ETV Bharat / bharat

Australian senate polls: ବିଦେଶରେ ନିର୍ବାଚନ ଲଢୁଛନ୍ତି ୬ ପଞ୍ଜାବୀ ପ୍ରାର୍ଥୀ

ଚାକିରୀ କିମ୍ବା ବ୍ୟବସାୟ ପାଇଁ ପଞ୍ଜାବରୁ ଅନେକ ଯୁବକ ଅଷ୍ଟ୍ରେଲିଆ ଗସ୍ତ କରନ୍ତି । ସେଠାରେ ଅନେକ ସଫଳତା ମଧ୍ୟ ଲାଭ କରନ୍ତି । ତେବେ ଅଷ୍ଟ୍ରେଲିଆ ସିନେଟ ନିର୍ବାଚନରେ ୬ ଜଣ ପଞ୍ଜାବୀ ପ୍ରାର୍ଥୀ ଅଂଶଗ୍ରହଣ କରି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି । ଅଧିକ ପଢନ୍ତୁ

Australian senate polls: ବିଦେଶରେ ନିର୍ବାଚନ ଲଢୁଛନ୍ତି ୬ ପଞ୍ଜାବୀ ପ୍ରାର୍ଥୀ
Australian senate polls: ବିଦେଶରେ ନିର୍ବାଚନ ଲଢୁଛନ୍ତି ୬ ପଞ୍ଜାବୀ ପ୍ରାର୍ଥୀ
author img

By

Published : May 21, 2022, 7:46 PM IST

ଚଣ୍ଡିଗଡ଼: ଉନ୍ନତ ଜୀବନଶୈଳୀ ଜିଇଁବା ପାଇଁ ଦେଶବାସୀ ଏବେ ବିଦେଶ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଅନେକ ପଞ୍ଜାବୀ ଯୁବଗୋଷ୍ଠୀ(Punjabi youth) ବିଦେଶ ଯାଇ ସଫଳତା ମଧ୍ୟ ସାଉଁଟିଛନ୍ତି । ଏହାରି ମଧ୍ୟରେ ବିଦେଶରେ ନିଜ ଭାଗ୍ୟ ସହ ଲଢୁଛନ୍ତି ୬ ପଞ୍ଜାବୀ । ଅଷ୍ଟ୍ରେଲିଆର ସଂଘୀୟ ଓ ସିନେଟ ନିର୍ବାଚନ(Australia's federal and senate elections)ରେ ୬ ଜଣ ପଞ୍ଜାବୀ ପ୍ରାର୍ଥୀ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ଜଣାପଡ଼ିଛି ।

Australian senate polls: ବିଦେଶରେ ନିର୍ବାଚନ ଲଢୁଛନ୍ତି ୬ ପଞ୍ଜାବୀ ପ୍ରାର୍ଥୀ
Australian senate polls: ବିଦେଶରେ ନିର୍ବାଚନ ଲଢୁଛନ୍ତି ୬ ପଞ୍ଜାବୀ ପ୍ରାର୍ଥୀ

ଆସନ୍ତା ମେ ୨୧ ତାରିଖରେ ଅଷ୍ଟ୍ରେଲିଆରେ ଭୋଟିଂ ଶେଷ ହେବ । ଅଷ୍ଟ୍ରେଲିଆରେ ବହୁମତ ସରକାର ଗଠନ କରିବା ପାଇଁ ଗୋଟିଏ ଦଳକୁ ପ୍ରାୟ ୧୫୧ଟି ସିଟ୍‌ ମଧ୍ୟରୁ ୭୬ ସିଟ ହାତେଇବାର ଆବଶ୍ୟକତା ରହିଛି । ଅଷ୍ଟ୍ରେଲିଆରେ ୬ ପଞ୍ଜାବୀଙ୍କ ସମେତ ୧୭ ଜଣ ଭାରତୀୟ ମୂଳ ପ୍ରାର୍ଥୀ ଏହି ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ୬ଟି ପଞ୍ଜାବୀ ପ୍ରାର୍ଥୀଙ୍କ ମଧ୍ୟରୁ ଗ୍ରୀନ୍ ପାର୍ଟିର ଟିକେଟରେ କୁଇନ୍ସଲ୍ୟାଣ୍ଡର ନବଦୀପ ସିଂ ସିଦ୍ଧୁ, ୱାନ୍ ନେସନ୍ ପାର୍ଟିର ମାକିନରୁ ରାଜନ ବୈଦ, ଲିବରାଲ୍ ପାର୍ଟିର ଚିଫଲରୁ ଜୁଗନଦୀପ ସିଂ ନିର୍ବାଚନ ଲଢୁଛନ୍ତି ।

ସେହପରି ଗ୍ରୀନୱେରୁ ଲଭପ୍ରୀତ ସିଂ ନନ୍ଦା, ଟ୍ରିମନ ଗିଲ (ଅଷ୍ଟ୍ରେଲୀୟ ଲେବର ପାର୍ଟି) ଅନ୍ତର୍ଭୁକ୍ତ । ଦକ୍ଷିଣ ଅଷ୍ଟ୍ରେଲୀୟ ସିନେଟର ହରମିତ କୌର (ଗ୍ରୁପ ଏମ) ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ବିଦେଶରେ ପଞ୍ଜାବୀ ଯୁବଗୋଷ୍ଠୀ ନିର୍ବାଚନ ଲଢୁଥିବାବେଳେ ଏହାକୁ ନେଇ ରାଜ୍ୟ ସମତେ ଦେଶବାସୀ ଗର୍ବିତ ଅନୁଭବ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.