ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର କିଛି ଅଧିକାରୀ କୋରୋନାରେ ହୋଇଛନ୍ତି ଆକ୍ରାନ୍ତ । ଖବର ସାମ୍ନାକୁ ଆସିବା ପରେ ବଢିଛି ଉତ୍ତରପ୍ରଦେଶ ସରକାରଙ୍କ ଚିନ୍ତା । ସତର୍କତାମୂଳକ ପଦକ୍ଷେପ ପାଇଁ ନିଜକୁ ଆଇସୋଲେଟ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସିଏମ ଯୋଗୀ ଟ୍ବିଟ କରି କହିଛନ୍ତି, ମୋ କାର୍ଯ୍ୟାଳୟର କିଛି ଅଧିକାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ଅଧିକାରୀମାନେ ମୋ ସମ୍ପର୍କରେ ଆସିଛନ୍ତି । ତେବେ ନିଜକୁ ଆଇସୋଲେଟ କରି ସମସ୍ତ କାର୍ଯ୍ୟ ଭର୍ଚୁଆଲ କରିବେ ବୋଲି କହିଛନ୍ତି ଯୋଗୀ ।