ETV Bharat / bharat

ଉଗାଣ୍ଡା ଯାତ୍ରୀଙ୍କ ଠାରୁ ୫କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ଧରିଲା ସନ୍ଧାନୀ କୁକୁର - ଚେନ୍ନାଇ ବିମାନବନ୍ଦରରେ ମାରାତ୍ମକ ଡ୍ରଗ୍ସ ଜବତ

ଗତକାଲି(ମଙ୍ଗଳବାର) ଚେନ୍ନାଇ ବିମାନବନ୍ଦରରେ ମାରାତ୍ମକ ଡ୍ରଗ୍ସ ଜବତ ହୋଇଛି । ସନ୍ଧାନୀ କୁକୁର ସହାୟତାରେ ୫କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ଧରିବାରେ ସଫଳ ହୋଇଛନ୍ତି କଷ୍ଟମ ଅଧିକାରୀ । ଅଧିକ ପଢନ୍ତୁ

ଡ୍ରଗ୍ସ ଧରିଲା ସନ୍ଧାନୀ କୁକୁର
ଡ୍ରଗ୍ସ ଧରିଲା ସନ୍ଧାନୀ କୁକୁର
author img

By

Published : Dec 21, 2022, 3:52 PM IST

ଚେନ୍ନାଇ: ଚେନ୍ନାଇ ବିମାନ ବନ୍ଦରରୁ ଜବତ ହେଲା 5କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ । ଜଣେ ମହିଳା ଯାତ୍ରୀ ନିଜ ବ୍ୟାଗରେ ଡ୍ରଗ୍‌ସ୍‌ ଲୁଚାଇ ଆଣୁଥିବା ବେଳେ ଏୟାରପୋର୍ଟରେ ଧରିଲା ସନ୍ଧାନୀ କୁକୁର । ଗତକାଲି(ମଙ୍ଗଳବାର) ଚେନ୍ନାଇ ବିମାନବନ୍ଦରର କଷ୍ଟମ ଅଧିକାରୀମାନେ ଏକ କୁକୁର ସହାଯ୍ୟରେ ବହୁ ମୂଲ୍ୟର ଡ୍ରଗ୍ସ ଧରିବାରେ ସଫଳ ହୋଇଛନ୍ତି । ଉକ୍ତ କୁକୁରର ନାମ ଓରିଓ ବୋଲି ଜଣାପଡିଛି । ତେବେ ଜବତ ଡ୍ରଗ୍ସର ମୂଲ୍ୟ ୫.୩୫ କୋଟି ଟଙ୍କା ହେବ ବୋଲି ଚେନ୍ନାଇ କଷ୍ଟମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • On 18.12.22, Customs intercepted a female Ugandan pax who arrived from Addis Ababa. Sniffer Dog Orio detected drugs in her Checked-in baggage which resulted in recovery of 1542gm Methaqualone & 644gm Heroin valued at 5.35crore. Pax arrested, further investigation under progress pic.twitter.com/4lJBOU3kos

    — Chennai Customs (@ChennaiCustoms) December 20, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ରାହୁଲଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି: କୋଭିଡ ନିୟମ ମାନନ୍ତୁ, ନଚେତ୍‌ ଭାରତ ଯୋଡ ଯାତ୍ରା ବନ୍ଦ କରନ୍ତୁ

କଷ୍ଟମ ବିଭାଗର ଜଣେ ଅଧିକାରୀଙ୍କ ମୁତାବକ,"ମଙ୍ଗଳବାର ଉଗାଣ୍ଡାର ଜଣେ ମହିଳା ଆଡିସ ଆବାବା ଏୟାରପୋର୍ଟରୁ ଚେନ୍ନାଇ ଏୟାରପୋର୍ଟ ଆସି ପହଞ୍ଚିଥିଲେ । ଏହି ସମୟରେ ସେ ବିନା ଯାଞ୍ଚରେ ଏୟାରପୋର୍ଟରୁ ବାହାରିଯିବାକୁ ତରବର ହେଉଥିଲେ । ଏହାଦେଖି କଷ୍ଟମ ବିଭାଗୀୟ ଅଧିକାରୀ ଉକ୍ତ ମହିଳାଙ୍କ ଉପରେ ସନ୍ଦେହ କରିଥିଲେ । ଏହାପରେ ସନ୍ଧାନି କୁକୁର ସାହାଯ୍ୟରେ ମହିଳା ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରିଥିଲେ କଷ୍ଟମ ଅଧିକାରୀ ।"

ତେବେ ଯାଞ୍ଚ ସମୟରେ ମହିଳାଙ୍କ ବ୍ୟାଗରୁ ୧୫୪୨ ଗ୍ରାମର ମେଥାକ୍ବାଲନ ଏବଂ ୬୪୪ ଗ୍ରାମର ହେରୋଇନ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୫.୩୫ କୋଟି ହେବ ବୋଲି ଆକଳନ କରାଯାଇଛି । ଏହି ଘଟଣାରେ ମହିଳାଙ୍କୁ ଗିରଫ କରାଯିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.