ETV Bharat / bharat

74th Republic Day Celebration: କର୍ତ୍ତବ୍ୟପଥରେ ଦର୍ଶକଙ୍କୁ ଆଚମ୍ବିତ କଲେ 50 ଲଢୁଆ ବିମାନ - କର୍ତ୍ତବ୍ୟପଥ

କର୍ତ୍ତବ୍ୟପଥରେ ଉଡାଣ କୌଶଳ ପ୍ରଦର୍ଶନ କରି ଦର୍ଶକଙ୍କୁ ଆଚମ୍ବିତ କଲେ 50 ଲଢୁଆ ବିମାନ । ମିଗ୍, ସୁଖୋଇ, ତେଜସ ଓ ରଫେଲ ଥିଲେ ମୁଖ୍ୟ ଆକର୍ଷଣ । ଅଧିକ ପଢନ୍ତୁ

କର୍ତ୍ତବ୍ୟପଥରେ ଦର୍ଶକଙ୍କୁ ଆଚମ୍ବିତ କଲେ 50 ଲଢୁଆ ବିମାନ

author img

By

Published : Jan 26, 2023, 6:23 PM IST

ହାଇଦ୍ରାବାଦ: ଆଜି 74ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମଗ୍ର ବିଶ୍ବ ଦେଖିଲା ଭାରତର ସାର୍ବଭୌମତ୍ବ, ଶକ୍ତି ଓ ସାମର୍ଥ । ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ଭବ୍ୟ ପରଡେ ବିଶ୍ବବାସୀଙ୍କୁ ଆଜି ଭାରତର ସାମରିକ ଶକ୍ତି ସହ ସାମାଜିକ ବିବିଧତା ଓ ସଂସ୍କୃତିର ପରିଚୟ ଦେଇଛି । ଆଜି ଏହି ପରଡେର ଅନ୍ୟତମ ଆକର୍ଷଣ ଥିଲା ଫ୍ଲାଏପାଷ୍ଟ । ଭାରତୀୟ 3ସେନାର 50ଟି ଲଢୁଆ ବିମାନ ଓ ହେଲିକପ୍ଟର ନିଜ ଉଡାଣ କୌଶଳ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ଆଚମ୍ବିତ କରିଦେଇଥିଲେ । ଆଜି ପରେଡରେ ଅଂଶଗ୍ରହଣ କରିଥିବା ବିମାନ ମଧ୍ୟରେ ସର୍ବାଧିକ 45ଟି ଲଢୁଆ ବିମାନ ଭାରତୀୟ ବାୟୁସେନାର ହୋଇଥିବା ବେଳେ ନୌସେନାର ଗୋଟିଏ ଓ ସ୍ଥଳସେନାର 4ଟି କମ୍ବାଟ ହେଲିକପ୍ଟର ପରଡରେ ଅଂଶଗ୍ରହଣ କରିଥିଲା ।

କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ଏମଆଇ ହେଲିକପ୍ଟର ଉଡାଣ ଭରି ପୁଷ୍ପ ବର୍ଷା କରିଥିଲା । ପରେ ତିନୋଟି ମିଗ-29 ବିମାନ, ଦୁଇଟି ଆପାଚେ ହେଲିକପ୍ଟର ଏବଂ ଦୁଇଟି ଏଏଲଏଚ-ଏମକେ ଆଇଭି (ALH Mk-IV)କୁ ନେଇ ଗଠିତ ପ୍ରଚଣ୍ଡ ଟିମ ଉଡାଣ ଭରି ଶକ୍ତି ପ୍ରଦର୍ଶନ କରିଥିଲା । ପରେ ପରେ 5ଟି ସାରଙ୍ଗ ହେଲିକପ୍ଟରର ଏକ ଟିମ୍‌ ମଧ୍ୟ କର୍ତ୍ତବ୍ୟପଥ ଉପରେ ଉଡାଣ ଭରି ଦକ୍ଷତା ପ୍ରଦର୍ଶନ କରିଥିଲେ । ପରେ ଗୋଟିଏ ଡକୋଟା ସହ ଦୁଇ ଡ୍ରୋନିୟର ବିମାନ ଉଡାଣ ଭରିଥିଲେ । ଏହା ପଛକୁ ଭାରତୀୟ ବାୟୁସେନାର ବୃହତ୍ତ ପରିବହନ ବିମାନ ସି-130 ସହ ଦୁଇଟି ଲଢୁଆ ସୁଖୋଇ-30 ବିମାନ ଉଡାଣ କଳା ପ୍ରଦର୍ଶନ କରିଥିଲେ । ପରେ ପରେ ଆସିଥିଲା ବାୟୁସେନାର ସଦ୍ୟତମ ଲଢୁଆ ବିମାନ ରାଫେଲ । ଗୋଟିଏ ରାଫେଲ କର୍ତ୍ତବ୍ୟପଥରେ ଉଡାଣ ଭରି ଦର୍ଶକଙ୍କୁ ଆଚମ୍ବିତ କରିଥିଲା ।

ଆଜି 74ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତେହ ଏଲ୍-ସିସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିବାଦନ ଗ୍ରହଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟ ସମସ୍ତ ମନ୍ତ୍ରୀ ପ୍ରାୟ ଉପସ୍ଥିତ ଥିଲେ । ଗତବର୍ଷ ଠାରୁ ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ‘‘ଆଜାଦୀ କା ଅମୃତ ମହୋତ୍ସବ’’ର ପାଳନ ଜାରିରହିଛି । ସାଧାରଣତନ୍ତ୍ର ଦିବସ ଉତ୍ସବ ଜାନୁଆରୀ 23 ତାରିଖ ‘‘ନେତାଜୀ ଜୟନ୍ତୀ’’ରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଚଳିତମାସ 30 ତାରିଖରେ ଶହୀଦ ଦିବସ ଅବସରରେ ଉଦ୍‌ଯାପିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.