ETV Bharat / bharat

ଅବତରଣ ପରେ ଆସିଲାନି ବସ୍‌, ଚାଲି ଚାଲି ଟର୍ମିନାଲକୁ ଆସିଲେ SpiceJet ଯାତ୍ରୀ

ଦିଲ୍ଲୀ ବିମାନ ବନ୍ଦରରେ ପୁଣି ସ୍ପାଇସଜେଟ ବିମାନ କମ୍ପାନୀର ଅବ୍ୟବସ୍ଥା । ହାଇଦ୍ରାବାଦରୁ ଆସିଥିବା ବିମାନ ଅବତରଣ କରିବା ପରେ ଆସିଲାନି କମ୍ପାନୀ ବସ୍‌ । ଦୀର୍ଘ ସମୟ ଧରି ଅପେକ୍ଷା ପରେ ଚାଲି ଚାଲି ଟର୍ମିନାଲକୁ ଆସିଲେ ଯାତ୍ରୀ । ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

author img

By

Published : Aug 7, 2022, 7:27 PM IST

ଅବତରଣ ପରେ ଆସିଲାନି ବସ, ଚାଲିଲେ ସ୍ପାଇସଜେଟ ଯାତ୍ରୀ

ନୂଆଦିଲ୍ଲୀ: ଏକାଧିକ ଥର ଉଡାଣ ସମ୍ପର୍କିତ ତ୍ରୁଟି ଯୋଗୁ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ସ୍ପାଇସଜେଟର ବିମାନ କମ୍ପାନୀର ପିଚ୍ଛା ଛାଡୁନି ବିବାଦ । ଆଜି ପୁଣି ବିମାନ କମ୍ପାନୀ ପକ୍ଷରୁ ଏକ ବଡ ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ । ବିମାନ ଅବତରଣ କରି ପାର୍କିଂକୁ ଆସିସାରିଥିବାବେଳେ, ଯାତ୍ରୀଙ୍କୁ ନେବା ପାଇଁ ପହଞ୍ଚିଲା ନାହିଁ ଏୟାର ଲାଇନ୍ସର ବସ୍‌ ।

ଫଳରେ ଯାତ୍ରୀମାନେ ପ୍ରାୟ 45 ମିନିଟରୁ ଉର୍ଦ୍ଧ୍ବ ସମୟ ଅପେକ୍ଷା କରବା ପରେ ବାଧ୍ୟ ହୋଇ ଚାଲି ଚାଲି ଟର୍ମିନାଲ ଅଭିମୁଖେ ଆସିବାକୁ ବାଧ୍ୟ ହୋଇଥିଲେ । ସୂଚନା ଅନୁସାରେ,ଗତକାଲି ରାତିରେ ଘଟିଛି ଏହିଘଟଣା । ହାଇଦ୍ରାବାଦରୁ ଦିଲ୍ଲୀରେ ଅବତରଣ କରିଥିବା ସଂସ୍ଥାର ଏହି ବିମାନରେ 186 ଯାତ୍ରୀ ଥଲେ । ତେବେ ବିମାନ ପାର୍କିଂରେ ପହଞ୍ଚି ସାରିଥିବାବେଳେ ଯାତ୍ରୀଙ୍କ ନେବା ପାଇଁ ପାର୍କିଂ ସ୍ଥଳକୁ ଏୟାର ଲାଇନ୍ସର କୌଣସି ବସ୍‌ ଯାଇନଥିଲା ।

ଫଳରେ ସେଠାରେ ଦୀର୍ଘ ସମୟ ଅପେକ୍ଷାପରେ ଯାତ୍ରୀମାନେ ଚାଲିବା ଆରମ୍ଭ କରିଥିଲେ । କେତେକ ଯାତ୍ରୀ ଏପରି ଅବ୍ୟବସ୍ଥା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଭିଡିଓ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ତେବେ କିଛି ସମୟ ବ୍ୟବଧାନରେ ବସ ଆସିଥିବା ଓ ଚାଲି ଚାଲି ଫରୁଥିବା ଯାତ୍ରୀମାନେ ସେଥିରେ ଟର୍ମିନାଲକୁ ଫେରିଥିବା କହି ସଫେଇ ଦେଇଛନ୍ତି ବିମାନ କମ୍ପାନୀ କର୍ତ୍ତୃପକ୍ଷ । ତେବେ ଏପରି ଘଟଣାକୁ ନେଇ ବେସାମରିକ ଉଡାଣ ମନ୍ତ୍ରଣାଳୟ ମଧ୍ୟ ଉଦବେଗ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛି ।

ପୂର୍ବରୁ ମଧ୍ୟ ଏକାଧିକ ଅଭିଯୋଗରେ ଛନ୍ଦି ହୋଇଛି ଏହି ବିମାନ କମ୍ପାନୀ । ଉଡାଣ ସମ୍ପର୍କିତ ପ୍ରୋଟୋକଲରେ ଖିଲାପ କାରଣରୁ DGCA ମଧ୍ୟ କମ୍ପାନୀ ବିରୋଧରେ କଟକଣା ଜାରି କରିଛି । ନିଜର ସମ୍ପୂର୍ଣ୍ଣ କ୍ଷମତାର ମାତ୍ର 50 ପ୍ରତିଶତ ବିମାନ ଉଡାଇବା ପାଇଁ କହିଛି DGCA ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.