ETV Bharat / bharat

ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଯାତ୍ରା ପାଇଁ 30% ରିହାତି ଦେବ 'ସ୍ପାଇସଜେଟ' - ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଯାତ୍ରା ପାଇଁ 30% ରିହାତି

କୋଭିଡ -19 ମହାମାରୀ ବିରୋଧରେ ଦେଶ ଯୁଦ୍ଧ ଳଢୁଥିବାବେଳେ ଏଥିରେ ପ୍ରମୁଖ ତଥା ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ବିମାନ ଯାତ୍ରାରେ ସ୍ପାଇସଜେଟର 30 ପ୍ରତିଶତ ରିହାତି ଅଫର । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଯାତ୍ରା ପାଇଁ 30% ରିହାତି ଦେବ ସ୍ପାଇସଜେଟ

author img

By

Published : Jun 3, 2021, 8:15 PM IST

ନୂଆଦିଲ୍ଲୀ: କୋଭିଡ -19 ମହାମାରୀ ବିରୋଧରେ ଦେଶ ଯୁଦ୍ଧ ଳଢୁଥିବାବେଳେ ଏଥିରେ ପ୍ରମୁଖ ତଥା ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀ । ତେବେ ସେମାନଙ୍କ ତ୍ୟାଗକୁ ଦେଖି ସେମାନଙ୍କ ପ୍ରତି ଭିନ୍ନ ଢଙ୍ଗରେ ସମ୍ମାନ ଜଣାଇଛି ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ । ସ୍ବାସ୍ଥ୍ୟସେବା କର୍ମଚାରୀମାନଙ୍କ ବିମାନ ଯାତ୍ରା ପାଇଁ ଏୟାରଲାଇନ୍ସ ସ୍ପାଇସଜେଟ ଏହାର ମୂଳ ଭଡା ଉପରେ 30 ପ୍ରତିଶତ ରିହାତି ପ୍ରଦାନ କରିବା ନେଇ ଘୋଷଣା କରିଥିବା ଜଣାପଡିଛି ।

କମ୍ପାନୀର ଏକ ବିବୃତ୍ତି ଅନୁଯାୟୀ, ରିହାତି ମୂଲ୍ୟ ଏହାର ସମଗ୍ର ଘରୋଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଦର୍ଶାଇଛି । ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବୁକିଂ ଏବଂ ଯାତ୍ରା ପାଇଁ ଏହି ଅଫର ପ୍ରଯୁଜ୍ୟ ବୋଲି ଘୋଷଣା କରିଛି ସ୍ପାଇସଜେଟ । ଯାତ୍ରୀମାନେ ଏକ ସରକାରୀ ସଂସ୍ଥା ଯଥା ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ (MCI), ଷ୍ଟେଟ୍ ମେଡିକାଲ୍ କାଉନସିଲ୍ କିମ୍ବା ଇଣ୍ଡିଆନ୍ ନର୍ସିଂ କାଉନସିଲ୍ (INC) କିମ୍ବା ସରକାରୀ ଅନୁମୋଦିତ ସ୍ବାସ୍ଥ୍ୟସେବା ସଂଗଠନ ଦ୍ବାରା ଜାରି କରାଯାଇଥିବା ଏକ ବୈଧ ସ୍ବାସ୍ଥ୍ୟସେବା ବୃତ୍ତିଗତ ପ୍ରମାଣପତ୍ର କିମ୍ବା ପଞ୍ଜୀକରଣ ନମ୍ବର ଆଧାରରେ ବୁକିଂ କରି ଏହି ରିହାତିର ସୁବିଧା ପାରିବେ ବୋଲି କମ୍ପାନୀ କହିଛି ।

ଯାତ୍ରୀମାନେ ସେମାନଙ୍କ ପରିଚୟର ପ୍ରମାଣ ଭାବରେ ଚେକ୍ ଇନ୍ କିମ୍ବା ବୋର୍ଡିଂ ସମୟରେ ସରକାରୀ ଭାବେ ପ୍ରଦାନ କରାଯାଇଥିବା ଫଟୋ ଆଇଡି ସହିତ ବୁକିଂ ପାଇଁ ବ୍ୟବହୃତ ଆଇଡି ପ୍ରଦାନ କରିବା ଆବଶ୍ୟକ ବୋଲି ଦର୍ଶାଇଛି ସ୍ପାଇସଜେଟ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.