ETV Bharat / bharat

Mount Kilimanjaro: କୁନି ଝିଅ ସାଇନାଙ୍କ ମହତ ଲକ୍ଷ୍ୟ, ଦୁନିଆର ୪ର୍ଥ ଉଚ୍ଚ ଶିଖରରେ ଉଡାଇବେ ତ୍ରିରଙ୍ଗା

ସିଏନା ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶିଖର ଉପରେ ବିଜୟ ହାସଲ କରିବାକୁ ଯାଉଛନ୍ତି । ଦୁନିଆର ୪ର୍ଥ ଉଚ୍ଚ ପର୍ବତ ଶିଖରରେ ସେ ଆସନ୍ତା ୨୬ ତାରିଖରେ ତ୍ରିରଙ୍ଗା ଉଡାଇ ଦେଶ ପାଇଁ ଗୌରବ ଆଣିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 20, 2023, 8:05 AM IST

କୁନି ଝିଅ ସାଇନାଙ୍କ ମହତ ଲକ୍ଷ୍ୟ, ଦୁନିଆର ୪ର୍ଥ ଉଚ୍ଚ ଶିଖରରେ ଉଡାଇବେ ତ୍ରିରଙ୍ଗା

ଚଣ୍ଡିଗଡ଼: ହରିୟାଣାର କରନାଲ ୬ ବର୍ଷର କୁନି ଝିଅ ସାଇନା ଚୋପ୍ରାକୁ ନେଇ ଚର୍ଚ୍ଚା । ସିଏନା ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶିଖର ଉପରେ ବିଜୟ ହାସଲ କରିଛନ୍ତି । ଆସନ୍ତା ଜାନୁଆରୀ ୨୬ ତଥା ସାଧାରଣତନ୍ତ୍ର ଦିବସରେ ସିଏନା କିଲିମଞ୍ଜାରୋ ପର୍ବତର ଶୀର୍ଷରେ ଦେଶର ଜାତୀୟ ପତାକା ତ୍ରିରଙ୍ଗା ଉଡାଇବେ । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଚାରିଥର ଏବଂ ଏସିଆ ବୁକ୍ ଅଫ୍ ରେକର୍ଡରେ ୩ ଥର ନିଜ ନାମ ପକ୍କା କରିଥିବା କରନାଲର ଏହି କୁନି ଝିଅ ନିଜ ନାମରେ ଆଉ ଏକ କୀର୍ତ୍ତମାନ ଯୋଡ଼ି ବଡ଼ ବିଜୟ ହାସଲ କରିବାକୁ ଯାଉଛନ୍ତି ।

କରନାଲର ଇନ୍ଦ୍ରିର ଗୋରଗଢ ଗାଁର କୁନ ଝିଅ ସାଇନା ଚୋପ୍ରା ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶିଖର କିଲମଞ୍ଜାରୋ ପର୍ବତ ଉପରେ ଚଢି ଏକ ନୂତନ ରେକର୍ଡ ସ୍ଥାପନ କରିବାକୁ ଯାଉଛନ୍ତି । ଆସନ୍ତା ଜାନୁଆରୀ ୨୬ ତାରିଖରେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶିଖର, ଯାହାର ଉଚ୍ଚତା ୧୯ ହଜାର ୩୪୧ ଫୁଟ ରହିଛି ଏହା ଉପରେ ଭାରତର ଗୌରବମୟ ତ୍ରିରଙ୍ଗାକୁ ଉଡ଼ାଇ ଦେଶକୁ ଗର୍ବିତ କରିବା ସାଇନା ଚୋପ୍ରାଙ୍କ ଲକ୍ଷ୍ୟ ରହିଛି ।

ଏହା ବି ପଢନ୍ତୁ- Rozgar Mela 2023: ଶୁକ୍ରବାର ପ୍ରଧାନମନ୍ତ୍ରୀ ବାଣ୍ଟିବେ ନିଯୁକ୍ତି ପତ୍ର, ଭୁବନେଶ୍ବରରେ ଧର୍ମେନ୍ଦ୍ର

ମିଶନ୍ କିଲିମଞ୍ଜାରୋରେ ସାଇନା ଚୋପ୍ରା ମହିଳା ସଶକ୍ତିକରଣର ଏକ ଅନନ୍ୟ ଉଦାହରଣ ସ୍ଥାପନ କରିବେ । ସାଇନାଙ୍କ ପିତା ପ୍ରଦୀପ ଚୋପ୍ରା କହିଛନ୍ତି ଯେ ପୂର୍ବରୁ ସାଇନା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ୪ ଥର ଏବଂ ଏସିଆ ବୁକ୍ ଅଫ୍ ରେକର୍ଡ୍ସରେ ୩ ଥର ନାମକୁ ପକ୍କା କରିଛନ୍ତି । ସାଇନା ବର୍ତ୍ତମାନ ପଞ୍ଜାବର ଲୁଧିଆନା ଜିଲ୍ଲାର ଏକ ଘରୋଇ ବିଦ୍ୟାଳୟରେ ପଢୁଛନ୍ତି । ଏହି ଅଭିଯାନର ପ୍ରଯୋଜକ ଗୌରବ କହିଛନ୍ତି ଯେ ଏହା ଆମ ପାଇଁ ଗର୍ବର ବିଷୟ । କିଲିମଞ୍ଜାରୋ ପର୍ବତକୁ ଜୟ କରି କୁନି ଝିଅ ସାଇନା ରାଜ୍ୟକୁ ଗର୍ବିତ କରିବାକୁ ଯାଉଛନ୍ତି ।

କୁନି ଝିଅ ସାଇନାର ଆତ୍ମବିଶ୍ବାସକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । କୁନି ଝିଅର ଏହି ଦୁଃସାହସିକ ନିଷ୍ପତ୍ତିକୁ ନେଇ ସମଗ୍ର ଦେଶ ଗର୍ବିତ । ଖେଳକୁଦ ବୟସରେ କୁନି ଝିଅ ସାଇନା ଉଚ୍ଚ ପର୍ବତକୁ ଯାଇ ଅନ୍ୟ ଦେଶରେ ତ୍ରିରଙ୍ଗା ଉଡ଼ାଇବା ନିହାତି ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ସୂଚନା ଥାଉ କି କିଲିମାଞ୍ଜାରୋର ଉଚ୍ଚତା ୧୯ ହଜାରରୁ ଅଧିକ ଏବଂ ଏହାର ଲମ୍ବ ୫,୮୯୫ମିଟର । ଦୁନିଆର ସର୍ବୋଚ୍ଚ ପର୍ବତ ଶିଖର ମଧ୍ୟରେ ଏହି ଶିଖର ଚତୁର୍ଥ ସର୍ବୋଚ୍ଚ ଶିଖର । ସମୁଦ୍ର ପତ୍ତନ ଠାରୁ ହାରାହାରି ୫୮୯୫ ମିଟର ଉଚ୍ଚତା ସହିତ କିଲିମାଞ୍ଜାରୋ ହେଉଛି ବିଶ୍ବର ସବୁଠାରୁ ଉଚ୍ଚ ମୁକ୍ତ ପର୍ବତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.