ETV Bharat / bharat

Kandukur Stampede: ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ଦଳାଚକଟା, ୮ ମୃତ

author img

By

Published : Dec 29, 2022, 6:54 AM IST

Updated : Dec 29, 2022, 12:57 PM IST

ବୁଧବାର ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲା କାଣ୍ଡୁକୁରୁରେ ତେଲୁଗୁ ଦେଶମ ପାର୍ଟି(TDP) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ଅଘଟଣ । ଦଳାଚକଟା ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛି । ମୃତକଙ୍କ ପରିବାର ପ୍ରତି ଚନ୍ଦ୍ରବାବୁ ନାଇଡୁ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

stampede at chandrababu naidu rally
stampede at chandrababu naidu rally

  • Pained by the mishap at a public meeting in Nellore, AP. Condolences to the bereaved families. May the injured recover soon. An ex-gratia of Rs. 2 lakh from PMNRF would be given to the next of kin of each deceased and the injured would be given Rs. 50,000: PM @narendramodi

    — PMO India (@PMOIndia) December 29, 2022 " class="align-text-top noRightClick twitterSection" data=" ">
Kandukur Stampede

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ (TDP Chief and Former Andhra Pradesh Chief Minister N Chandrababu Naidu) ରାଲିରେ ଦଳାଚକଟା । ବୁଧବାର ଆୟୋଜିତ ହୋଇଥିବା ରାଲିରେ ଦଳଚକଟା ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ସୂଚନାଅନୁସାରେ, ବୁଧବାର ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲା କାଣ୍ଡୁକୁରୁରେ ତେଲୁଗୁ ଦେଶମ ପାର୍ଟି(TDP) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ଏକ ରୋଡ ଶୋ ଆୟୋଜିତ ହୋଇଥିଲା । ଏଥିରେ ତାଙ୍କ ସମର୍ଥକଙ୍କ ସହ ବହୁ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ । ଅତ୍ୟଧିକ ଭିଡ ଯୋଗୁଁ ଠେଲାପେଲା ହୋଇଥିଲା(Stampede During a Road Show in Kandukur area of Nellore District) । ଏହି ସମୟରେ କିଛି ଲୋକ ସ୍ବରେଜ କେନାଲ ମଧ୍ୟରେ ପଡିଯାଇଥିଲେ । ଫଳରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଥିମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଥିଲା । ତେବେ 6 ଜଣ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନଡ୍ଡାଙ୍କ ଗସ୍ତକୁ ବିଜେଡିର କଟାକ୍ଷ; ନିଜ ଗୃହ ରାଜ୍ୟରେ ନିଷ୍କ୍ରିୟ ନେତା ଓଡିଶାରେ କଣ ପକାଇବେ ପ୍ରଭାବ ?

ମୃତକମାନେ ହେଲେ ଆମ୍ମାଭାରିପାଲମର ବାସିନ୍ଦା ଚିନାକୋଣ୍ଡାୟା, ଗୁଲାପଲେମର ବାସିନ୍ଦା ପୁରୁଷୋତ୍ତମ, ଗୁରୁରାମରିପାଲମର ବାସିନ୍ଦା କାକୁମାନି ରାଜା, ଆଟମାକୁରୁର ବାସିନ୍ଦା ରବିନ୍ଦ୍ରବାବୁ, ଅରୁଗୁସେନୁପାଲେମର ବାସିନ୍ଦା ୟାତାଗିରି ବିଜୟା, କୋଣ୍ଡୁକୁର ବାସିନ୍ଦା ଇଦୁମୁରୀ ରାଜେଶ୍ବରୀ, କୋଣ୍ଡାମୁଦୁସୁର ବାସିନ୍ଦା କାଲାଭାକୁରୀ ୟାନାଡି ଏବଂ ଓଗୁରୁ ନିବାସୀ ଗଦା ମଧୁବାବୁ । ଅନ୍ୟ ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହାପରେ ରାଲି ବାତିଲ କରିବା ସହ ଚନ୍ଦ୍ରବାବୁ ନାଇଡୁ ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟଅବସ୍ଥା ପଚାରି ବୁଝିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଥିଲେ । ପ୍ରତ୍ୟେକ ପରିବାରକୁ ନାଇଡୁଙ୍କ ଏନଟିଆର ଟ୍ରଷ୍ଟ ପକ୍ଷରୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି । ଏହାସହ ମୃତଙ୍କ ପିଲାମାନେ ଏନଟିଆର ଟ୍ରଷ୍ଟ ଶିକ୍ଷାନୁଷ୍ଠାନରେ ମାଗଣାରେ ପାଠ ପଢିପାରିବେ ବୋଲି ଘୋଷଣା କରିଛନ୍ତି ନାଇଡୁ । ମୃତକଙ୍କ ସଂସ୍କାର ମଧ୍ୟ ପାର୍ଟି ତରଫରୁ କରାଯିବା ନେଇ ଘୋଷଣା କରାଯାଇଛି ।

ତେବେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସହାୟତା ରାଶି ଘୋଷଣା କରିଛନ୍ତି । ମୋଦୀ ଟ୍ବିଟ କରି କହିଛନ୍ତି, " ନେଲୋରରେ ହୋଇଥିବା ଦୁର୍ଘଟଣା ଦୁଃଖଦ । ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି । ଆହତମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ । ମୃତକଙ୍କ ପରିବାରୁ PMNRF ପାଣ୍ଠିରୁ ୨ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ଦିଆଯିବ ।"

ଏହା ମଧ୍ୟ ପଢନ୍ତୁ: Year Ender 2022: ବିଦାୟୀ ବର୍ଷରେ ବାହୁଡିଗଲେ ବିଶିଷ୍ଟ ବ୍ୟକ୍ତିତ୍ୱ, ବିୟୋଗରେ ଛଳଛଳ ଆଖି

ପ୍ରକାଶଯୋଗ୍ୟ ଯେ, ୨୦୧୯ ବିଧାନସଭା ନିର୍ବାଚନରେ ଓ୍ବାଇଏସଆର କଂଗ୍ରେସ ପାର୍ଟି ମୁଖ୍ୟ ଜଗମୋହନ ରେଡ୍ଡୀ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ନିର୍ବାଚନରେ ଟିଡିପି ପରାଜୟ ବରଣ କରିଥିଲା । ତେବେ ଆସନ୍ତା ୨୦୨୪ ରେ ହେବାକୁ ଥିବା ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ହେବ ବୋଲି ସେ ସୂଚନା ଦେଇଥିଲେ । ଜଗନ ହଟାଓ ଆନ୍ଧ୍ରପ୍ରଦେଶ ବଞ୍ଚାଓ ନାରା ଦେଇ ଚନ୍ଦ୍ରବାବୁ ୨୦୨୪ ନିର୍ବାଚନ ଲଢିବେ ବେଲି ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 29, 2022, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.