ETV Bharat / bharat

Haryana: ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟିଲା କାର, 6 ମୃତ - ଟ୍ରକକୁ ପିଟିଲା କାର

ରାସ୍ତାକଡରେ ଛିଡା ହୋଇଥିଲା ଟ୍ରକ । ପିଟିହେଲା ଦ୍ରୁତଗାମୀ କାର । 6 ମୃତ । ଅଧିକ ପଢନ୍ତୁ

Haryana: ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ପିଟିଲା କାର, 6 ମୃତ

author img

By ETV Bharat Odisha Team

Published : Oct 11, 2023, 8:24 PM IST

ଚଣ୍ଡିଗଡ: ହରିୟାଣାର ଭବାନୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି (ମଙ୍ଗଳବାର) ରାତିରେ ଭବାନୀ-ବାହଲ ରାସ୍ତାରେ ଅଟକି ରହିଥିବା ଏକ ଟ୍ରକକୁ ପଛପଟୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା । ଏଥିରେ କାରରେ ଥିବା 5 ଜଣ ଓ ଅଟକି ରହିଥିବା ଟ୍ରକର ଜଣେ ଶ୍ରମିକଙ୍କୁ ମିଶାଇ ମୋଟ 6 ଜଣ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ 5 ଜଣ ଓ ହସ୍ପିଟାଲ ନେବା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ପୋଲିସ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତକ ଭବାନୀ ଜିଲ୍ଲାର ଭୁଙ୍ଗଲା ଗ୍ରାମର ବାସିନ୍ଦା ଭାବେ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ 10ଟା ବେଳେ ଶେର୍ଲା ଗ୍ରାମ ନିକଟରେ ଘଟିଛି । କୌଣସି କାରଣରୁ ରାସ୍ତାକଡରେ ଟ୍ରକଟି ଅଟକି ରହିଥିଲା । ଟ୍ରକ ତଳେ ଜଣେ ଶ୍ରମିକ କିଛି ସଫା କରୁଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା କାରଟି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ସମ୍ପୂର୍ଣ୍ଣ କାରଟି ଚୂରମାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ସ୍ଥାନୀୟ ଥାନାକୁ ମଧ୍ୟ ଅବଗତ କରିଥିଲେ । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଏଥିରେ କାରରେ ଥିବା 4 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ହସ୍ପିଟାଲ ନେବା ରାସ୍ତାରେ ମୃତ୍ୟୁ ହୋଇଛି । ପ୍ରାଥମିକ ଭାବେ କାରଟିର ଦ୍ରୁତଗତି ଓ ଅନ୍ଧାର କାରଣରୁ ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ଦେଖି ନପାରିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- Lunar eclipse: କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ହେବ ସ୍ଵତନ୍ତ୍ର ନୀତିକାନ୍ତି

ପୋଲିସ ପହଞ୍ଚି ସମସ୍ତ ମୃତଦେହ ଜବତ କରିବା ସହ ନିକଟସ୍ଥ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏକ ମାମଲା ରୁଜୁ କରି ଦୁଇଟି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରାଯାଇଛି । ମୃତକଙ୍କ ପରିଜନ ହସ୍ପିଟାଲରେ ପହଞ୍ଚିଛନ୍ତି । ଆଜି ସକାଳେ ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବା ସହ ହସ୍ପିଟାଲରେ ମୃତକଙ୍କ ପରିଜନକୁ ମଧ୍ୟ ସାକ୍ଷାତ କରିଛନ୍ତି । ଶୀତଦିନେ ଘନକୁହୁଡି କାରଣରୁ ଏକାଧିକ ଉତ୍ତର ଭାରତୀୟ ରାଜ୍ୟରେ ମାତ୍ରାଧିକ ଦୁର୍ଘଟଣା ଘଟିଥାଏ । ଦୃଶ୍ୟମାନ୍ୟତା ହ୍ରାସ ପାଇବା ଫଳରେ ଦୁର୍ଘଟଣା ଘଟିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.