ETV Bharat / bharat

ବେଙ୍ଗାଲୁରୁର ୬ଟି ସ୍କୁଲରେ ବୋମା ବିସ୍ଫୋରଣ ଧମକ - ବେଙ୍ଗାଲୁରୁରେ ବିଦ୍ୟାଳୟକୁ ବୋମା ଧମକ

ବେଙ୍ଗାଲୁରୁର ୬ଟି ସ୍କୁଲରେ ବୋମା ବିସ୍ଫୋରଣ ପାଇଁ ଧମକ । ଏ ଯାଏଁ ସ୍କୁଲ ଗୁଡିକରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ସୂଚନା । ଅଧିକ ପଢନ୍ତୁ

ବେଙ୍ଗାଲୁରୁର ୬ଟି ସ୍କୁଲରେ ବୋମା ବିସ୍ଫୋରଣ ଧମକ

author img

By

Published : Apr 9, 2022, 7:45 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ୬ଟି ସ୍କୁଲରେ ବୋମା ବିସ୍ଫୋରଣ ପାଇଁ ଧମକ ମିଳିଛି(Six Bengaluru schools get bomb threat) । ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ଇମେଲ ଯୋଗେ ଏହି ଧମକ ଦିଆଯାଇଥିଲା । ଇମେଲରେ କୁହାଯାଇଥିଲା ଯେ, ଗୋଟିଏ ଶକ୍ତିଶାଳୀ ବୋମା ତୁମମାନଙ୍କ ସ୍କୁଲ କ୍ୟାମ୍ପସରେ ଖଞ୍ଜାଯାଇଛି । ଏହାକୁ ଥଟ୍ଟା ଭାବେ ନିଅନାହିଁ ଏବଂ ଜମା ବିଳମ୍ବ କରନାହିଁ । ତୁରନ୍ତ ପୋଲିସକୁ ଫୋନ କର । ତୁମ ସହ ଶହ ଶହ ଜୀବନ ବିପଦରେ ପଡିପାରେ । ବର୍ତ୍ତମାନ ସବୁକିଛି ତୁମମାନଙ୍କ ହାତରେ ଅଛି ବୋଲି କେହି ଇମେଲ କରିଥିଲା ।

ଏହି ସୂଚନା ପାଇବା ପରେ ପୋଲିସ ଓ ବୋମା ନିଷ୍କ୍ରିୟ ଟିମ୍ ତୁରନ୍ତ ସ୍କୁଲଗୁଡିକୁ ଯାଇ ଯାଞ୍ଚ କରିଥିଲେ । ଯେଉଁ ସ୍କୁଲଗୁଡିକରେ ପରୀକ୍ଷା ଚାଲୁଥିଲା ସେଠାରେ ପରୀକ୍ଷା ବନ୍ଦ କରାଯାଇ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ହେଲେ ଏଯାଏଁ ସ୍କୁଲଗୁଡିକରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ । ତେଣୁ ଏହା ଏକ ଗୁଜବ ହୋଇଥିବା ପୋଲିସ କହିଛି ଏବଂ କିଏ ଏଭଳି ଧମକପୂର୍ଣ୍ଣ ଇମେଲ ପଠାଇଥିଲା ତାହାର ଯାଞ୍ଚ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.