ETV Bharat / bharat

ଶିକ୍ଷିତ ପୁଅର ଅଶିକ୍ଷିତ କାଣ୍ଡ: କୋରୋନା ଆକ୍ରାନ୍ତ ବାପାଙ୍କୁ ଫୋପାଡିଲା ରାସ୍ତାରେ, ଦେଖନ୍ତୁ ଭିଡିଓ - ବିହାରର ଅର୍ଜୁନ ଓଝା

ପୁଅଟିଏ ଜନ୍ମ ହେବା ପାଇଁ ବାପା ମାଆ କଣ ନ କରନ୍ତି । ବାର ପ୍ରକାର ବ୍ରତ ସାଙ୍ଗକୁ ତେର ପ୍ରକାର ପୂଜା । କେମିତି ପୁଅଟିଏ ବୁଢା ବେଳକୁ ତାଙ୍କୁ ସହାୟ ହେବ । ଦୁଃଖ-ସୁଖରେ ଭାଗୀଦାରୀ ହେବ । ହାତ ଥରିଲା ବେଳକୁ ପାଟିରେ ଗୁଣ୍ଡାଏ ଖୁଆଇଦେବ । ଝୁଣ୍ଟି ପଡିଲା ବେଳକୁ ବାପା କିମ୍ବା ବୋଉ ବୋଲି ଆହା ପଦେ କହିଦେଉଥିବ, ସେଥିପାଇଁ ତ ସମସ୍ତେ ପ୍ରଥମେ ପୁଅର ଆଶା କରିଥାଆନ୍ତି । କିନ୍ତୁ ଏହି ପୁଅ ଯଦି ବଇରୀ ସାଜେ, ରୋଗାଗ୍ରସ୍ଥ ଅବସ୍ଥାରେ ରାସ୍ତା ଉପରେ ଛାଡି ଦେଇ ଛୁ ମାରେ, ତାହେଲେ ସେ ପୁଅକୁ ଅଯୋଗ୍ୟ, ଅପଦାର୍ଥ କୁହାଯିବ । ଏମିତି ପୁଅ କାହାକୁ ବା ନ ମିଳୁ, ଯିଏ ଦୁଃଖ ସମୟରେ ବାପାକୁ ଏକୁଟିଆ ମରଣମୁହଁରେ ଛାଡି ଦେଇଯାଇଛି । ଶେଷରେ ବାପା ଜଣଙ୍କର ମୃତ୍ୟୁ ହୋଇଯାଇଛି । ବିହାରରେ ଦେଖିବାକୁ ମିଳିଥିଲା ଏପରି ଏକ ଦୃଶ୍ୟ....

ଶିକ୍ଷିତ ପୁଅର ଅଶିକ୍ଷିତ କାଣ୍ଡ: କୋରୋନା ଆକ୍ରାନ୍ତ ବାପାଙ୍କୁ ରାସ୍ତାରେ ଫୋପାଡିଲା, ଦେଖନ୍ତୁ ଭିଡିଓ

author img

By

Published : Apr 28, 2021, 5:35 PM IST

Updated : Apr 29, 2021, 2:54 PM IST

ପାଟନା: ସମଗ୍ର ରାଜ୍ୟକୁ ଲଜ୍ଜିତ କରିଦେବା ଭଳି ଘଟଣା ଏବେ ସାମନାକୁ ଆସିଛି । ଯାହା ସମଗ୍ର ବିହାର ଜିଲ୍ଲା ସହ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଦୁଃଖଦାୟକ ଭିଡିଓ ଦେଖିଲେ ଆଖିରୁ ଲୁହ ବୋହିବା ସହ ହୃଦୟ ଥରି ଯାଉଛି । କାରଣ ଏହି ଭିଡିଓରେ ଏକ ଏମିତି ବାପାର ଛବି ଅଛି, ଯିଏ ପୁଅକୁ ବଡ ମଣିଷ କରିବା ପାଇଁ କଣ କଣ ନ କରିଛି, ପୁଅକୁ ଶିକ୍ଷିତ କରାଇଛି । ସରକାରୀ ସ୍କୁଲରେ ଶିକ୍ଷକତା ପାଇଁ ନିଜ ପେଟରେ ଓଦା କନା ପକାଇ ପୁଅକୁ ଯୋଗ୍ୟ କରାଇଛି । ସେହି ପୁଅ ଆଜି ବାପାର କଷ୍ଟକୁ ନ ବୁଝି କୋରୋନା ରୋଗାକ୍ରାନ୍ତ ବାପାକୁ ରାସ୍ତାରେ ଏକୁଟିଆ ଛାଡି କେଉଁଆଡେ ପଳାଇଛି । ଯେଉଁ ବାପା ପୁଅର ଟିକିଏ ଥଣ୍ଡାରେ ବ୍ୟସ୍ତ ହୋଇ ପଡେ, ସେହି ପୁଅ ଆଜି ବାପାକୁ ଏତେ ବଡ ମହାମାରୀରୁ ରକ୍ଷା ନ କରି ପର କରି ଦେଇଛି । ଚାଲନ୍ତୁ ଜାଣିବା, କିଏ ସେହି ଅଯୋଗ୍ୟ ପୁଅ, ଆଉ କିଏ ସେହି ହତଭାଗା ବାପା ।

