ETV Bharat / bharat

ନିଶା ଆଗରେ ଫିକା ପଡିଲା ସମ୍ପର୍କ, ବାପାକୁ ପିଟି ପିଟି ଜୀବନ ନେଲା ପୁଅ

ସାମାନ୍ୟ ବଚସାରୁ ପୁଅ ଭୁଲିଲା ରକ୍ତ ସମ୍ପର୍କ । ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ପୁଅ । ଉତ୍ତରପ୍ରଦେଶରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ

ସାମାନ୍ୟ ବଚସାକୁ ନେଇ ବାପାକୁ ହତ୍ୟା କଲା ପୁଅ , ଅଭିଯୁକ୍ତ ପୁଅ ଗିରଫ

author img

By

Published : Aug 6, 2023, 10:08 AM IST

ଲକ୍ଷ୍ନୌ: ସାମାନ୍ୟ ବଚସାରୁ ପୁଅ ଭୁଲିଲା ବାପା ପୁଅର ସମ୍ପର୍କ । ବାପାକୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ପୁଅ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ । ମୃତକ ହେଲେ 65 ବର୍ଷୀୟ ହଂସରାଜ ସିଂହ । ହତ୍ୟାକାରୀ ବଡପୁଅକୁ ଗିରଫ କରିଛି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ, ମୃତ ହଂସରାଜ ସିଂହ ସ୍ତ୍ରୀ, ଦୁଇ ପୁଅ ବୋହୁ ସହ ରହୁଥିଲେ । ବଡପୁଅ ଧିରେନ୍ଦ୍ର ସିଂହ ପ୍ରାୟ ସମୟରେ ନିଶାସକ୍ତ ଅବସ୍ଥାରେ ରହୁଥିଲେ । ଏହାକୁ ନେଇ ଗତ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବଡପୁଅ ଘରକୁ ଫେରି ନଥିଲା । ପରେ ଘରକୁ ଫେରିବା ପରେ ବାପା ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଡପୁଅ ପାଖରେ ଥିବା ଏକ କାଠ ଫାଳିଆରେ ବାପାଙ୍କୁ ଆକ୍ରମଣ କରି ଚାଲିଥିଲା । ଏଥିରେ ବୃଦ୍ଧ ଜଣକ ଗୁରୁତର ହୋଇପଡିଥିଲେ । ହଂସରାଜଙ୍କ ଚିତ୍କାର ଶୁଣି ପରିବାର ଲୋକେ ସେଠାରେ ପହଞ୍ଚି ସଙ୍ଗେସଙ୍ଗେ ତାଙ୍କୁ ନିକଟସ୍ଥ ରାନି ନେହେରୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବାପାକୁ ହତ୍ୟା ପରେ ହତ୍ୟାକାରୀ ପୁଅ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ପରେ ପୋଲିସ ଖୋଜାଖୋଜି ପରେ ଅଭିଯୁକ୍ତକୁ ଗିରଫ କରିଛି । ଏହାସହ ପୋଲିସ ହତ୍ୟାରେ ବ୍ୟବହୃତ କାଠ ଫାଳିଆ ମଧ୍ୟ ଜବତ କରିଛି । ଧିରେନ୍ଦ୍ର ହେଉଛି ମୃତକଙ୍କ ବଡପୁଅ ସେ ସବୁବେଳେ ଡ୍ରଗସ୍ ସହ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେବନ କରେ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା କଲେଶାଶୁଘର ଲୋକେ

ଏହା ମଧ୍ୟ ପଢନ୍ତୁ ରାଜଧାନୀରେ ଚାଞ୍ଚଲ୍ୟ ! ମହିଳାଙ୍କୁ ଗୁଳି କରିବା ପରେ ଜୀବନ ହାରିଲା ହତ୍ୟାକାରୀ

ନିଶାସକ୍ତ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି କିଭଳି ନିଜ ବାପାକୁ ହତ୍ୟା କରି ନିଜର ସୁନାର ସଂସାରକୁ ଚୁନା କରିଦିଏ ଏହା ତାହାର ଜ୍ବଳନ୍ତ ଉଦାହାରଣ ଅଟେ । ନିଶା ମନୁଷ୍ୟର ସାମାଜିକ, ଆର୍ଥିକ, ସ୍ବାସ୍ଥ୍ୟଗତ ଏବଂ ପାରିବାରିକ ମେରୁଦଣ୍ଡକୁ ଭାଙ୍ଗି ଦିଏ । ସରକାର ନିଶାମୁକ୍ତି ପାଇଁ ବିଭିନ୍ନ ପ୍ରକାର ସଚେତନ ମୂଳକ କାର୍ଯ୍ୟ କରୁଥିଲେ ହେଁ ନିଶା କବଳରୁ ମୁକ୍ତି ପାଉନାହାନ୍ତି ଯୁବପିଢି ।

ଏହା ମଧ୍ୟ ପଢନ୍ତୁ.... ଘରୋଇ କଳିରୁ ଜଘନ୍ୟକାଣ୍ଡ, ସ୍ତ୍ରୀକୁ କଟୁରୀରେ ହାଣି ସ୍ବାମୀ ଚମ୍ପଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.