ମୁମ୍ବାଇ: ମହାରାଷ୍ଟ୍ର ଅହମଦନଗରରେ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ପିଟିପିଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ସୋମବାର ରାତିରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ୫୫ ବର୍ଷୀୟ ରାଜେଶ କାଶିନାଥ ସୋନାର ଓରଫ ସୋନାର ବାବା । ଯାହା ସୂଚନା ରହିଛି, ସୋନାର ବାବା ଜଣେ ୪ ବର୍ଷୀୟ ଶିଶୁକୁ ନିଜ ଘରକୁ ଡାକି ନେଇ ତା' ସହ ଦୁଷ୍କର୍ମ କରିଥିଲେ । ଏନେଇ ନାବାଳକର ମାଆ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।
ସୂଚନା ଅନୁୟାୟୀ, ସୋମବାର ରାତିରେ ମହିଳା ଘରେ ରୋଷେଇ କରୁଥିବା ସମୟରେ ପିଲାଟି ତାଙ୍କୁ ୫ ଟଙ୍କା ମାଗିଥିଲା । ପଇସା ନେଇ ସେ ତଳେ ଥିବା ଗ୍ରୋସେରୀ ଦୋକାନକୁ ଯାଇଥିଲା । ୧୦ ରୁ ୧୫ ମିନିଟ୍ ପରେ ଯେତେବେଳେ ପୁଅ ଘରକୁ ନ ଫେରିଲା, ତା'ର ମାଆ ଖୋଜାଖୋଜି କରିଥିଲେ । ଏହାପରେ ସୋନାର ବାବା ପିଲାଟିକୁ ନିଜ ଘରକୁ ନେଇଯାଇଥିବାର ଅନ୍ୟ ଜଣେ ମହିଳାଙ୍କ ଠାରୁ ସେ ଜାଣିବାକୁ ପାଇଥିଲେ ।
ପୁଅକୁ ଆଣିବାକୁ ଯେତେବେଳେ ମହିଳା ସୋନାର ବାବାଙ୍କ ଘରେ ପହଞ୍ଚିଲେ, ସେ ପିଲାଟି ସହ ଅପ୍ରାକୃତିକ କାର୍ଯ୍ୟ କରୁଥିବାର ଦେଖିବାକୁ ପାଇଥିଲେ । ଏହାକୁ ଦେଖି ମହିଳା ଜଣଙ୍କ ଜୋର୍ରେ ପାଟି କରିବାରୁ ଆଖପାଖର ଲୋକେ ସେଠାରେ ରୁଣ୍ଡ ହୋଇଥିଲେ । ସେମାନେ ସୋନାର ବାବାଙ୍କୁ ପିଟିବା ଆରମ୍ଭ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ପୋଲିସ ଘଟାର ଅଧିକ ଚ ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ଜାରି ରହିଛି ।