ETV Bharat / bharat

Sidhu Moose Wala shot dead: ବିଭିନ୍ନ ମହଲରୁ ଶୋକ ପ୍ରକାଶ, ମୁଖ୍ୟମନ୍ତ୍ରୀ ମାନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

author img

By

Published : May 29, 2022, 10:08 PM IST

ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ପରେ ପଞ୍ଜାବରେ ରାଜନୀତି ଜୋର । କଂଗ୍ରେସ ନେତାଙ୍କ ମଧ୍ୟରେ ଭୟର ବାତାବରଣ । ବିଭିନ୍ନ ମହଲରୁ ଶୋକ ପ୍ରକାଶ, ମୁଖ୍ୟମନ୍ତ୍ରୀ ମାନଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ତଦନ୍ତରେ କେନ୍ଦ୍ର ହସ୍ତକ୍ଷେପ ଦାବି କଲା ବିଜେପି । ଅଧିକ ପଢନ୍ତୁ

Sidhu Moose Wala shot dead: ବିଭିନ୍ନ ମହଲରୁ ଶୋକ ପ୍ରକାଶ, ମୁଖ୍ୟମନ୍ତ୍ରୀ ମାନଙ୍କ ଇସ୍ତଫା ଦାବି କଲା କଂଗ୍ରେସ
Sidhu Moose Wala shot dead: ବିଭିନ୍ନ ମହଲରୁ ଶୋକ ପ୍ରକାଶ, ମୁଖ୍ୟମନ୍ତ୍ରୀ ମାନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଚଣ୍ଡିଗଡ: ପଞ୍ଜାବରେ କଂଗ୍ରେସ ନେତା ତଥା ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କୁ ସ୍ପଷ୍ଟ ଦିବାଲୋକରେ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା କରାଯିବା ପରେ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟ ରାଜନୀତିରେ ମଧ୍ୟ ଆରୋପ ପ୍ରତ୍ୟାରୋପ ଓ ବୟାନବାଜି ଆରମ୍ଭ ହୋଇଯାଇଛି । ନିକଟରେ ବିଧାନସଭା ନିର୍ବାଚନରେ କ୍ଷମତା ପରିବର୍ତ୍ତନ ପରେ ରାଜରାସ୍ତାରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିବା କଂଗ୍ରେସ ନେତାଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇଛି ।

ବିଭିନ୍ନ ମହଲରେ ଏପରି ଘଟଣା ନେଇ ଶୋକ ପ୍ରକାଶ କରାଯିବା ସହ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ ପାଇଛି । ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଦାୟୀ କରିବା ସହ ଇସ୍ତଫା ଦାବି କରିଛି ବିରୋଧୀ କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖାଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଥିବା ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜଓ୍ବା ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ପଦରୁ ମାନ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି । ଘଟଣାରେ ମୁଖ୍ୟମନ୍ତ୍ରୀ ମାନ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାରେ ଯେ କେହି ବି ସମ୍ପୃକ୍ତ ସେମାନେ ରକ୍ଷା ପାଇବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

  • Punjab DGP must be arrested. The central govt must intervene immediately. Issue related to security comes under the Official Secrets Act & it shouldn't have been disclosed: Former Punjab Deputy CM & Congress leader Sukhjinder Singh Randhawa on Sidhu Moose Wala murder pic.twitter.com/vB1a3SwaXo

    — ANI (@ANI) May 29, 2022 " class="align-text-top noRightClick twitterSection" data=" ">

ସେହିପରି AAP ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ କହିଛନ୍ତି । ସେ ଘଟଣାର ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହୋଇଛନ୍ତି । ସମସ୍ତେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ମଧ୍ୟ କେଜ୍ରିଓ୍ବାଲ ଟ୍ବିଟ କରି ନିବେଦନ କରିଛନ୍ତି ।

  • Punjab | Two cars intercepted Sidhu Moose Wala's car which followed heavy firing in which Sidhu Moose Wala received multiple bullet injuries. Persons present with him also got bullet injuries and they have been referred to Patiala for further treatment:Gaurav Toora, SSP, Mansa pic.twitter.com/s0DPLs0q93

ପୂର୍ବତନ ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଖଜିନ୍ଦର ସିଂ ରାନ୍ଧଓ୍ବା ଘଟଣା ନେଇ ସିଧାସଳଖ ଆଇନ ଶୃଙ୍ଖଳା ସ୍ଥିତିକୁ ଦାୟୀ କରିଛନ୍ତି । ଏପରି ହତ୍ୟାକାଣ୍ଡ ପଞ୍ଜାବ ପୋଲିସର ଅପାରଗତା ବୋଲି ଦର୍ଶାଇ ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ସେହିପରି ବିଜେପି ମଧ୍ୟ AAPର ରାଜନୀତିକୁ ହତ୍ୟାକାଣ୍ଡ ପାଇଁ ଦାୟୀ କରିଛି । ମାନ ଓ କେଜ୍ରିଓ୍ବାଲଙ୍କ ରାଜନୀତି ଏହି ହତ୍ୟାକାଣ୍ଡର କାରଣ ବୋଲି ବିଜେପି କହିଛି । ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି ଦାବି କରିଛି ।

  • "I am Shocked and Deeply saddened by the gruesome murder of Siddhu Moosewala. Nobody involved will be spared. My thoughts and prayers are with his family and his fans across the world. I appeal everyone to stay calm," tweets Punjab CM Bhagwant Mann

    (File Pic) pic.twitter.com/ULuOpi0dDl

  • "The murder of Sidhu Moose Wala is unfortunate, I just spoke to Punjab CM Bhagwant Mann. Perpetrators will be given strict punishment. I urge everyone to maintain calm and peace", tweets Delhi CM & AAP national convenor Arvind Kejriwal pic.twitter.com/4WYH5RqwqI

ଆଜି (ରବିବାର) ଅପରାହ୍ନରେ ପଞ୍ଜାବର ମାନସା ନିକଟରେ ଅଜଣା ଦୁର୍ବୃତ୍ତ ସିଦ୍ଧୁଙ୍କୁ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ସିଦ୍ଧୁଙ୍କ ସହ ଥିବା ଅନ୍ୟ 2 ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି । ସିଦ୍ଧୁଙ୍କୁ ପୂର୍ବରୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ଭଗଓ୍ବନ୍ତ ମାନ ସରକାର ପ୍ରତ୍ୟାହାର କରି ନେବାର ଗୋଟିଏ ଦିନ ପରେ ଗୁଳି ମାଡରେ ପ୍ରାଣ ହରାଇଛନ୍ତି ସିଦ୍ଧୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.