ETV Bharat / bharat

2016ରେ ଚୋରି ହୋଇଥିବା ପୁସ୍ତକ ଜୌହର ବିଶ୍ବବିଦ୍ୟାଳୟରୁ ଜବତ

2016 ମସିହାରେ ଉତ୍ତର ପ୍ରଦେଶର ମଦ୍ରାସା ଆଲିଆ କଲେଜରୁ ଚୋରି ହୋଇଥିବା ପୁସ୍ତକ ରାମପୁର ସ୍ଥିତ ଜୌହର ବିଶ୍ବବିଦ୍ୟାଳୟ ପରିସରରୁ ଜବତ ହୋଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

author img

By

Published : Sep 21, 2022, 6:31 PM IST

stolen books recovered from jauhar university campus in rampur
2016ରେ ଚୋରି ହୋଇଥିବା ପୁସ୍ତକ ଜୌହର ବିଶ୍ବବିଦ୍ୟାଳୟରୁ ଜବତ

ଲକ୍ଷ୍ନୌ: ମଦ୍ରାସା ଆଲିଆ କଲେଜରୁ ବିପୁଳ ମାତ୍ରାରେ ପୁସ୍ତକ ଚୋରି । ଚୋରି ହୋଇଥିବା ପୁସ୍ତକ ଜୌହର ବିଶ୍ବବିଦ୍ୟାଳୟ ପରିସରରୁ ଜବତ ହୋଇଛି । 2016 ମସିହାରେ ଏହି ପୁସ୍ତକ ଗୁଡ଼ିକ ଚୋରି ହୋଇଥିଲା । 2019ରେ ପୁସ୍ତକ ଚୋରି ହେବା ନେଇ ମାମାଲା ରୁଜୁ ହୋଇଥିଲା । ଏହାର କିଛି ଦିନପରେ 2500 ପୁସ୍ତକ ଜବତ କରାଯାଇଥିଲା । ଏହି ମାମଲାରେ ସପା ନେତା ଅଜାମ ଖାନଙ୍କ ପୁଅ ଅବଦୁଲ୍ଲା ଅଜାମଙ୍କ ବନ୍ଧୁ ଗିରଫ ହେବାପରେ ଘଟଣାଟି ସାମ୍ନାକୁ ଆସିଛି ।

ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଚୋରି ହୋଇଥିବା ପୁସ୍ତକ ଗୁଡ଼ିକ ଜୌହର ବିଶ୍ବବିଦ୍ୟାଳୟ ପରିସରରୁ ଜବତ କରାଯାଇଛି । ବିଶ୍ବବିଦ୍ୟାଳୟ ପରିସରରେ ନିର୍ମାଣଧିନ ଲିଫ୍ଟର ଏକ କୋଠରୀ ଭିତରେ ପୁସ୍ତକ ଗୁଡ଼ିକୁ ଲୁଚାଇ ରଖା ଯିବାପରେ କୋଠରୀର ପ୍ରବେଶ ଦ୍ବାରରେ କାନ୍ଥା ଉଠାଇ ତାକୁ ବନ୍ଦ କରାଯାଇଥିଲା । ଫଳରେ କେହି ଏନେଇ ଟେର ପାଇନଥିଲେ । ତେବେ କୋଠରୀର କାନ୍ଥ ଭାଙ୍ଗି ସେଠାରୁ ଅନେକ ବସ୍ତାରେ ଭର୍ତ୍ତି ହୋଇଥିବା ବହିକୁ ଜବତ କରି ଥାନାକୁ ଆଣଯାଇଛି । ଜବତ ପରେ ବହି ଗୁଡିକର ଗଣନା କରାଯାଉଛି ।

ସୂଚନା ଅନୁଯାୟୀ, ଗତ ସପ୍ତାହରେ ସମାଜବାଦୀ ପାର୍ଟି ନେତା ଅଜାମ ଖାନଙ୍କ ପୁଅ ଅବଦୁଲ୍ଲା ଅଜାମଙ୍କ ଘନିଷ୍ଠ ବନ୍ଧୁ ଅନୱାର ଏବଂ ସଲିମ ଜୁଆ ଖେଳୁଥିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଏହି ମାମଲାରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରା ଉଚରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ସାମ୍ନାକୁ ଆସିଥିଲା । ଏହି ତଥ୍ୟ ଆଧାରରେ ଜୌହର ବିଶ୍ବବିଦ୍ୟାଳୟରୁ ଜେସିବି ସାହାଜ୍ୟରେ ମାଟି ତଳୁ ମୂଲ୍ୟବାନ ସଫେଇ ମେସିନ ଜବତ କରାଯାଇଥିଲା । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାବେଳେ ଲିଫ୍ଟ କମ୍ପାର୍ଟମେଣ୍ଟରେ ଥିବା ବ୍ୟାପକ ପରିମାଣର ପୁସ୍ତକ ରଖାଯାଇଥିବା ଜାଣିବାକୁ ପାଇଥିଲା ପୋଲିସ । ଏନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: IIIT Delhi ରିସର୍ଚ୍ଚରଙ୍କ ନୂଆ ଉଦ୍ଭାବନ, କେମିକାଲ୍ସରେ କର୍କଟ ସୃଷ୍ଟିକାରୀ ଉପାଦନ ଚିହ୍ନିବ ସଫ୍ଟୱେୟାର

ମଦ୍ରାସା ଆଲିଆ କଲେଜ ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ, ଉଦ୍ଧାର ହୋଇଥିବା ପୁସ୍ତକ ଗୁଡ଼ିକ ସେମାନଙ୍କର ଅଟେ । 1774 ମସିହାରେ ରାମପୁରର ନବାବଙ୍କ ଦ୍ବାରା ଏଠାରେ ମଦ୍ରାସା କଲେଜ ପ୍ରତିଷ୍ଠା ହୋଇଥିଲା । ଏହା ସରକାରୀ ଓରିଏଣ୍ଟାଲ କଲେଜ ଭାବେ ବେଶ ଜଣାଶୁଣା । 2016ରେ ଲାଇବ୍ରେରୀରୁ ପୁସ୍ତକଗୁଡ଼ିକ ଚୋରି ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବତନ ମନ୍ତ୍ରୀ ଅଜାମ ଖାନ ଏହି କଲେଜକୁ ଦଖଲ କରି ନିଜ ଟ୍ରଷ୍ଟ ନାମରେ କରି ଦେଇଥିଲେ । ଏହାପରେ ମଦ୍ରାସା କଲେଜରୁ ଅନ୍ଯୁନ 10,000 ପୁସ୍ତକ ଗାୟବ ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.