ETV Bharat / bharat

ଚୀନରେ ସାଙ୍ଘାତିକ କୋରୋନା ସ୍ଥିତି: ଜିନୋମ ସିକ୍ବେନ୍ସିଂ ପାଇଁ ନିର୍ଦ୍ଦେଶ, ଆଜି ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ - ଜିନୋମ ସିକ୍ବେନ୍ସିଂ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଚିଠି

ବିଶ୍ବର ଅନ୍ୟ ରାଷ୍ଟ୍ରରେ କୋଭିଡର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ହେଲା ଭାରତ । ଜିନୋମ ସିକ୍ବେନ୍ସିଂ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ଜିନୋମ ସିକ୍ବେନ୍ସିଂ ପାଇଁ ରାଜ୍ୟକୁ ନିର୍ଦ୍ଦେଶ

author img

By

Published : Dec 21, 2022, 7:23 AM IST

Updated : Dec 21, 2022, 9:12 AM IST

ନୂଆଦିଲ୍ଲୀ: ଚୀନରେ ମୃତ୍ୟୁର ତାଣ୍ଡବ ରଚୁଛି କୋରୋନା । ସେଠାରେ ସଂକ୍ରମଣ ସ୍ଥିତି ବିଗିଡିବା କାରଣରୁ ମୃତ୍ୟୁସଂଖ୍ୟା ଅନିୟନ୍ତ୍ରିତ ହୋଇପଡିଛି । ଚୀନ ସମେତ ଆମେରିକା, ଜାପାନ, ବ୍ରାଜିଲ ଓ ବିଶ୍ବର ଅନେକ ଦେଶରେ ହଠାତ୍ ସଂକ୍ରମଣ ବୃଦ୍ଧି ଯୋଗୁଁ ଆଗୁଆ ସତର୍କ ହୋଇଛି ଭାରତ । ଯଦିଓ ଏବେ ଦେଶରେ ସଂକ୍ରମଣ କମ୍ ରହିଛି ହେଲେ ଅନ୍ୟ ଦେଶରେ ସଂକ୍ରମଣ ବଢୁଥିବାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ସମସ୍ତ ରାଜ୍ୟକୁ କୋରୋନା ସଂକ୍ରମିତଙ୍କ ଜିନୋମ ସିକ୍ବେନ୍ସିଂ ବଢାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଇଣ୍ଡିଆନ୍ ସାର୍ସ କୋଭିଡ ଜେନୋମିକ୍ସ କନ୍ସୋର୍ଟିୟମ୍ (INSACOG) ଜରିଆରେ କୋରୋନାର ନୂଆ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ସମସ୍ତ କୋରୋନା ସଂକ୍ରମିତଙ୍କ ନମୁନା ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ(Union Health Secretary Rajesh Bhushan) ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠିରେ ଜଣାଇଛନ୍ତି । ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ,''ଯଦି କୋରୋନାର ନୂତନ ଭାରିଆଣ୍ଟ ଗୁଡିକ ଠିକ୍ ସମୟରେ ଚିହ୍ନଟ କରାଯାଏ ତେବେ ଚିକିତ୍ସା କରିବାରେ ସୁବିଧା ହେବ । ଏଥିପାଇଁ ଜିନୋମ୍ ସିକ୍ବେନ୍ସିଂ ବୃଦ୍ଧି ହେବା ଆବଶ୍ୟକ ।

ଭାରତ ୫ ସୂତ୍ରୀ ନୀତି ନମୁନା ପରୀକ୍ଷା, ସଂକ୍ରମିତଙ୍କ ଉପରେ ନଜର, ଚିକିତ୍ସା, ଟୀକାକରଣ ଓ କୋଭିଡର ଉପଯୁକ୍ତ ବ୍ୟବହାର(test-track-treat-vaccination and Covid19 appropriate behavior) ଉପରେ ଫୋକସ କରି ସଂକ୍ରମଣ ହ୍ରାସ କରିବାରେ ସକ୍ଷମ ହୋଇଛି । INSACOG ମାଧ୍ୟମରେ କୋରୋନାର ଭାରିଆଣ୍ଟ ଟ୍ରାକ କରିବାକୁ ପ୍ରତ୍ୟେକ ରାଜ୍ୟ ପ୍ରତିଦିନ ଯଥାସମ୍ଭବ ସମସ୍ତ ସଂକ୍ରମିତଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଇବା ଆବଶ୍ୟକ ।''

ଏହାମଧ୍ୟ ପଢନ୍ତୁ: NIAର ବଡ ଖୁଲାସା, ଭିନ୍ନ ଧର୍ମାବଲମ୍ବୀଙ୍କ ହିଟ୍‌ ତାଲିକା ପ୍ରସ୍ତୁତ କରୁଛି PFIର ସିକ୍ରେଟ ୱିଙ୍ଗ୍

ସେହିପରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଆଜି ଦେଶରେ କୋରୋନା ସ୍ଥିତ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି । ଦିନ ସାଢେ ୧୧ଟା ସମୟରେ ଏହି ସମୀକ୍ଷା ବୈଠକ(health ministry meeting) ବସିବ । ଏଥିରେ ଆଇସିଏମଆର ନିର୍ଦ୍ଦେଶକ ରାଜୀବ ବହଲ, ନୀତି ଆୟୋଗ ସଦସ୍ୟ ଭିକେ ପଲ, NTAGI ଚେୟାରମ୍ୟାନ୍ ଏନ ଏଲ ଅରୋରା ଏବଂ ଅନ୍ୟାନ୍ୟ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ସାମିଲ ହେବେ ।

ପ୍ରକାଶଥାଉ କି, ଚୀନରେ କୋଭିଡ କଟକଣା କୋହଳ କରାଯିବା ପରେ ହାହାକାର ସ୍ଥିତି ସୃଷ୍ଟି କରିଛି । ସଂକ୍ରମଣ ଏତେମାତ୍ରାରେ ବୃଦ୍ଧି ପାଉଛି ଯେ, ଏବେ ସେଠାରେ ହସ୍ପିଟାଲରେ ବେଡ୍ ଅଭାବ ଦେଖାଦେଇଛି । ରୋଗୀ ବାହାରେ ଅପେକ୍ଷା କରୁଛନ୍ତି । ମୃତ୍ୟୁସଂଖ୍ୟା ମଧ୍ୟ ଏତେ ଅଧିକ ରହିଛି ଯେ, ମୃତଦେହ ରଖିବାକୁ ସ୍ଥାନ ଅଭାବ ହେଉଛି । ଏପରିକି ମୃତଦେହ ସତ୍କାର ପାଇଁ ଶ୍ମଶାନରେ ପ୍ରବଳ ଭିଡ ହେଉଛି । ଏଠାରେ ୨୪ ଘଣ୍ଟା ଅନ୍ତିମ ସତ୍କାର କରାଯାଉଛି ।

Last Updated : Dec 21, 2022, 9:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.