ETV Bharat / bharat

ସ୍ୱାଧୀନତା ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ ସୋନିଆ ଓ ରାହୁଲ - ରେଡ ଫର୍ଟ

ଅଲ ଇଣ୍ଡିଆ କଂଗ୍ରେସ କମିଟି (AICC) ମୁଖ୍ୟାଳୟରେ ୭୫ ତମ ସ୍ୱାଧୀନତା ଦିବସ ଉତ୍ସବ ଅବସରରେ ଅଂଶଗ୍ରହଣ କରିବେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

AICC  ମୁଖ୍ୟାଳୟରେ ସ୍ୱାଧୀନତା ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ  ସୋନିଆ   ଓ ରାହୁଲ

author img

By

Published : Aug 15, 2021, 7:00 AM IST

ନୂଆଦିଲ୍ଲୀ: ଆଜି ୭୫ ତମ ସ୍ବାଧିନତା ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ଏନେଇ ଆଜି ଅଲ ଇଣ୍ଡିଆ କଂଗ୍ରେସ କମିଟି (AICC) ମୁଖ୍ୟାଳୟରେ ୭୫ ତମ ସ୍ୱାଧୀନତା ଦିବସ ଉତ୍ସବ ଅବସରରେ ଅଂଶଗ୍ରହଣ କରିବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ନେତା ରାହୁଲ ଗାନ୍ଧୀ । ସେହିପରି ଆଜି ନୂଆଦିଲ୍ଲୀର ରେଡ ଫର୍ଟରେ ଆୟୋଜିତ ହେବାକୁ ଥିବା ସ୍ବାଧିନତା ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶ ଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରିବେ । ଏନେଇ ରାଜଧାନୀ ଦିଲ୍ଲୀରେ ସୁରକ୍ଷାକୁ କଡାକଡି କରାଯାଇଛି ।

ସମଗ୍ର ଲାଲକିଲ୍ଲା ଅଞ୍ଚଳକୁ ସେନା ନିଜ କବଜାକୁ ନେଇଥିବା ସୂଚନା ଦେଇଛି ଦିଲ୍ଲୀ ପୋଲିସ । ଲାଲକିଲ୍ଲା ପରିସରରେ ଓ ବାହାରେ NSG କମାଣ୍ଡୋ, ସ୍ନାଇପର, ବମ ନିରୋଧୀ ଯବାନ, ଉଡନ୍ତା ପକ୍ଷୀ ଧରାଳି ଟିମ, ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ କମାଣ୍ଡୋ, ଉଚ୍ଚ ଅଟାଳିକକୁ ଗୁଳି ଲକ୍ଷ୍ୟଭେଦ କରିପାରୁଥିବା ଯବାନ, ବୋମା ନିଷ୍କ୍ରିୟକାରୀ ଟିମ ମୁତୟନ ହୋଇଛନ୍ତି । ଏହାବାଦ ଲାଲକିଲ୍ଲାକୁ ବାହ୍ୟ ସୁରକ୍ଷା ଯୋଗାଉଛନ୍ତି, ସିଆରପିଏଫ, ବିଏସଏଫ, ସିଆଇଏସଏଫ ଓ ଦିଲ୍ଲୀ ପୋଲିସ ।

ସେହିପରି ନିକଟରେ ଜମ୍ମୁ କାଶ୍ମୀରରେ ବାରମ୍ବାର ଡ୍ରୋନ ଉଡିବା ଘଟଣାକୁ ନେଇ ମଧ୍ୟ ହୋଇଛି ସ୍ବତନ୍ତ୍ର ଯୋଜନା । କେବଳ ଅନୁମତି ପ୍ରାପ୍ତ ତଥା ସୁରକ୍ଷା ସମ୍ବନ୍ଧୀୟ ଓ ସରକାରୀ ଅନୁମତି ପ୍ରାପ୍ତ ଡ୍ରୋନ ଉଡିବ । ଅନ୍ୟ କୌଣସି ଡ୍ରୋନ ଉଡି ପାରିବ ନାହିଁ । ସେହିପରି ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଲାଲକିଲ୍ଲା ସମେତ ବାହ୍ୟ ଅଞ୍ଚଳରେ ୩୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି । ଯାହା ଲାଲକିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ନଜର ରଖିବ । ଖାଲି ଏତିକି ଖାଲି ଲାଲ କିଲ୍ଲା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ୫ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.