ETV Bharat / bharat

Moose Wala Murder: 424 VVIPଙ୍କୁ ପୁଣି ସୁରକ୍ଷା ଦେବ ପଞ୍ଜାବ ସରକାର

author img

By

Published : Jun 2, 2022, 7:19 PM IST

ପଞ୍ଜାବରେ ପୁଣି ମିଳିବ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଠାରୁ ପ୍ରତ୍ୟାହୃତ ହୋଇଥିବା ସୁରକ୍ଷା ବ୍ୟବସ୍ଥା । ଆଜି ଶୁଣାଣିରେ ରିପୋର୍ଟ ମାଗିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ । 7 ତାରିଖ ପରେ ସୁରକ୍ଷା ପୁନଃ ବ୍ୟବସ୍ଥିତ କରିବା ନେଇ ପଞ୍ଜାବ ସରକାରଙ୍କ ସୂଚନା । ଅଧିକ ପଢନ୍ତୁ

Moose Wala Murder: 424 VVIP ଙ୍କୁ ପୁଣି ସୁରକ୍ଷା ଦେବ ପଞ୍ଜାବ ସରକାର

ଚଣ୍ଡିଗଡ: ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କ ନିର୍ମମ ହତ୍ୟା ପରେ ପଞ୍ଜାବ ସରକାରଙ୍କ ସୁରକ୍ଷା ହଟାଇବା ନିଷ୍ପତ୍ତିକୁ ନେଇ ଅଡୁଆ ବଢିବାରେ ଲାଗିଛି । ଆଜି କୋର୍ଟଙ୍କ ରାୟ ପରେ ପୁଣି ଥରେ ସରକାର ହଟାଇ ନେଇଥିବା 420 ବିଶିଷ୍ଟ ବ୍ୟକ୍ତିବିଶେଷ (VVIPs)ଙ୍କୁ ପୂର୍ବ ପରି ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସୁରକ୍ଷା ବ୍ୟବସ୍ଥା ଚଳିତ ମାସ 7 ତାରିଖରୁ ମିଳିବ ।

  • Chandigarh| Punjab govt presented their report on number of people whose security was taken & reason for which their security was curtailed in sealed envelope. They didn't have central govt's reports on this & have asked for more time: Adv Madhu Dayal, counsel to Ex Dy CM OP Soni pic.twitter.com/RDa8oBbY6a

    — ANI (@ANI) June 2, 2022 " class="align-text-top noRightClick twitterSection" data=" ">

ସୁରକ୍ଷା ହଟାଇବାର ଗୋଟିଏ ଦିନ ପରେ ସିଦ୍ଧୁ ମୁସେଓ୍ବାଲାଙ୍କୁ ହତ୍ୟା କରାଯାଇଥିଲା । ପଞ୍ଜାବ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ସମାଲୋଚନା କରିଥିଲେ । ପଞ୍ଜାବ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ସୋନି ଏନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଏକ ମାମଲା ମଧ୍ୟ ଦାଏର କରିଥିଲେ । ଏହି ମାମଲାର ଆଜି ଶୁଣାଣି ସମୟରେ କୋର୍ଟ ସୁରକ୍ଷା ହଟାଯାଇଥିବା ବ୍ୟକ୍ତିବିଶେଷଙ୍କ ସମ୍ପୂର୍ଣ୍ଣ ତାଲିକା ପ୍ରଦାନ କରିବା ପାଇଁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

  • Chandigarh | Punjab govt said security has been taken temporarily for the Amritsar ghalughara event & will be reinstated by June 7;added they'll mark responsibility for person who made list of people whose security was degraded public: Adv Madhu Dayal, counsel to Ex Dy CM OP Soni pic.twitter.com/L230hLjnE1

ସେହିପରି ଏହି ବ୍ୟକ୍ତିବିଶେଷଙ୍କ ଠାରୁ ସାମୟିକ ବା ଅସ୍ଥାୟୀ ଭାବେ ସୁରକ୍ଷା ପ୍ରତ୍ୟାହାର କରାଯାଇଥିବା କୋର୍ଟଙ୍କୁ ସ୍ପଷ୍ଟ କରିଛନ୍ତି ପଞ୍ଜାବ ସରକାର । କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଥିବାରୁ ଜୁନ 7 ତାରିଖ ପରେ ଏହି ସବୁ ବ୍ୟକ୍ତିବିଶେଷଙ୍କୁ ପୁନର୍ବାର ପୁର୍ବପରି ସୁରକ୍ଷା ଯୋଗାଇ ଦେବା ନେଇ ପଞ୍ଜାବ ସରକାର କୋର୍ଟଙ୍କୁ ଅବଗତ କରିଥିବା ସୂଚନା ଦେଇଛନ୍ତି ଆବେଦନକାରୀ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଓପି ସୋନିଙ୍କ ଓକିଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.