ETV Bharat / bharat

ପଡୋଶୀ ଘର ଝିଅକୁ ପ୍ରେମ କଲା ପୁଅ; ବାପା ମା’ଙ୍କୁ ରଡରେ ପିିଟି ପିଟି ହତ୍ୟା - ପୋଲିସ ଆରକ୍ଷୀ ଅଧିକାରୀ ଚକ୍ରେଶ ମିଶ୍ର

ଜଣେ ଯୁବକର ପଡୋଶୀ ଘର ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବତୀଙ୍କ ପରିବାର ଲୋକେ ପ୍ରତିଶୋଧ ପରାୟଣ ହୋଇ ଅତି ନିର୍ମମ ଭାବେ ଯୁତକଙ୍କ ପିତାମାତାଙ୍କୁ ହତ୍ୟା କରିଛନ୍ତି । ଏହି ହତ୍ୟା କାଣ୍ଡରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।ଏହା ମଧ୍ୟ ପଢନ୍ତୁ.....

ପୁଅର ପ୍ରେମ ସାଜିଲା କାଳ ; ପୁ୍ଅର ବାପା, ମାଆଙ୍କୁ ହତ୍ୟା

author img

By

Published : Aug 19, 2023, 6:43 PM IST

ଲକ୍ଷ୍ନୋ: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ଦିନ ହରିଗାଁ ଥାନା ଅନ୍ତର୍ଗତ ସୀତାପୁର ଗାଁରେ ଦମ୍ପତିଙ୍କୁ ହତ୍ୟା କରାଯାଇଛି । ଜଣେ ଯୁବକର ପଡୋଶୀ ଘର ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ପ୍ରେମିଯୁଗଳ ୩ଥର ଘର ଛାଡି ପଳାଇ ଯାଇଥିଲେ । ଯାହା ଫଳରେ ଯୁବତୀଙ୍କ ପରିବାର ଲୋକେ ପ୍ରତିଶୋଧ ପରାୟଣ ହୋଇ ଅତି ନିର୍ମମ ଭାବେ ଯୁତକଙ୍କ ପିତାମାତାଙ୍କୁ ହତ୍ୟା କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଜଣେ ପୋଲିସ ଅଧିକାରୀ ସୂ୍ଚନା ଦେଇଛନ୍ତି ସୀତାପୁର ଗାଁର ସୌକଟ ନାମକ ଜଣେ ଯୁବକ ପଡୋଶୀ ଘରର ଜଣେ ନାବାଳିକା ସହ ପ୍ରେମ ସମ୍ପର୍କରେ ଥିଲା । 2020 ମସିହାରେ ଏହି ପ୍ରେମି ଯୁଗଳ ଘର ଛାଡି ପଳାଇ ଯାଇଥିଲେ । ଯାହାଫଳରେ ନାବାଳିକାର ପରିବାର ଅଇନ୍‌ର ଆଶ୍ରୟ ନେଇଥିଲେ । ପୋଲିସ ନାବାଳିକାକୁ ଉଦ୍ଧାର କରି ସୁଦ୍ଧାର ଗୃହରେ ରଖିଥିଲା । ଏହି ପ୍ରେମିଯୋଡିଙ୍କୁ ନେଇ ଉଭୟ ପରିବାର ମଧ୍ୟରେ ସବୁବେଳେ ତିକ୍ତତା ଲାଗିରହୁଥିଲା । ୨୦୨୩ ମସିହାରେ ନାବାଳିକା ଜଣଙ୍କୁ ୧୮ ବର୍ଷ ପୂରଣ ହୋଇଥିଲା । ସୌକଟ ସେହି ଯୁବତୀଙ୍କୁ ସୁଦ୍ଧାର ଗୃହରୁ ନେଇ ପୁଣି ଚାଲି ଯାଇଥିଲା । ଯାହାଫଳରେ ଯୁବତୀଙ୍କ ପରିବାର ଲୋକେ ପୁଣି ଅଇନ୍‌ର ଆଶ୍ରୟ ନେଇଥିଲେ । କିନ୍ତୁ ଯୁବତୀଙ୍କୁ ୧୮ ବର୍ଷ ପୁରଣ ହେବା ସହ ତାର ମନ୍ତବ୍ୟ ଯୁବକଙ୍କ ସପକ୍ଷରେ ରହିଥିଲା । କିନ୍ତୁ ପୁରୁଣା ଏକ ମାମଲାରେ ସୌକଟଙ୍କୁ ପୋଲିସ ଗିରଫ କରିଥିଲା ।ଏଭଳି ୩ ଥର ଯୁବକ ଜଣକ ଯୁବତୀଙ୍କୁ ସାଙ୍ଗରେ ନେଇ ପଳାଇ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ...Love, dhokha & Knotty affair: ବିବାହର କିଛି ଦିନ ପରେ ଅନ୍ୟ ଜଣଙ୍କୁ ବିବାହ କଲା ସ୍ବାମୀ, ଥାନାରେ ମାମଲା

ଏଥିରେ ଯୁବତୀଙ୍କ ବାପା ରାମପାଲ ପରିବାର ଲୋକଙ୍କ ସହ ମିଶି ଯୁବକଙ୍କ ପରିବାର ଉପରେ ଅକ୍ରମଣ କରିଥିଲେ । ଯାହାଫଳରେ ଯୁବକଙ୍କ ବାପା ଆବାସ ଆଲ୍ଲୀ ଏବଂ ମାଆକମ୍‌ରୁଲ ନିଷାଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ଜବତ କରିଛି ପୋଲିସ । ପୋଲିସ ଆରକ୍ଷୀ ଅଧିକାରୀ ଚକ୍ରେଶ ମିଶ୍ର ଘଟଣା ସ୍ଥଳ ପରିହର୍ଶନ କରିଛନ୍ତି । ପୋଲିସ ଆରକ୍ଷୀ ଅଧିକାରୀ ଚକ୍ରେଶ ମିଶ୍ର କହିଛନ୍ତି ଏହି ହତ୍ୟା କାଣ୍ଡର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ପାଖରୁ ହତ୍ୟା ବ୍ୟବହୃତ ସାମଗ୍ରି ଜବତ କରାଯାଇଛି । ହତ୍ୟା କାଣ୍ଡ ଦେଖିଥିବା ଲୋକଙ୍କୁ ପଚାରା ଉଚାର କରି ଅଧିକ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.