ETV Bharat / bharat

Weather Update: ୩ ଦିନ ଆଗରୁ କେରଳ ଛୁଇଁଲା ମୌସୁମୀ - ପାଣିପାଗ ସୂଚନା

କେରଳ ଛୁଇଁଲା ମୌସୁମୀ । ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଏହା କେରଳ ଉପକୂଳ ଛୁଇଁଛି । ଅଧିକ ପଢନ୍ତୁ

Weather Update: ୩ଦିନ ଆଗରୁ କେରଳ ଛୁଇଁଲା ମୌସୁମୀ

author img

By

Published : May 29, 2022, 12:19 PM IST

Updated : May 29, 2022, 1:19 PM IST

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ(South-west Monsoon hits Kerala) । ମୌସୁମୀ ଆସନ୍ତା ଜୁନ ୧ ତାରିଖରେ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଥିଲା । ମାତ୍ର ଏହା ୩ ଆଗରୁ କେରଳରେ ପହଞ୍ଚିଛି । ତେବେ ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ପାଣିପାଗ ବିଭାଗର ସୂଚନା ମୁତାବକ, ଏହାର ପ୍ରଭାବରେ ଆଗାମୀ କିଛି ଦିନ ମଧ୍ୟରେ କେରଳ ବିଭିନ୍ନ ସ୍ଥାନ ଦେଇ କର୍ଣ୍ଣାଟକ ଉପକୂଳ ଓ ମହାରାଷ୍ଟ୍ର ଦେଇ ମୌସୁମୀ ଆଗକୁ ବଢିବ । ପାଣିପାଗ ପୂର୍ବାନୁମାନ କରିଥିଲା ଯେ ବାତ୍ୟା ଅସାନି ପ୍ରଭାବରେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ କେରଳ ଉପକୂଳ ଛୁଇଁବ । ମୌସୁମୀ ନିର୍ଦ୍ଧାରିତ ସମୟର ଅନେକ ଦିନ ପୂର୍ବରୁ ଗତ ମେ ୧୬ ତାରିଖରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚିଥିଲା ।

ମୌସୁମୀ ପହଞ୍ଚିବା ପରେ କେରଳରେ ଆଜିଠୁ ଜୁନ ୧ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲାକ୍ଷାଦ୍ବୀପରେ ମେ ୩୦ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ କେରଳରେ ଏପରି ପାଗ ରହିବ ବୋଲି କହିଛି ବିଭାଗ ।

Last Updated : May 29, 2022, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.