ETV Bharat / bharat

ଚିକେନ କିଣିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ, ଅନେକ ଆହତ - ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ଉତ୍ତରପ୍ରଦେଶ ସାଶନି ପୋଲିସ ଷ୍ଟେସନ ଅଞ୍ଚଳରେ ଚିକେନ କିଣିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଢେଲା ପଥର ମାଡ ହେବାରୁ ଅନେକ ଆହତ । ଅଧିକ ପଢନ୍ତୁ

stone pelting in aligarh
stone pelting in aligarh
author img

By

Published : Jan 17, 2023, 2:21 PM IST

ଲକ୍ଷ୍ନୌ: ଚିକେନ କିଣିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ପରସ୍ପରକୁ ଢେଲା ପଥର ମାଡ କରିବାରୁ ଅନେକ ଲୋକ ଆହତ ହୋଇଥିବା ସୂଚନା । ଉତ୍ତରପ୍ରଦେଶ ସାଶନି ପୋଲିସ ଷ୍ଟେସନ ଅଞ୍ଚଳର ସୁଲତାନି ଗ୍ରାମରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ ହୋଇଥିବା ବେଳେ ଚିକେନ ଦୋକାନୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଏହି ଘଟଣା ସମ୍ପର୍କରେ ଏସଏସପି କଳାନିଧି ନୋଥାନି କହିଛନ୍ତି ଯେ, "ସାଶନି ଗେଟ ପୋଲିସ ଷ୍ଟେସନ ଅନ୍ତର୍ଗତ ସାରାଇ ସୁଲତାନି ଅଞ୍ଚଳରେ ଦୁଇ ଦଳ ମଧ୍ୟରେ ଝଗଡା ହୋଇଥିଲା । ଏନେଇ ସୂଚନା ପାଇବା ପରେ ଜିଲ୍ଲା ଅଧିକାରୀ ପୋଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଆହତ ହୋଇଥିବା କିଛି ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉକ୍ତ ସ୍ଥାନରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ରହିଛି । ଯେଉଁମାନେ ଢେଲା ପଥର ଆକ୍ରମଣ କରିଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

କୁହାଯାଉଛି ଯେ, ଅଙ୍କିତ ଭାରସନି ମାକ ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗମାନେ ସାରାଇ ସୁଲତାନିରେ ଥିବା ଚିକେନ ଦୋକାନକୁ ଡାକିଥିଲେ । ଏହାପରେ ଚିକେନ କିଣିବା ନେଇ ଦୋକାନୀଙ୍କ ସହ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଥିଲା ।

ଏ ଘଟଣା ସମ୍ପର୍କରେ ଜିଲ୍ଲାପାଳ ଇନ୍ଦ୍ର ବିକ୍ରମ କହିଛନ୍ତି ଯେ, "ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଢଗୋଳ ହୋଇଥିବା ନେଇ ସୂଚନା ହସ୍ତଗତ ହୋଇଛି । କିଛି ଯୁବକ ମାଂସ କିଣିବାକୁ ଚିକେନ ଦୋକାନକୁ ଆସିଥିଲେ । ଏହାପରେ ଦୋକାନି ସହ ଆରମ୍ଭ ହୋଇଥିବା ଯୁକ୍ତିତର୍କ । ଫଳରେ ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ଫିଙ୍ଗିବା ସହ ଦୋକାନୀ ଉପରକୁ ମଧ୍ୟ ପଥର ମାଡ କରିଥିଲେ । ଏହି ଘଟଣା ନେଇ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଡିଆଇଜି ଦୀପକ କୁମାର କହିଛନ୍ତି ଯେ, "ଏଠାରେ ଚିକେନ କିଣିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ଖବର ପାଇବାପରେ ଘଟଣାସ୍ଥଳରେ ପୋଲିସ ଅଧିକାରୀ ମାନେ ପହଞ୍ଚିଥିଲେ । ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିଛି । ଅନେକ ଲୋକ ଆହତ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା ନିମନେ ଭର୍ତ୍ତି କରାଯାଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.