ETV Bharat / bharat

ମଧ୍ୟପ୍ରଦେଶରେ ମାଆ ମୃତଦେହକୁ ବାଇକ୍‌ରେ ବୋହିଲା ପୁଅ, ମିଳିଲାନି ମହାପ୍ରୟାଣ ଗାଡ଼ି

author img

By

Published : Aug 2, 2022, 11:10 AM IST

ଘରୋଇ ଆମ୍ବୁଲାନ୍ସ ଭଡ଼ା ଦେବାକୁ ପାଖରେ ନଥିଲା ଟଙ୍କା । ଶେଷରେ ମାଆର ମୃତଦେହକୁ ବାଇକ୍‌ରେ ବୋହିନେଲା ପୁଅ । ଅଧିକ ପଢ଼ନ୍ତୁ

ମହାପ୍ରୟାଣ ଗାଡ଼ି ପାଇଁ ନଥିଲା ଟଙ୍କା, ମାଆ ମୃତଦେହକୁ ବାଇକ୍‌ରେ ବୋହିଲା ପୁଅ

ଭୋପାଳ: ଘରୋଇ ଆମ୍ବୁଲାନ୍ସ ଭଡ଼ା ଦେବାକୁ ପାଖରେ ନଥିଲା ଟଙ୍କା । ଶେଷରେ ମାଆର ମୃତଦେହକୁ ବାଇକ୍‌ରେ ବୋହିନେଲା ପୁଅ । ମଧ୍ୟ ପ୍ରଦେଶର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଶହଡୋଲ୍‌ ଅଞ୍ଚଳରେ ଏଭଳି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ।

ଅନୁପପୁର ଜିଲ୍ଲା ଗୋଡ଼ାରୁ ଗାଁର ଜୟମନ୍ତ୍ରୀ ଯାଦବ ନାମକ ମହିଳାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଶହଡୋଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଶହଡୋଲ୍‌ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ମୃତକଙ୍କ ପୁଅ ମହାପ୍ରୟାଣ ଗାଡ଼ି ମାଗିଥିଲେ । କିନ୍ତୁ ସରକାରୀ ଗାଡ଼ି ମିଳି ପାରିଲା ନାହିଁ । ସେପଟେ ଘରୋଇ ମହାପ୍ରୟାଣ ଗାଡ଼ି ପାଇଁ ୫ ହଜାର ଟଙ୍କା ଆବଶ୍ୟକ ହେଉଥିଲା ।

କିନ୍ତୁ ପାଖରେ ଟଙ୍କା ନଥିବାରୁ ୧୦୦ ଟଙ୍କା ଏକ ପଟା କିଣି ସେହି ପଟାରେ ମାଆର ମୃତଦେହ ବାନ୍ଧି ନେଇଥିଲା ପୁଅ । ଶହଡୋଲ୍‌ ଜିଲ୍ଲାରୁ ଗୋଡ଼ାରୁ ଗାଁକୁ ୮୦ କିମି ଦୂର ମାଆର ମୃତଦେହକୁ ବାଇକ ପଟାରେ ବାନ୍ଧି ଆଣିବାକୁ ବାଧ୍ୟ ହୋଇଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ମଧ୍ୟପ୍ରଦେଶରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ପଦାରେ ପଡ଼ିଛି । ହସ୍ପିଟାଲ୍‌ରେ ମହାପ୍ରୟାଣ ଗାଡ଼ି ବା ଆମ୍ବୁଲାନ୍ସ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.