ଶିକ୍ଷିତ ପୁଅର ଅଶିକ୍ଷିତ କାଣ୍ଡ: କୋରୋନା ଆକ୍ରାନ୍ତ ବାପାଙ୍କୁ ରାସ୍ତାରେ ଫୋପାଡିଲା, ଦେଖନ୍ତୁ ଭିଡିଓ

ଘଟଣାଟି ଦମଚୁକ ଅଞ୍ଚଳରେ ବାସ କରୁଥିବା ଅର୍ଜୁନ ଓଝାଙ୍କର । ସେ ଗତ 2 ଦିନ ତଳେ କୋରୋନା ସଂକ୍ରମିତ ହୋଇଥିଲେ । ସ୍ଥାନୀୟ ଅଞ୍ଚଳବାସୀ ଅର୍ଜୁନଙ୍କୁ ମେଡିକାଲ ନେବା ପାଇଁ ତାଙ୍କ ପୁଅଙ୍କ ଉପରେ ଚାପ ପକାଇଥିଲେ । ଶିକ୍ଷକ ଥିବା ତାଙ୍କ ପୁଅ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଜିଲ୍ଲା ହସପିଟାଲକୁ ପଠାଇ ଦେଇଥିଲେ । ଆମ୍ବୁଲାନ୍ସରେ ଅର୍ଜୁନଙ୍କ ବ୍ୟତୀତ ତାଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ପୁଅ-ବୋହୂ ସାଥିରେ ଆସିବା ନେଇ କଥା ମଧ୍ୟ ଦେଇଥିଲେ । କିନ୍ତୁ ବାପା-ବୋଉଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ପଠାଇ ଦେଇ ପୁଅ-ବୋହୂ ଛୁ ମାରିଲେ ।

ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଅର୍ଜୁନ ଏବଂ ତାଙ୍କ ପତ୍ନୀଙ୍କୁ ରାସ୍ତା ମଝିରେ ଛାଡି ଦେଇ ଫେରାର ହୋଇଗଲା । ପତ୍ନୀ ଜଣଙ୍କ ଚିତ୍କାର କରୁଥିଲେ ମଧ୍ୟ ଡ୍ରାଇଭର ଜଣଙ୍କ ତାଙ୍କ କଥା ଶୁଣି ନ ଥିଲେ । ନିଛାଟିଆ ରାସ୍ତାରେ ପଡି ରହିଥିଲେ କୋରୋନା ଆକ୍ରାନ୍ତ ଅର୍ଜୁନ । ସହାୟତା ପାଇଁ କେହି ଆଗକୁ ଆସି ନଥିଲେ । ଏହାରି ମଧ୍ୟରେ କେହି ଜଣେ ଏହାକୁ ଭିଡିଓ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲେ । ଏହି ଭିଡିଓକୁ ମୁଜାଫରପୁର ଡିଏମ ଦେଖି ସ୍ଥାନୀୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତୁରନ୍ତ ଅର୍ଜୁନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ରେଫର୍ କରାଯାଇଥିଲା । ମେଡିକାଲ ଯିବା ବାଟରେ ହିଁ ଅର୍ଜୁନଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପତ୍ନୀ ଚିତ୍କାର କରି କାନ୍ଦୁଥିଲେ ମଧ୍ୟ କେହି ଶୁଣିବାକୁ ନଥିଲେ। 2ଟି ପୁଅ ଥାଇ ମଧ୍ୟ ମାଆ ଆଖିରୁ ଲୁହ ପୋଛିବାକୁ କେହି ଆସି ନଥିଲେ । ମୃତ ସ୍ବାମୀଙ୍କୁ ଧରି ମେଡିକାଲରେ କାନ୍ଦି କାନ୍ଦି ଗଡିଥିଲେ ସ୍ତ୍ରୀ । ପୁଅ ନା ନେଇ କେତେ ଥର ଡାକିଥିଲେ ମଧ୍ୟ 2 ପୁଅ ମଧ୍ୟରୁ କେହି ଜଣେ ହେଲେ ଆସି ନଥିଲେ। ତେଣୁ ଏମିତି ପୁଅ ଜନ୍ମ ହେବା ଅପେକ୍ଷା ନିଃସନ୍ତାନ ରହିବା ଭଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 29, 2021, 2:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.