ETV Bharat / bharat

Sidhu Moosewala Murder Case: ନଭେମ୍ବରରେ କରିଥାଆନ୍ତେ ବିବାହ, ସରିଥିଲା ନିର୍ବନ୍ଧ

ନଭେମ୍ବରରେ ଶୁଭିଥାଆନ୍ତା ସାହାନାଇ । ପଡିଥାଆନ୍ତା ହାତଗଣ୍ଠି । ପଞ୍ଜାବୀ ଢୋଲରେ ଭାଙ୍ଗଡା ନାଚି ଥାଆନ୍ତେ ଲୋକପ୍ରିୟ ପଞ୍ଜାବ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ପରିବାର ଓ ସାଙ୍ଗ ସାଥୀ । ନିଜ ମହିଳା ବନ୍ଧୁଙ୍କୁ ବାହା ହେବା ପୂର୍ବରୁ ସମସ୍ତଙ୍କୁ ପର କରି ଚାଲିଗଲେ ସିଦ୍ଧୁ । ସ୍ତବ୍ଧ ଦେଶ ଓ ସ୍ତବ୍ଧ ପରିବାର ଲୋକ । ମା' କଇଁ କଇଁ ହୋଇ କାନ୍ଦୁଛି ଓ କହୁଛି ମୋ ପୁଅର ବାହାଘର ସ୍ବପ୍ନ ଅଧୁରା ରହିଗଲା । ଅଧିକ ପଢନ୍ତୁ

Sidhu Moosewala Murder Case: ନଭେମ୍ବରରେ କରିଥାଆନ୍ତେ ବିବାହ, ସରିଥିଲା ନିର୍ବନ୍ଧ
Sidhu Moosewala Murder Case: ନଭେମ୍ବରରେ କରିଥାଆନ୍ତେ ବିବାହ, ସରିଥିଲା ନିର୍ବନ୍ଧ
author img

By

Published : May 30, 2022, 7:11 PM IST

ହାଇଦ୍ରାବାଦ: ଲୋକପ୍ରିୟ ପଞ୍ଜାବ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ଗତକାଲି(ରବିବାର) ଅପରାହ୍ନରେ ପଞ୍ଜାବର ମାନସା ନିକଟରେ ଗୁଳି କରି ହତ୍ୟା କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଏକ ବଡ କଥା ହେଉଛି, ତାଙ୍କୁ ପୂର୍ବରୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ପଞ୍ଜାବର ମାନ ସରକାର ପ୍ରତ୍ୟାହାର କରି ନେବାର ଗୋଟିଏ ଦିନ ପରେ ଗୁଳି ମାଡରେ ପ୍ରାଣ ହରାଇଛନ୍ତି ସିଦ୍ଧୁ । କିନ୍ତୁ ଏବେ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ଅଂଶବିଶେଷ ପଦାକୁ ଆସିଛି । ଯାହା ଶୁଣିଲେ ଯେ କେହି ବି ହେଉ, ତାଙ୍କ ଆଖି ଜକେଇ ଆସିବ ।

ଏହା ବି ପଢନ୍ତୁ: Moosewala's Murder Case: CBI ଓ NIA ତଦନ୍ତ ଦାବି କଲେ ସିଦ୍ଧୁଙ୍କ ବାପା

ସିଦ୍ଧୁ ନଭେମ୍ବରରେ ନିଜ ମହିଳା ବନ୍ଧୁଙ୍କୁ ପ୍ରେମ ବିବାହ କରିଥାଆନ୍ତେ । ମାସ ମଧ୍ୟ ନିଷ୍ପତ୍ତି ହୋଇସାରିଥିଲା । ନିର୍ବନ୍ଧ ମଧ୍ୟ ସରିଥିଲା । କିନ୍ତୁ ବିଧିର ବିଧାନ ବଡ ବିଚିତ୍ର । ୬ ମାସ ପୂର୍ବରୁ ହିଁ ସିଦ୍ଧୁ ସମସ୍ତଙ୍କୁ ପର କରି ଚାଲିଯାଇଛନ୍ତି । ଏଥିପାଇଁ ସିଦ୍ଧୁଙ୍କ ଘରେ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଥିଲା । ସିଦ୍ଧୁ ନିଜ ପାଇଁ ଝିଅ ମଧ୍ୟ ପସନ୍ଦ କରି ରଖିଥିଲେ । ବିଶ୍ବ ସାରା ସିଦ୍ଧୁଙ୍କର ଲକ୍ଷାଧିକ ଫ୍ୟାନ୍ସ ଓ ପ୍ରଶଂସକ ଅଛନ୍ତି । ହତ୍ୟାକାଣ୍ଡ ଘଟଣା ପରେ ଯେମିତି ପୁରା ଦେଶ ସ୍ତବ୍ଧ ହୋଇଯାଇଛି । ଫ୍ୟାନ୍ସ ଏକ ପ୍ରକାର ନିରବ ହୋଇଯାଇଛନ୍ତି ।

