ETV Bharat / bharat

ଆପ୍‌ର ସଠିକ ବ୍ୟବହାର, ମିଳିଲା ୪ ବର୍ଷ ପୂର୍ବେ ହଜିଥିବା ବୁଲେଟ୍‌ ବାଇକ - ଆପ୍ଲିକେଶନ ଜରିଆରେ ମିଳିଲା ଚୋରି ବାଇକ୍‌

ମୋବାଇଲ ଯୁଗରେ ଆପ୍ଲିକେଶନର ବ୍ୟବହାର ସବୁଠାରୁ ଅଧିକ ଗୁରୁତ୍ବ ବହନ କରୁଥିବା ଦେଖା ଦେଇଛି । ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଏହି ଆପ୍ଲିକେଶନ ଜରିଆରେ ହିଁ ୪ ବର୍ଷ ପୂର୍ବେ ହଜି ଯାଇଥିବା ଏକ ବୁଲେଟ ବାଇକ ଖୋଜିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢ଼ନ୍ତୁ

ଆପ୍‌ର ସଠିକ ବ୍ୟବହାର, ମିଳିଲା ୪ ବର୍ଷ ପୂର୍ବେ ହଜିଥିବା ବୁଲେଟ୍‌ ବାଇକ୍‌

author img

By

Published : Jul 18, 2022, 10:59 PM IST

ଅମରାବତୀ: ମୋବାଇଲ ଯୁଗରେ ଆପ୍ଲିକେଶନର ବ୍ୟବହାର ସବୁଠାରୁ ଅଧିକ ଗୁରୁତ୍ବ ବହନ କରୁଥିବା ଦେଖା ଦେଇଛି । ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଏହି ଆପ୍ଲିକେଶନ ଜରିଆରେ ହିଁ ୪ ବର୍ଷ ପୂର୍ବେ ହଜି ଯାଇଥିବା ଏକ ବୁଲେଟ ବାଇକ ଖୋଜିବାରେ ସଫଳ ହୋଇଛି ପୋଲିସ । ବାଇକ ମିଳିବା ପରେ ତୁରନ୍ତ ଏହାର ମାଲିକଙ୍କୁ ଖବର ଦେଇଛି ପୋଲିସ ।

ଶନିବାର ରାତିରେ କାକିନାଡ଼ାର ଟୁନି ଅଞ୍ଚଳରେ ପୋଲିସ ବିଭିନ୍ନ ଗାଡ଼ିର ଯାଞ୍ଚ ଚଳାଇଥିଲା । ଏହି ସମୟରେ ଏକ ବୁଲେଟକୁ ଅଟକାଇ ଗାଡ଼଼ିର କାଗଜ ମାଗିଥିଲା ପୋଲିସ । ହେଲେ ଗାଡ଼ିଚାଳକ ଗାଡ଼ି କାଗଜ ଦେଇନଥିଲେ । ଏହାପରେ ପୋଲିସ ଗାଡ଼ିର ତଥ୍ୟ ଦେଇ ଏମ୍‌-ପରିବହନ ଆପ୍‌ ମାଧ୍ୟମରେ ସବିଶେଷ ବିବରଣୀ ଜାଣିବାକୁ ଚେଷ୍ଟା କରିଥିଲେ ।

ଏହାପରେ ଗାଡ଼ିଟି ଚୋରାଗାଡ଼ି ହୋଇଥିବା ଜଣା ପଡ଼ିଥିଲା । ୨୦୧୯ ମସିହାରେ ଏହି ଗାଡ଼ି ଚୋରି ହୋଇଥିବା ପରିବହନ ଆପ୍‌ରୁ ଜଣା ପଡ଼ିଥିଲା । ଏହାପରେ ପୋଲିସ ଗାଡ଼ିକୁ ଜବତ କରିବା ସହ ଗାଡ଼ିଚାଳକକୁ ଗିରଫ କରିଛି । ଏହାପରେ ଗାଡ଼ିର ଅସଲ ମାଲିକକୁ ଖବର ଦେଇଛି । ଏହାକୁ ନେଇ ଲୋକେ ପୋଲିସକୁ ସାବାସୀ ଦେବାରେ ଲାଗିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.