ETV Bharat / bharat

କେନ୍ଦ୍ର ସରକାରଙ୍କ ପ୍ରତିଶୃତି ନେଇ ଆଜି ବସୁଛି ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ

କୃଷକଙ୍କୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ନେଇ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) ପକ୍ଷରୁ ପ୍ରଥମ ବୈଠକ ବସିବ। ଏମଏସପି(MSP) ଉପରେ ସ୍ଥାପନ ହୋଇଥିବା ପ୍ୟାନେଲର ଅଗ୍ରଗତି ଏବଂ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶୃତି ନେଇ ଏହି ବୈଠକରେ ସମୀକ୍ଷା କରାଯିବ । ଅଧିକ ପଢ଼ନ୍ତୁ

author img

By

Published : Mar 14, 2022, 12:34 PM IST

skm to  hold meeting on centres assurances to farmers today
ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ପ୍ରତିଶୃତି ନେଇ ଆଜି କୃଷକ ସଂଗଠନର ବୈଠକ

ନୂଆଦିଲ୍ଲୀ: କୃଷକଙ୍କୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ନେଇ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) ପକ୍ଷରୁ ପ୍ରଥମ ବୈଠକ ବସିବ । ଏମଏସପି(MSP) ଉପରେ ସ୍ଥାପନ ହୋଇଥିବା ପ୍ୟାନେଲର ଅଗ୍ରଗତି ଏବଂ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶୃତି ନେଇ ଏହି ବୈଠକରେ ସମୀକ୍ଷା କରାଯିବ । ଦିନ ଦୟାଲ ଉପାଧ୍ୟାୟ ମାର୍ଗ ନିକଟ ଗାନ୍ଧୀ ଶାନ୍ତି ଫାଉଣ୍ଡେସନରେ ଆଜି ରୁଦ୍ଧଦ୍ବାର ବୈଠକର ଆୟୋଜନ କରାଯାଇଛି ।

କେନ୍ଦ୍ରର ତିନି କୃଷି ଆଇନ ବିରୁଦ୍ଧରେ SKM ଏକ ବର୍ଷ ଧରି ଆନ୍ଦୋଳନ କରିଥିଲା । ଗତ ବର୍ଷ ଡିସେମ୍ବର 9ରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଥିଲେ । ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର ସହ ଧାନ ବିକ୍ରି ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ଉପରେ ଆଇନଗତ ଗ୍ୟାରେଣ୍ଟି ଏବଂ କ୍ଷତିପୂରଣ ସମେତ ଅନ୍ୟ 6ଟି ଦାବି ଉପରେ ବିଚାର କରିବାକୁ ସରକାର ରାଜି ହେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା ।

ସଂଯୁକ୍ତ କିଷାନ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଅନୁଯାୟୀ, ସମସ୍ତ କୃଷକ ସଂଗଠନର ନେତାମାନେ ଏହି ବୈଠକରେ ଅଂଶ ଗ୍ରହଣ କରିବେ । ଏମଏସପି ପ୍ରସଙ୍ଗରେ ସରକାର ଦେଇଥିବା ପ୍ରତିଶୃତି ଓ ଲଖିମପୁର ଖେରୀ ମାମଲାକୁ ନେଇ ସମୀକ୍ଷା କରିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ ବୋଲି ଗତ ରବିବାର SKM ଜଣେ ନେତା କହିଛନ୍ତି । କୃଷକ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପାଇଁ ଏକ ସ୍ମାରକ ନିର୍ମାଣ ଯୋଜନା ପାଇଁ ମଧ୍ୟ ବୈଠକରେ ଆଲୋଚନା କରାଯିବ । MSP ମାଧ୍ୟମରେ ଧାନ ବିକ୍ରି ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ତଥା ଅନ୍ୟାନ୍ୟ ଦାବି ପୂରଣ ଉପରେ ଆଇନଗତ ଗ୍ୟାରେଣ୍ଟି ନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସଂଗଠନ ଏହି ବୈଠକରେ ନିଷ୍ପତ୍ତି ନେବ। ତେବେ SKM ପକ୍ଷରୁ କୁହାଯାଇଛି ଯେ, ଜାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.