଣ ସାଧାରଣ ନାଗରିକ ଥିଲେ ।

ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ଖେଳିଯାଇଥିଲା । ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ରାଜ୍ୟ ପୋଲିସ ବଳ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିଲା । ଘଟଣାରେ 115ରୁ ଉର୍ଦ୍ଧ୍ବ ଜଣଙ୍କୁ ଗିରଫ କରାଯାଇଥିଲା । ନୁହ, ଗୁରୁଗ୍ରାମ, ପାଲୱାଲ, ଫରିଦାବାଦ, ରେୱାରୀ ସହ ଅନ୍ୟ କିଛି ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ କରାଯିବା ସହ ଦୀର୍ଘ ଦିନ ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଥିଲା । ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.