ETV Bharat / bharat

‘କୋଭିଡ ଟିକା ଯୋଗାଣକୁ ନେଇ ଧୈର୍ଯ୍ୟ ଧରନ୍ତୁ ବିଦେଶୀ’ - ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ

ପୁନେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଅନ୍ୟଦେଶକୁ ଧୈର୍ଯ୍ୟ ଧରିବାକୁ କହିଛନ୍ତି । କୋଭିଶିଲ୍ଡ ଯୋଗାଣକୁ ଅପେକ୍ଷା କରିଥିବା ଦେଶ ଗୁଡ଼ିକୁ ଧୈର୍ଯ୍ୟବାନ ହେବାକୁ ସେ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ସିଇଓ ଆଦର ପୁନାୱାଲା
ସିଇଓ ଆଦର ପୁନାୱାଲା
author img

By

Published : Feb 21, 2021, 3:59 PM IST

ନୂଆଦିଲ୍ଲୀ: ପୁନେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଅନ୍ୟଦେଶକୁ ଧୈର୍ଯ୍ୟ ଧରିବାକୁ କହିଛନ୍ତି । କୋଭିଶିଲ୍ଡ ଯୋଗାଣକୁ ଅପେକ୍ଷା କରିଥିବା ଦେଶ ଗୁଡ଼ିକୁ ଧୈର୍ଯ୍ୟବାନ ହେବାକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଭାରତ ଏବଂ ବିଶ୍ବର ଆବଶ୍ୟକତା ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ସେରମ୍ ଚେଷ୍ଟା କରୁଛି।

ସେ ଏହା ମଧ୍ୟ କହିଛନ୍ତି,‘ଯେହେତୁ ଆପଣ କୋଭିଶିଲ୍ଡ ଯୋଗାଣକୁ ଅପେକ୍ଷା କରିଛନ୍ତି ତେଣୁ ମୁଁ ବିନମ୍ରର ସହିତ ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରୁଛି । ଭାରତର ବୃହତ ଆବଶ୍ୟକତାକୁ ପ୍ରାଧାନ୍ୟ ଦେବା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି। ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ ’ ।

ଭାରତର ଟିକା ଆବଶ୍ୟକତାକୁ ପ୍ରାଥମିକତା ଦେବା ଏବଂ ଭାରତରୁ କୋଭିଡ ଟିକା ଡୋଜ କ୍ରୟ କରୁଥିବା ବିଶ୍ବର ଯୋଗାଣ ସହିତ ଏହାକୁ ସନ୍ତୁଳିତ କରିବାକୁ ସେରମକୁ କୁହାଯାଇଛି । ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ପାଇଁ ଭାରତ ବୁଧବାର କୋଭିଡ-19 ଟିକା ପାଇଁ 2 ଲକ୍ଷ ଡୋଜର ଉପହାର ଘୋଷଣା କରିଛି।

ଏହାପୂର୍ବରୁ ସେ କହିଥିଲେ ଯେ ସେରମ୍ ପ୍ରତି ମାସରେ 70 ରୁ 80 ନିୟୁତ ଡୋଜ ପ୍ରସ୍ତୁତ କରିଥାଏ । ଅନେକ ଦେଶ ଟିକା ପାଇଁ ଭାରତକୁ ଚିଠି ଲେଖିଛନ୍ତି, ଆମେ ସମସ୍ତଙ୍କ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରୁଛୁ ବୋଲି ପୁନାୱାଲା କହିଛନ୍ତି । ଆମ ଜନସଂଖ୍ୟାର ମଧ୍ୟ ଯତ୍ନ ନେବାକୁ ପଡ଼ିବ। ଆମେ ଆଫ୍ରିକା, ଦକ୍ଷିଣ ଆମେରିକାକୁ ଟିକା ଯୋଗାଇବାକୁ ଚେଷ୍ଟା କରୁଛୁ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MoHFW) ଅନୁଯାୟୀ, ସ୍ବାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଦିଆଯାଉଥିବା କୋଭିଡ-19 ଟିକାର ମାତ୍ରା ଦେଶରେ ଏପର୍ଯ୍ୟନ୍ତ 1.08 କୋଟି ଅତିକ୍ରମ କରିଛି। ଜାନୁଆରୀ 16, 2021 ରେ ଦେଶବ୍ୟାପୀ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ ଫେବୃଆରୀ 2 ରେ ଆରମ୍ଭ ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.