ETV Bharat / bharat

Sonali Phogat murder case, ୧୦ ଦିନିଆ ପୋଲିସ ରିମାଣ୍ଡରେ ଗଲେ ୨ ମୁଖ୍ୟ ଅଭିଯୁକ୍ତ

author img

By

Published : Aug 27, 2022, 4:49 PM IST

ବିଜେପି ନେତ୍ରୀ ତଥା ଅଭିନେତ୍ରୀ ସୋନାଲି ଫୋଗଟ ହତ୍ୟା ମାମଲାରେ ୧୦ ଦିନିଆ ପୋଲିସ ରିମାଣ୍ଡରେ ଗଲେ ଦୁଇ ମୁଖ୍ୟ ଅଭିଯୁକ୍ତ Sonali Phogat murder case। ଅଭିଯୁକ୍ତ ମଧ୍ୟରେ ସୋନାଲିଙ୍କ ପିଏ ଓ ତାର ଜଣେ ସହଯୋଗୀ । ଏବେ ସୁଦ୍ଧା ୪ ଗିରଫ । ଅଧିକ ପଢନ୍ତୁ

Sonali Phogat murder case, ୧୦ ଦିନିଆ ପୋଲିସ ରିମାଣ୍ଡରେ ଗଲେ ଦୁଇ ମୁଖ୍ୟ ଅଭିଯୁକ୍ତ

ପାନାଜୀ: ଟିକଟକ ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟି (BJP) ନେତ୍ରୀ ସୋନାଲି ଫୋଗାଟଙ୍କ ହତ୍ୟା ମାମଲାରେ (Sonali Phogat death case) ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ଆଜି ଉଭୟ ଅଭିଯୁକ୍ତ ସୁଖବିନ୍ଦର ସିଂ ଓ ସୁଧିର ସଙ୍ଗଓ୍ବାନାଙ୍କୁ କୋର୍ଟରେ ହାଜର କରାଯାଇଥିବାବେଳେ, ସେମାନଙ୍କୁ ଅଧିକ ଜେରା ପାଇଁ ୧୦ ଦିନ ପୋଲିସ ରିମାଣ୍ଡରେ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ହତ୍ୟା ମାମଲାରେ ମୋଟ ୪ଜଣଙ୍କୁ ଗିରଫ କରିସାରିଛି ଗୋଆ ପୋଲିସ ।

ଆଜି ରିମାଣ୍ଡରେ ଯାଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ସୋନାଲି ଫୋଗଟଙ୍କ ବ୍ୟକ୍ତିଗତ ସହାୟକ (PA) ସୁଧୀର ସାଙ୍ଗୱାନ୍ ଏବଂ ତାଙ୍କ ସହଯୋଗୀ ସୁଖବିନ୍ଦର ସିଂ ରହିଛନ୍ତି । ଉଭୟଙ୍କୁ ଗତ ଶୁକ୍ରବାର ଗୋଆ ପୋଲିସ ଗିରଫ କରିଥିଲା । ଅଗଷ୍ଟ ୨୨ରେ ସୋନାଲିଙ୍କ ସହ ଗୋଆ ଦୁହେଁ ଯାତ୍ରା କରିଥିବା ଜଣାପଡିବା ପରେ, ପୋଲିସ ସେମାନଙ୍କୁ ଅଟକ ରଖି ଜେରା କରିଥିଲା । ସେମାନେ କିଛି ନିଶା ମିଶ୍ରିତ ପାନୀୟ ସୋନାଲିଙ୍କୁ ପିଆଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ଆସିଲା ସୋନାଲି ଫୋଗଟଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ଶୀରରରେ ଆଘାତର ଚିହ୍ନଥିବା ସମ୍ପର୍କୀୟଙ୍କ ଅଭିଯୋଗ

ପ୍ରଥମେ ରହସ୍ୟଜନକ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିଲା । ପରେ ବ୍ୟବଚ୍ଛେଦ ରିପୋର୍ଟ (PM Report of Sonali Phogat) ଆସିବା ପରେ ସୋନାଲି ଶରୀରରେ ଏକାଧିକ ଆଘାତର ଚିହ୍ନ ମଧ୍ୟ ଜଣା ପଡିଥିଲା । ପ୍ରଥମେ ଏହି ମାମଲାରେ ଦୁଇ ଅଭିଯୁକ୍ତ ଓ ପରେ ଦୁଇ ଜଣଙ୍କୁ ମିଶାଇ ମୋଟ ୪ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ । ଆଜି ଦୁଇ ଜଣଙ୍କୁ ୧୦ ରିମାଣ୍ଡରେ ଅଣାଯିବା ପରେ ଅଧିକ ଜେରାରୁ କିଛି ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିବ ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.