ଏହା ବି ପଢନ୍ତୁ: Sidhu Moosewala Killing: ହତ୍ୟା ପଛରେ ଗୋଲ୍ଡି, ଜାଣନ୍ତୁ କିଏ ଏହି ଗ୍ୟାଙ୍ଗଷ୍ଟାର ?

ସିଦ୍ଧୁ ମୁସେୱାଲାଙ୍କ ଭାବି ପତ୍ନୀଙ୍କ ଘର ପଞ୍ଜାବର ସଙ୍ଗରୁର ଜିଲ୍ଲାରେ । ବର୍ତ୍ତମାନ ସେ କାନାଡାରେ ପିଆର(PR)ର ଚାକିରୀ କରୁଛନ୍ତି । ଉଭୟଙ୍କ ବିବାହ ନଭେମ୍ବରରେ ପଞ୍ଜାବରେ ହୋଇଥାଆନ୍ତା ।

ବିବାହ ପାଇଁ ଉଭୟ ପରିବାର ବହୁତ ଖୁସି ଥିଲେ । ସିଦ୍ଧୁଙ୍କ ମାଆ ଚରଣ କୌର ନିଜେ ଏ କଥାର ଖୁଲାସା କରିଛନ୍ତି କି ପୁଅ ସିଦ୍ଧୁ ବିବାହ ନେଇ ବହୁତ ଉତ୍ସୁକ ଥିଲା । ମୁଁ ମଧ୍ୟ ପୁଅର ବିବାହ ନେଇ ବହୁ ଜିନିଷ ମଧ୍ୟ କିଣି ସାରିଥିଲି । ବିବାହ ପୂର୍ବରୁ ଏପରି ହୋଇଯିବ, ତାହା ବିଶ୍ବାସ ବାହାରେ । କିନ୍ତୁ, ତା ସହ ମୋର ସ୍ବପ୍ନ ମଧ୍ୟ ଅଧୁରା ରହିଗଲା ।

ଏହା ବି ପଢନ୍ତୁ: Moosewala's Murder: ହତ୍ୟା ପାଇଁ ନିଜକୁ ଦାୟୀ କଲା କାନାଡ଼ା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼

ଯବାନ ପୁଅର ହତ୍ୟା ପରେ ତାଙ୍କ ମା ଏକପ୍ରକାର ସ୍ତବ୍ଧ ହୋଇଯାଇଛନ୍ତି । ଆଖିରୁ ଲୁହ ଶୁଖୁନି । ସିଦ୍ଧୁ ନିଜ ମା'ଙ୍କର ବେଶୀ ନିକଟତର ଥିଲେ । ଚଳିତ ବର୍ଷ ଜାନୁୟାରୀ ମାସରେ ସିଦ୍ଧୁ ନିଜ ମାଆଙ୍କୁ କହିଥିଲେ , ମା' ଆପଣଙ୍କ ପୁଅ ବାହା ହେବାକୁ ଯାଉଛି । ଶୀଘ୍ର ଘରକୁ ବୋହୂ ଆଣିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ଏକଥା କହିଲା ବେଳକୁ ସିଦ୍ଧୁ ମା'ଙ୍କ କଣ୍ଠରୋଧ ହୋଇଯାଉଥିଲା । ସିଦ୍ଧୁଙ୍କ ଘର ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି । ଯବାନ ପୁଅର ଏଭଳି ମୃତ୍ୟୁକୁ କେବଳ ମା' କାହିଁକି, କେହି ବି ବରଦାସ୍ତ କରିପାରୁନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.