ETV Bharat / bharat

୨୨ ବର୍ଷ ପୁରୁଣା ମାମଲାରେ ସପା ବିଧାୟିକା ବିଜମା ଯାଦବ ଦୋଷୀ ସାବ୍ୟସ୍ତ - ସପା ବିଧାୟିକା ବିଜମା ଯାଦବଙ୍କୁ ଦେଢ ବର୍ଷ ଜେଲ୍

୨୨ ବର୍ଷ ପୁରୁଣା ମାମଲାରେ ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ବିଧାୟିକା ବିଜମା ଯାଦବ ଦୋଷୀ ସାବ୍ୟସ୍ତ । ଦେଢ ବର୍ଷ ଜେଲଦଣ୍ଡ ଶୁଣାଇଲେ ଅଦାଲତ । ଅଧିକ ପଢନ୍ତୁ

ସପା ବିଧାୟିକା ବିଜମା ଯାଦବଙ୍କୁ ଦେଢ ବର୍ଷ ଜେଲ୍

author img

By

Published : Feb 24, 2023, 11:27 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତାପପୁର ଆସନରୁ ସମାଜବାଦୀ ପାର୍ଟି ବିଧାୟିକା ଥିବା ବିଜମା ଯାଦବ ୨୨ ବର୍ଷ ପୁରୁଣା ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରୟାଗରାଜର ଏମପି-ଏମଏଲଏ କୋର୍ଟ ସପା ବିଧାୟିକାଙ୍କୁ ଦୋଷୀ ସାବ୍ୟସ୍ତ କରି ଦେଢ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିବା ସହ ଏକ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦୋଷୀ ସାବ୍ୟସ୍ତ ପରେ ମଧ୍ୟ କୋର୍ଟ ବିଜମାଙ୍କୁ ୨୦ ହଜାର ଟଙ୍କାର ମୁଚଲିକାରେ ଜାମିନ ପ୍ରଦାନ କରିଥିବା ଜଣାପଡିଛି । ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ୧୪ ଜଣଙ୍କ ବିରୁଦ୍ଧରେ ଉପଯୁକ୍ତ ପ୍ରମାଣ ଅଭାବରୁ ସେମାନଙ୍କୁ ଦୋଷମୁକ୍ତ କରାଯାଇଛି ।

ବିଜମା ଯାଦବଙ୍କ ବିରୁଦ୍ଧରେ ଆଇପିସିର ଧାରା ୧୪୭, ୩୪୧,୫୦୪, ୩୫୩, ୩୩୨ ଓ ୭ CLA ଆକ୍ଟରେ ରୁଜୁ ୨୨ ବର୍ଷ ତଳର ମାମଲାର ଶୁଣାଣି ହୋଇଛି । ବିଚାରପତି ଦିନେଶ ଚନ୍ଦ୍ର ଶୁକ୍ଲା ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦେଢ ବର୍ଷର ସଜ୍ଜା ଓ ଲକ୍ଷେ ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି । ଏହାସତ୍ତ୍ବେ କୋର୍ଟରେ ବିଧାୟିକାଙ୍କ ଜାମିନ ମଞ୍ଜୁର ହୋଇଛି । ଅନ୍ୟପଟେ ଏମପି-ଏମଏଲଏ କୋର୍ଟର ରାୟ ପରେ ସପା ବିଧାୟିକା ଏହାକୁ ବିରୋଧି ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସାଙ୍ଗକୁ ବିଦାୟ ଦେବାକୁ ଯାଉଥିଲେ ବାଟରେ ଛକିଥିଲା ମୃତ୍ୟୁ ! ଦୁର୍ଘଟଣାରେ ପଥଚାରୀ ସମେତ 5 ମୃତ

ପ୍ରକାଶଥାଉ କି, ୨୦୦୦ ମସିହାରେ ବିଜମା ଯାଦବଙ୍କ ବିରୁଦ୍ଧରେ ପ୍ରୟାଗରାଜର ସରାୟ ଇନାୟତ ଥାନାରେ ପୋଲିସ ଟିମ୍ ଉପରେ ପଥରମାଡ, ରାସ୍ତା ଜାମ, ଗାଡି ଭଙ୍ଗାରୁଜା କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ୩୧ ଜଣ ପୋଲିସ କର୍ମୀ ଆହତ ହୋଇଥିଲେ । ୨୨ ବର୍ଷ ଧରି ପ୍ରୟାଗରାଜ କୋର୍ଟରେ ଏହି ମାମଲାର ଟ୍ରାଏଲ ଚାଲିଥିବାବେଳେ ଗୁରୁବାର କୋର୍ଟ ରାୟ ପ୍ରକାଶ କରିଛନ୍ତି । କୋର୍ଟ ବିଜମାଙ୍କୁ ଭିନ୍ନ ଭିନ୍ନ ଧାରାରେ ଏକ ମାସରୁ ନେଇ ଦେଢ ବର୍ଷ ଯାଏଁ ଜେଲ ଦଣ୍ଡ ଦେଇଛନ୍ତି । ଏହାସହିତ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁଛୁ କି, ପ୍ରତାପପୁର ଆସନରୁ ବିଜମା ଯାଦବ ୪ ଥର ବିଧାୟିକା ନିର୍ବାଚିତ ହୋଇଛନ୍ତି । ବିଜମାଙ୍କ ସ୍ବାମୀ ବିଧାୟକ ଜବାହର ପଣ୍ଡିତଙ୍କୁ ୧୯୯୬ ମସିହରେ ସିବିଲ ଲାଇନ ଅଞ୍ଚଳରେ ଗୁଳି କରି ହତ୍ୟା କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଚଢଉ କରି ଦେଢଲକ୍ଷ ଟଙ୍କାର ଚପଲ ନେଇଗଲେ କର୍ତ୍ତୃପକ୍ଷ, ଜେଲରେ କାନ୍ଦୁଛି ସୁକେଶ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.