ETV Bharat / bharat

ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଳିଗଲା ଟ୍ରକ, 6 ଜୀବନ୍ତ ଦଗ୍ଧ

author img

By

Published : May 21, 2022, 3:06 PM IST

Updated : May 21, 2022, 6:06 PM IST

ଗୁଜୁରାଟର ଅରାବଲୀ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 3 ଟ୍ରକ ଓ କାର ମଧ୍ଯରେ ଧକ୍କା ପରେ ଜଳିଗଲା କେମିକାଲ ବୋଝେଇ ଟ୍ରକ । ଗଟଣାସ୍ଥଳରେ 6 ମୃତ । ଅଧିକ ପଢନ୍ତୁ

ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 6 ମୃତ
ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 6 ମୃତ

ଗାନ୍ଧୀନଗର: ଗୁଜୁରାଟର ଅବରଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଛି । ଏକ କାର ଓ 3ଟି ଟ୍ରକ ମଧ୍ୟରେ ଏକକାଳୀନ ଧକ୍କା ହେବା ଫଳରେ ଏକ କେମିକାଲ ବୋଝେଇ ଟ୍ରକରେ ନିଆଁ ଲାଗି ଯାଇଥିଲା । ଏଥିରେ 6 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କିଛି ଆହତ ମଧ୍ୟ ହୋଇଥିବା ସନ୍ଦେହ କରାଯାଉଛି । ଆଜି (ଶନିବାର) ପୂର୍ବାହ୍ନ ପ୍ରାୟ 9ଟାବେଳେ ଏହି ଦୁର୍ଘଟଣା ଘଟିଛି ।

ଅରାବଲୀ ଜିଲ୍ଲା ମୁଖ୍ୟାଳୟ ଠାରୁ 10 କିମି ଦୂର ଆଲମପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରକ ମଧ୍ୟରୁ ଗୋଟିଏରେ କିଛି ରାସାୟନିକ ସାମଗ୍ରୀ ଥିବା ଯୋଗୁଁ ଦୁର୍ଘଟଣା ପରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 21, 2022, 6:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.