ETV Bharat / bharat

ଚମୋଲି ହିମସ୍ଖଳନରେ ବେସାହାରା 4 ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସୋନୁ ସୁଦ

ଚମୋଲି ହିମସ୍ଖଳନରେ ନରେନ୍ଦ୍ର ନଗର ଗୁଲର ବାସିନ୍ଦା ଆଲମ ସିଂହ ପୁଣ୍ଡିରଙ୍କ ମୃତ୍ୟୁ ହେବା ପରେ ତାଙ୍କର ଚାରି ଝିଅ ବେସାହାରା ହୋଇଯାଇଥିଲେ । ବଲିଉଡ ହିରୋ ସୋନୁ ସୁଦ ସେହି ଚାରି ଝିଅଙ୍କୁ ପୋଷ୍ୟ ହିସାବରେ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

ଆଲମଙ୍କ ଚାରି ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ସୋନୁ ସୁଦ

author img

By

Published : Feb 20, 2021, 6:38 PM IST

ଡେରାଡୁନ : ଚମୋଲିର ତପୋବନରେ ଆସିଥିବା ହିମସ୍ଖଳନରେ ନରେନ୍ଦ୍ର ନଗର ଗୁଲର ବାସିନ୍ଦା ଆଲମ ସିଂହ ପୁଣ୍ଡିରଙ୍କ ମୃତ୍ୟୁ ହୋଇଯାଇଛି । ଆଲମ ସିଂଙ୍କ ମୃତ୍ୟୁ ପରେ ତାଙ୍କର 4 ଝିଅ ବେସାହାରା ହୋଇଯାଇଛି । ବର୍ତ୍ତମାନ ତାଙ୍କ ପରିବାର ଜୀବିକା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି । ଏହି ଖବର ପ୍ରସାର ହେବା ମାତ୍ରେ ଅଭିନେତା ସୋନୁ ସୁଦ ଆଲମଙ୍କ ଚାରି ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ପୂର୍ବରୁ କୋରୋନା ମହାମାରୀ ସମୟରେ ଦିନ ମଜୁରିଆ ଓ ବେସାହାରା ଲୋକଙ୍କୁ ଅନେକ ସାହାଯ୍ୟ କରିଥିବା ସୋନୁ ସୁଦ ପୁନଶ୍ଚ ନିଜର ମାନବିକତା ଦେଖାଇଛନ୍ତି । ଗତ ଫେବୃଆରୀ 7 ତାରିଖରେ ଉତ୍ତରାଖଣ୍ଡର ଚମୋଲିଠାରେ ହିମ ସ୍ଖଳନ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେଥିରେ ଆଲମ ସିଂହ ପୁଣ୍ଡିରଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ଏକମାତ୍ର ଆଲମ ସିଂ ହିଁ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.