ETV Bharat / bharat

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ଅଧ୍ୟକ୍ଷା ପଦ ବଜାୟ ରଖିବେ ସୋନିଆ

author img

By

Published : Mar 13, 2022, 9:31 PM IST

କଂଗ୍ରେସ ହାଇକମାଣ୍ଡ ପରିବର୍ତ୍ତନ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ। ଇସ୍ତଫା ଦେବେ ନାହିଁ ସୋନିଆ । କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରେ ନିଷ୍ପତ୍ତି ନେଇ ସୂଚନା । 5 ରାଜ୍ୟର ଫଳାଫଳ ପରେ ଲାଗି ରହିଥିଲା ଇସ୍ତଫା ଚର୍ଚ୍ଚା । ଅଧିକ ପଡନ୍ତୁ

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ଅଧ୍ୟକ୍ଷା ପଦ ବଜାୟ ରଖିବେ ସୋନିଆ
ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ଅଧ୍ୟକ୍ଷା ପଦ ବଜାୟ ରଖିବେ ସୋନିଆ

ନୂଆଦିଲ୍ଲୀ: 5 ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ହାଇକମାଣ୍ଡ ପରିବର୍ତ୍ତନ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ । ଆଜି ଦଳର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ବର୍ତ୍ତମାନର ଅନ୍ତରୀଣା ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଉଥିବା ସୋନିଆ ଗାନ୍ଧୀ ହିଁ ଦଳକୁ ଆଗାମୀ ନେତୃତ୍ବ ଦେବା ନେଇ ସ୍ପଷ୍ଟ ହୋଇଛି । ଗତକାଲି ଠାରୁ ଏକାଧିକ ଜାତୀୟ ଗଣମାଧ୍ୟମରେ ସୋନିଆଙ୍କ ଇସ୍ତଫା ସହ କଂଗ୍ରେସକୁ ନୂଆ ମୂଖ୍ୟ ମିଳିବା ନେଇ ଲଗାତାର ଚର୍ଚ୍ଚା ହୋଇ ଆସୁଥିଲା, ଯାହାର ଆଜି ଅବସାନ ଘଟିଛି ।

  • Congress interim president Sonia will lead us & will take future steps. We all have faith in her leadership: Congress leader Mallikarjun Kharge after the party's working committee meeting pic.twitter.com/1l5ahufDjd

    — ANI (@ANI) March 13, 2022 " class="align-text-top noRightClick twitterSection" data=" ">

ଆଜି ଅପରାହ୍ନରେ ବସିଥିବା କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରାୟ 4 ଘଣ୍ଟା ଧରି ଆଲୋଚନା ହୋଇଥିଲା । ତେବେ ବୈଠକ ସରିବା ପରେ ହାଇକମାଣ୍ଡ ବଦଳିବା ପ୍ରଶ୍ନରେ ଉତ୍ତର ଦେଇ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ୍ଗେ କହିଛନ୍ତି, ସୋନିଆ ଦଳ ମୁଖ୍ୟ ଭାବେ ଦାୟିତ୍ବ ବଜାୟ ରଖିବା ସହ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ । ତାଙ୍କ ନେତୃତ୍ବ ଉପରେ ସମସ୍ତ ସଦସ୍ୟଙ୍କ ଭରସା ଥିବା ମଧ୍ୟ କହିଛନ୍ତି ଖାଡ୍ଗେ ।

  • She (Sonia Gandhi) continues to be the president of the party. Detailed discussion held about the 5 states elections. We discussed how to take things forward and how we prepare for the forthcoming elections: AICC Goa in-charge, Dinesh Gundu Rao after the party's CWC meeting pic.twitter.com/iTcG8DXf5F

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.