ETV Bharat / bharat

ୟୁପିରେ ବିଷାକ୍ତ ମଦ ନେଲା ୬ ଜୀବନ, ୧୦ରୁ ଊର୍ଦ୍ଧ୍ବ ଗୁରୁତର

author img

By

Published : Jan 26, 2022, 10:37 AM IST

Updated : Jan 26, 2022, 12:49 PM IST

ବିଷାକ୍ତ ମଦ ପିଇ ଉତ୍ତରପ୍ରଦେଶ ମହାରାଜଗଞ୍ଜ କୋଟୱାଲୀରେ ୬ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ୟୁପିରେ ବିଷାକ୍ତ ମଦ ନେଲା ୪ ଜଣଙ୍କ ଜୀବନ, ୧୨ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମହାରାଜଗଞ୍ଜ କୋଟୱାଲି ଅଞ୍ଚଳରେ ଅଭାବନୀୟ ଘଟଣା । ବିଷାକ୍ତ ମଦ ପିଇ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଊର୍ଦ୍ଧ୍ବ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବରେଲିର ମହାରାଜଗଞ୍ଜ କୋଟୱାଲି ଅଞ୍ଚଳର ପହରପୁର ଗାଁରେ ।

ପ୍ରଶାସନିକ ଅଧିକାରୀଙ୍କ କହିବା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଷାକ୍ତ ମଦ ପିଇ ୬ ଜଣଙ୍କ ମୃତ୍ୟୁ ହୋଇଛି । ଛତି ଗାଁର ବାସିନ୍ଦା ମଜେର ପହରପୁରର ଭାନସିଲାଲ ପୁଅ ଦ୍ୱାରକା(୬୦), ରାମଦାନୀ(୬୫), ପହରପୁର ନିବାସୀ ସରୋଜ ଯାଦବ ପୁଅ ରାମପାୟାର(୪୦) ଏବଂ ପହରପୁରର ରାମ ସୁମର ପୁଅ ଗଜୋଧ( ୪୮)ଙ୍କର ମୃତ୍ୟୁ ଘଟିଛି । ଅବଶ୍ୟ ବର୍ତ୍ତମାନ ସୁଦ୍ଧା ଏହାକୁ ମଦ ମୃତ୍ୟୁ ବୋଲି ସ୍ଥାନୀୟ ପ୍ରଶାସନ କହି ନଥିବା ବେଳେ ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ସୂଚନା ରହିଛି ।

ଜିଲ୍ଲା ମାଜିଷ୍ଟ୍ରେଟଙ୍କ କହିବା ଅନୁସାରେ ସୋମବାର ଦିନ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତେ ମଦ୍ୟପାନ କରିଥିଲେ ଏବଂ ପରବର୍ତ୍ତି ସମୟରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ପରବର୍ତ୍ତି ସମୟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଊର୍ଦ୍ଧ୍ବ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଛି । ଗୁରୁତର ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

Last Updated : Jan 26, 2022, 12:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.