ETV Bharat / bharat

ଖୋଲିଲାନି ସ୍କର୍ପିଓ ଏୟାର ବ୍ୟାଗ: ଦୁର୍ଘଟଣାରେ ଡାକ୍ତରଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ଆନନ୍ଦ ମହିନ୍ଦ୍ରାଙ୍କ ନାମରେ ମାମଲା

ଉତ୍ତର ପ୍ରଦେଶ କାନପୁରରେ ସ୍କର୍ପିଓ କାରରେ ଏୟାର ବ୍ୟାଗ ନଖୋଲିବାରୁ ଦୁର୍ଘଟଣାରେ ପୁଅର ମୃତ୍ୟୁ । ମହିନ୍ଦ୍ରା ମୋଟର୍ସ ମୁଖ୍ୟ ଆନନ୍ଦ ମହିନ୍ଦ୍ରାଙ୍କ ନାମରେ ଏତଲା ଦେଲେ ବାପା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 25, 2023, 10:31 PM IST

ଖୋଲିଲାନି ସ୍କର୍ପିଓର ଏୟାର ବ୍ୟାଗ: ଯୁବକଙ୍କ ମୃତ୍ୟୁ ପରେ ଆନନ୍ଦ ମହିନ୍ଦ୍ରାଙ୍କ ନାମରେ ମାମଲା

ଲକ୍ଷ୍ନୌ: ସିଟବେଲ୍ଟ ପିନ୍ଧିଥିବା ବେଳେ ଦୁର୍ଘଟଣା ଘଟିଥିଲେ ସୁଦ୍ଧା ଖୋଲିନଥିଲା ଏୟାର ବ୍ୟାଗ । 2021ରେ ମହିନ୍ଦ୍ରା ମୋଟର୍ସର ଟପ ମଡେଲ ଏସୟୁଭି ସ୍କର୍ପିଓ ଚଳାଉଥିବା ବେଳେ ଏପରି ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ ଉତ୍ତର ପ୍ରଦେଶ କାନପୁର ଅଞ୍ଚଳର ଜଣେ ଯୁବକ । ତେବେ କାରରେ ଦୁର୍ଘଟଣା ନିରୋଧୀ ଫିଚର ଭାବେ ଏହି ଏୟାର ବ୍ୟାଗ ବ୍ୟବସ୍ଥା ଥିଲେ ସୁଦ୍ଧା ତାହା ବୈଷୟିକ ତ୍ରୁଟିରୁ କାର୍ଯ୍ୟକ୍ଷମ ହୋଇନପାରି ଡାକ୍ତର ପୁଅର ମୃତ୍ୟୁ ହୋଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ । ମହିନ୍ଦ୍ରା ଅଟୋମୋବାଇଲ୍ସ ମୁଖ୍ୟ ଆନନ୍ଦ ମହିନ୍ଦ୍ରଙ୍କ ସମେତ ନିର୍ମାଣକାରୀ ସଂସ୍ଥାର 13 ଜଣ ଅଧିକାରୀଙ୍କ ନାମରେ କୋର୍ଟରେ ମାମଲା ମଧ୍ୟ କରିଥିଲେ । ଏବେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆବେଦନକାରୀ ଆନନ୍ଦ ମହିନ୍ଦ୍ର ଓ ଅନ୍ୟମାନଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ।

2021 ଜାନୁଆରୀ 14 ତାରିଖରେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ କାନପୁର ଜୁହୀ ନିବାସୀ ରାଜେଶ ମିଶ୍ରାଙ୍କ ପୁଅ ଡା. ଅପୂର୍ବଙ୍କ ମୃତ୍ୟୁ ହୋଇଥିଲା । 2020 ରେ ରାଜେଶ ମିଶ୍ରା ପୁଅ ପାଇଁ 17 ଲକ୍ଷ ମୂଲ୍ୟରେ ଏହି ସ୍କର୍ପିଓ କାର କିଣିଥିଲେ । ଅପୂର୍ବ ତାଙ୍କ 3 ସାଙ୍ଗଙ୍କ ସହ ଲକ୍ଷ୍ନୌରୁ କାନପୁର ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍କର୍ପିଓଟି ଡିଭାଇଡରରେ ଧକ୍କା ଖାଇ ଓଲଟି ପଡିଥିଲା । ଏଥିରେ ଡ୍ରାଇଭର ଅପୂର୍ବଙ୍କ ସମେତ ସମସ୍ତ 3 ଜଣ ସିଟ ବେଲ୍ଟ ଲଗାଇଥିଲେ । ତଥାପି ଦୁର୍ଘଟଣା ସମୟରେ ସିଟର ଏୟାରବ୍ୟାଗ ଖୋଲିନଥିଲା । ଫଳରେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଥିଲା ବେଳେ ଘଟଣାସ୍ଥଳରେ ଅପୂର୍ବଙ୍କ ମୃ୍ତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- MP Elections: ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ 3 କେନ୍ଦ୍ରମନ୍ତ୍ରୀ, ଲଢିବେ ନରେନ୍ଦ୍ର ସିଂ ତୋମାର

ଏହା ପରେ ମୃତକଙ୍କ ପିତା ରାଜେଶ ମିଶ୍ରା କାର ନିର୍ମାତା ମହିନ୍ଦ୍ରା ମୋଟର୍ସ ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଓ କମ୍ପାନୀର 13 ଅଧିକାରୀଙ୍କ ବିରୋଧରେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଏବେ କୋର୍ଟଙ୍କ ଆଦେଶରେ ରାୟପୁରବା ଥାନାରେ ଆନନ୍ଦ ମହିନ୍ଦ୍ରାଙ୍କ ସମେତ ସମସ୍ତଙ୍କ ବିରୋଧରେ ଏତଲା ଦାଏର ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ଥାନୀୟ ଥାନା ପ୍ରଭାରୀ ଅମନ ସିଂ ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣା ସମ୍ପର୍କରେ ପ୍ରାଥମିକ ରିପୋର୍ଟ ଆସିବା ପରେ ମହିନ୍ଦ୍ରା ମୋଟର୍ସର ବୈଷୟିକ ତ୍ରୁଟି ଯଦି ସାମ୍ନାକୁ ଆସେ, ତେବେ ଆନନ୍ଦ ମହିନ୍ଦ୍ରା ତଦନ୍ତର ସାମ୍ନା କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.